କ୍ଷମା ମାଗିଲେ ନେତାନ୍ୟାହୁ, କହିଲେ ଏମିତି କହିବାର ନ ଥିଲା

ଜେରୁଜେଲମ,୨୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୩ ଦିନରେ ପ୍ରବେଶ କରିଛି। ଇତିମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ଏକ ବିବୃତ୍ତି ସଂପର୍କରେ ତାଙ୍କ ସହଯୋଗୀ ଏବଂ ବିରୋଧୀଙ୍କ ତୀବ୍ର ସମାଲୋଚନା କରିଛନ୍ତି। ଅକ୍ଟୋବର ୭ରେ ହମାସଙ୍କ ମାରାତ୍ମକ ଆକ୍ରମଣକୁ ରୋକିବାରେ ବିଫଳତା ପାଇଁ ନେତାନ୍ୟାହୁ ଦେଶର ସୁରକ୍ଷା ସେବାକୁ ଦାୟୀ କରିଛନ୍ତି। ତେବେ ରବିବାର ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି।

ନେତାନ୍ୟାହୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ତାଙ୍କର ମୂଳ ବୟାନକୁ ହଟାଇ ଦେବା ସହ ଆଉ ଏକ ନୂଆ ପୋଷ୍ଟରେ କହିଛନ୍ତି ମୁଁ ଭୁଲ ଥିଲି। ପ୍ରେସ କନଫରେନ୍ସ ପରେ ମୁଁ ଯାହା କହିଥିଲି ତାହା କହିବାର ନ ଥିଲା ସେଥିପାଇଁ ମୁଁ କ୍ଷମା ମାଗୁଛି। ମୁଁ ସମ୍ପୂର୍ଣ୍ଣ ସମର୍ଥନ ଦେଉଛି (ସୁରକ୍ଷା ସେବାକୁ)। ସେ ଆହୁରି କହିଛନ୍ତି, ମୁଁ ସୁରକ୍ଷା ସେବାର ସମସ୍ତ ମୁଖ୍ୟଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଉଛି। ମୁଁ (ଆଇଡିଏଫ) ମୁଖ୍ୟ, କମାଣ୍ଡର ଏବଂ ସୈନିକମାନଙ୍କୁ ସମର୍ଥନ କରୁଛି, ଯେଉଁମାନେ ଆଗ ଧାଡ଼ିରେ ଅଛନ୍ତି ଏବଂ ଆମ ଘର (ସୁରକ୍ଷା) ପାଇଁ ଲଢୁଛନ୍ତି।

Share