ନେଟ୍‌ସେବା ବନ୍ଦ: ଗ୍ରାହକଙ୍କ ଡେଟା କ୍ଷତି

ସମ୍ବଲପୁର, ୨୨।୪: (ବ୍ୟୁରୋ) ସମ୍ବଲପୁର ଜିଲାରେ ଏପ୍ରିଲ ୧୨ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାତ୍ମକ ଘଟଣା ଘଟିଥିଲା। ତେଣୁ ଜିଲା ପ୍ରଶାସନର ଅନୁରୋଧକ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏପ୍ରିଲ ୧୩ ତାରିଖଠାରୁ ମୋବାଇଲ, ବ୍ରଡ୍‌ବ୍ୟାଣ୍ଡ ଓ ବିଭିନ୍ନ ନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଥିଲା। ପର୍ଯ୍ୟାୟକ୍ରମେ ଏହା ବୃଦ୍ଧି କରାଯାଇଥିଲା। ବ୍ରଡ୍‌ବ୍ୟାଣ୍ଡ ଓ ଲିଜ୍‌ଲାଇନ ଉପରେ ଗୁରୁବାର ସାମାନ୍ୟ କୋହଳ କରାଯାଇଥିବାବେଳେ ଶୁକ୍ରବାର ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ନୋଟିସ କରାଯାଇଛି। କିନ୍ତୁ ମୋବାଇଲ ନେଟ୍‌ସେବା ଶନିବାର ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବା ସହ ଆବଶ୍ୟକ ପଡିଲେ ବୃଦ୍ଧି କରାଯିବ ବୋଲି ଗୃହ ବିଭାଗ ନୋଟିସ କରିଛି।
ଦେଖିବାକୁ ଗଲେ ଜିଲାରେ ସମସ୍ତ ଟେଲିକମ କମ୍ପାନୀର ନେଟସେବା ୮ଦିନ ଧରି ବନ୍ଦ ହୋଇଯାଇଛି। ଏଥିରେ ପ୍ରାୟ ସମସ୍ତ କମ୍ପାନୀର ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହା ସହ ଡେଟା ପ୍ୟାକ ପକାଇଥିବା ଗ୍ରାହକଙ୍କ ଆର୍ଥତ୍କ କ୍ଷତି ହୋଇଛି। ଡେଟା ପ୍ୟାକ ଖର୍ଚ୍ଚ ପାଇଁ ବିଶେଷ କରି କମ୍ପାନୀ ସମୟ ସୀମା ନିର୍ଦ୍ଧାରଣ କରିଥାଏ। ଗୋଟିଏ ପ୍ୟାକରେ ତାରିଖ ଓ ସମୟ ରହିଥାଏ। ହେଲେ ଅପ୍ରତ୍ୟାଶିତ ଘଟଣାକ୍ରମେ ଗ୍ରାହକମାନେ ଡେଟା ପ୍ୟାକରୁ ଡେଟା ଖର୍ଚ୍ଚ କରିପାରିଲେ ନାହିଁ। କମ୍ପାନୀ ଦେଇଥିବା ଡେଟା ରହିଥିଲେ ବି ସମୟ ଅଭାବରୁ ଉକ୍ତ ଡେଟା ଶେଷ ହେବାକୁ ବସିଛି। ଏଥିଯୋଗୁ ଗ୍ରାହକ କ୍ଷତିର ସମ୍ମୁଖୀନ ହେବେ। ଏଥିରେ ଗ୍ରାହକଙ୍କ କୌଣସି ଦୋଷ ନାହିଁ। ସହରର ସ୍ଥିତିକୁ ଦେଖି ସରକାର କମ୍ପାନୀକୁ ନେଟ୍‌ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କମ୍ପାନୀକୁ ନିର୍ଦ୍ଦେଶ ଦେଇ ସରକାର ଡେଟାପ୍ୟାକର ସମୟସୀମା ବୃଦ୍ଧି କରନ୍ତୁ, ନଚେତ୍‌ କ୍ଷତିପୂରଣ ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଏକ ଘରୋଇ ଟେଲିକମ୍‌ କମ୍ପାନୀର ମ୍ୟାନେଜର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନେଟ୍‌ସେବା ବନ୍ଦ କରିବାକୁ କେବଳ ସମ୍ବଲପୁର ଜିଲା ପାଇଁ ନିର୍ଦ୍ଦେଶ ରହିଥିଲା। ଏହା ସରକାରଙ୍କ ନିର୍ଦ୍ଦେଶ। କମ୍ପାନୀ ପକ୍ଷରୁ କୌଣସି ତ୍ରୁଟି ଥିଲେ କିମ୍ବା ନେଟ୍‌ ବନ୍ଦ କରାଯାଇଥିଲେ କିଛି ସମାଧାନ କରିହୋଇଥାନ୍ତା। ଗ୍ରାହକଙ୍କ ଏହା ସିଧାସଳଖ କ୍ଷତି। ଏଥିରେ କୌଣସି କମ୍ପାନୀ କ୍ଷତିପୂରଣ ଦେଇପାରିବେ ନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ୯ ବ୍ଲକ ଓ ମହାନଗର ନିଗମ ରହିଛି। ହାରାହାରି ଦେଖିବାକୁ ଗଲେ ଏସ୍‌ଏମ୍‌ସି ଅଧୀନରେ ଜନସଂଖ୍ୟା ୪ ଲକ୍ଷ ରହିଥିବାବେଳେ ବ୍ଲକ ଜନସଂଖ୍ୟା ମିଶିଲେ ୧୧ ଲକ୍ଷ ୬୮ହଜାର ହେବ। ଆନୁମାନିକ ୫ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ମୋବାଇଲ ବ୍ୟବହାର କରୁଛନ୍ତି। ଅଧିକାଂଶ ବ୍ୟକ୍ତି ମୋବାଇଲ ଡେଟା ସହ କଥା ହେବା ପାଇଁ ମାସିକିଆ ପ୍ୟାକେଜ ପକାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri