ନେଟ୍‌ସେବା ବନ୍ଦ: ଗ୍ରାହକଙ୍କ ଡେଟା କ୍ଷତି

ସମ୍ବଲପୁର, ୨୨।୪: (ବ୍ୟୁରୋ) ସମ୍ବଲପୁର ଜିଲାରେ ଏପ୍ରିଲ ୧୨ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାତ୍ମକ ଘଟଣା ଘଟିଥିଲା। ତେଣୁ ଜିଲା ପ୍ରଶାସନର ଅନୁରୋଧକ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏପ୍ରିଲ ୧୩ ତାରିଖଠାରୁ ମୋବାଇଲ, ବ୍ରଡ୍‌ବ୍ୟାଣ୍ଡ ଓ ବିଭିନ୍ନ ନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଥିଲା। ପର୍ଯ୍ୟାୟକ୍ରମେ ଏହା ବୃଦ୍ଧି କରାଯାଇଥିଲା। ବ୍ରଡ୍‌ବ୍ୟାଣ୍ଡ ଓ ଲିଜ୍‌ଲାଇନ ଉପରେ ଗୁରୁବାର ସାମାନ୍ୟ କୋହଳ କରାଯାଇଥିବାବେଳେ ଶୁକ୍ରବାର ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ନୋଟିସ କରାଯାଇଛି। କିନ୍ତୁ ମୋବାଇଲ ନେଟ୍‌ସେବା ଶନିବାର ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବା ସହ ଆବଶ୍ୟକ ପଡିଲେ ବୃଦ୍ଧି କରାଯିବ ବୋଲି ଗୃହ ବିଭାଗ ନୋଟିସ କରିଛି।
ଦେଖିବାକୁ ଗଲେ ଜିଲାରେ ସମସ୍ତ ଟେଲିକମ କମ୍ପାନୀର ନେଟସେବା ୮ଦିନ ଧରି ବନ୍ଦ ହୋଇଯାଇଛି। ଏଥିରେ ପ୍ରାୟ ସମସ୍ତ କମ୍ପାନୀର ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହା ସହ ଡେଟା ପ୍ୟାକ ପକାଇଥିବା ଗ୍ରାହକଙ୍କ ଆର୍ଥତ୍କ କ୍ଷତି ହୋଇଛି। ଡେଟା ପ୍ୟାକ ଖର୍ଚ୍ଚ ପାଇଁ ବିଶେଷ କରି କମ୍ପାନୀ ସମୟ ସୀମା ନିର୍ଦ୍ଧାରଣ କରିଥାଏ। ଗୋଟିଏ ପ୍ୟାକରେ ତାରିଖ ଓ ସମୟ ରହିଥାଏ। ହେଲେ ଅପ୍ରତ୍ୟାଶିତ ଘଟଣାକ୍ରମେ ଗ୍ରାହକମାନେ ଡେଟା ପ୍ୟାକରୁ ଡେଟା ଖର୍ଚ୍ଚ କରିପାରିଲେ ନାହିଁ। କମ୍ପାନୀ ଦେଇଥିବା ଡେଟା ରହିଥିଲେ ବି ସମୟ ଅଭାବରୁ ଉକ୍ତ ଡେଟା ଶେଷ ହେବାକୁ ବସିଛି। ଏଥିଯୋଗୁ ଗ୍ରାହକ କ୍ଷତିର ସମ୍ମୁଖୀନ ହେବେ। ଏଥିରେ ଗ୍ରାହକଙ୍କ କୌଣସି ଦୋଷ ନାହିଁ। ସହରର ସ୍ଥିତିକୁ ଦେଖି ସରକାର କମ୍ପାନୀକୁ ନେଟ୍‌ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କମ୍ପାନୀକୁ ନିର୍ଦ୍ଦେଶ ଦେଇ ସରକାର ଡେଟାପ୍ୟାକର ସମୟସୀମା ବୃଦ୍ଧି କରନ୍ତୁ, ନଚେତ୍‌ କ୍ଷତିପୂରଣ ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଏକ ଘରୋଇ ଟେଲିକମ୍‌ କମ୍ପାନୀର ମ୍ୟାନେଜର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନେଟ୍‌ସେବା ବନ୍ଦ କରିବାକୁ କେବଳ ସମ୍ବଲପୁର ଜିଲା ପାଇଁ ନିର୍ଦ୍ଦେଶ ରହିଥିଲା। ଏହା ସରକାରଙ୍କ ନିର୍ଦ୍ଦେଶ। କମ୍ପାନୀ ପକ୍ଷରୁ କୌଣସି ତ୍ରୁଟି ଥିଲେ କିମ୍ବା ନେଟ୍‌ ବନ୍ଦ କରାଯାଇଥିଲେ କିଛି ସମାଧାନ କରିହୋଇଥାନ୍ତା। ଗ୍ରାହକଙ୍କ ଏହା ସିଧାସଳଖ କ୍ଷତି। ଏଥିରେ କୌଣସି କମ୍ପାନୀ କ୍ଷତିପୂରଣ ଦେଇପାରିବେ ନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ୯ ବ୍ଲକ ଓ ମହାନଗର ନିଗମ ରହିଛି। ହାରାହାରି ଦେଖିବାକୁ ଗଲେ ଏସ୍‌ଏମ୍‌ସି ଅଧୀନରେ ଜନସଂଖ୍ୟା ୪ ଲକ୍ଷ ରହିଥିବାବେଳେ ବ୍ଲକ ଜନସଂଖ୍ୟା ମିଶିଲେ ୧୧ ଲକ୍ଷ ୬୮ହଜାର ହେବ। ଆନୁମାନିକ ୫ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ମୋବାଇଲ ବ୍ୟବହାର କରୁଛନ୍ତି। ଅଧିକାଂଶ ବ୍ୟକ୍ତି ମୋବାଇଲ ଡେଟା ସହ କଥା ହେବା ପାଇଁ ମାସିକିଆ ପ୍ୟାକେଜ ପକାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri