ସ୍ଥାପତ୍ୟ ଆଲୋକରେ ଝଲସୁଛି ନେତାଜୀ ସଂଗ୍ରହାଳୟ

କଟକ,୧୯ା୧(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତା ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯିବ। ଏଥିପାଇଁ ଚଳଚଳଞ୍ଚଳ ହୋଇଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ। ଚଳିତବର୍ଷ ପ୍ରଥମ ଥର ୬୪ ଲକ୍ଷ ଟଙ୍କା ବ୍ୟୟରେ ସଂଗ୍ରହାଳୟକୁ ସ୍ଥାପତ୍ୟ ଆଲୋକୀକରଣ(ଆର୍କିଟେକ୍‌ଚରାଲ ଇଲ୍ୟୁମିନେଶନ) ସଜ୍ଜିତ କରାଯାଇଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ଆଲୋକୀକରଣ ଗୁରୁବାରଠାରୁ ଚାଲୁ କରାଯାଇଥିବାବେଳେ ଏହା ନେତାଜୀ ଜୟନ୍ତୀ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦର୍ଶନ କରାଯିବ। ଏଥିସହ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ, ଉତ୍କଳ ଦିବସରେ ସଂଗ୍ରହାଳୟକୁ ଏହି ଆଲୋକମାଳାରେ ସଜାଯିବ। ଏହାସହ ନେତାଜୀ ପଢୁଥିବା ତତ୍କାଳୀନ ପ୍ରୋଟେଣ୍ଡାଣ୍ଟ ୟୁରୋପିଆନ ସ୍କୁଲ ତଥା ଏବେକାର ଷ୍ଟିୱାର୍ଟ ସ୍କୁଲରେ ଥିବା ନେତାଜୀଙ୍କ ଦସ୍ତଖତ ଥିବା ନାମଲେଖା ରେଜିଷ୍ଟର ପ୍ରଥମକରି ନେତାଜୀ ସଂଗ୍ରହାଳୟର ୨ନଂ. ଗ୍ୟାଲେରିରେ ପ୍ରଦର୍ଶନ କରାଯିବ।
ଆସନ୍ତା ୨୩ ତାରିଖ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲା ରହିବ। ଉକ୍ତ ଦିନ ପୂର୍ବାହ୍ନ ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହି ଅବସରରେ ଲଳିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା କଳା ଶିବିର ଅନୁଷ୍ଠିତ ହେବ। ଏଥିରେ ସହରର ୨୧ ଜଣ ଚିତ୍ରଶିଳ୍ପୀ ନେତାଜୀଙ୍କ ଜୀବନୀକୁ ନେେଇ ଚିତ୍ର ଆଙ୍କିବେ। ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏନେଇ ସଂଗ୍ରହାଳୟର ଭାରପ୍ରାପ୍ତ ଅଧିକାରୀ ଜଳେନ୍ଦ୍ର ପ୍ରସାଦ ରାୟ କହିଛନ୍ତି, ପ୍ରତିବର୍ଷ ନେତାଜୀ ଜୟନ୍ତୀରେ ସଂଗ୍ରହାଳୟରେ କିଛି ନୂଆ ଦେଖିବାକୁ ମିଳିଥାଏ। ତଦନୁଯାୟୀ ଚଳିତବର୍ଷ ପ୍ରଥମକରି ସ୍ଥାପତ୍ୟ ଆଲୋକୀକରଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ କରାଯାଇଥିବା ଏହି ଆଲୋକୀକରଣ ସଂଗ୍ରହାଳୟର ସୌନ୍ଦର୍ଯ୍ୟ ବୃଦ୍ଧି କରିବ। ଏଥିସହ ବିଦ୍ୟାଳୟରେ ନେତାଜୀ ଦସ୍ତଖତ କରିଥିବା ରେଜିଷ୍ଟରକୁ ଗ୍ୟାଲେରିରେ ପ୍ରଦର୍ଶିତ କରାଯିବ। ନେତାଜୀ ଜୟନ୍ତୀରେ ଲୋକମାନେ ନିଃଶୁଳ୍କରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri