ଭାରତରେ ୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ନେସ୍‌ଲେ

ନୂଆଦିଲ୍ଲୀ,୨୫।୯: ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱର ଜଣାଶୁଣା ଖାଦ୍ୟ ତଥା ପାନୀୟ କମ୍ପାନୀ ନେସ୍‌ଲେ ଏସ୍‌ଏ ଆସନ୍ତା ସାଢେ ୩ ବର୍ଷ ମଧ୍ୟରେ ବା ୨୦୨୫ ସୁଦ୍ଧା ଭାରତରେ ୫୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବୋଲି ନେସ୍‌ଲେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ସ୍ନାଇଡର ନିକଟରେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଏହା ଉପରେ ଯଦି ଆମେ ମିଶ୍ରଣ ଏବଂ ଅଧିଗ୍ରହଣ ପାଇଁ ସୁଯୋଗ ଦେଖୁ ତେବେ ଆମେ ସେଗୁଡିକୁ ମଧ୍ୟ ଅନୁସନ୍ଧାନ କରି ଖୁସି ହେବୁ ବୋଲି ମାର୍କ କହିଛନ୍ତି। ଏପରିକି ପୁଞ୍ଜି ବିନିଯୋଗ କ୍ୟାପେକ୍ସ (ପୁଞ୍ଜି ବ୍ୟୟ) ସାଙ୍ଗକୁ ପ୍ଲାଣ୍ଟ ସ୍ଥାପନ ଏବଂ କମ୍ପାନୀର ଉତ୍ପାଦ ପୋର୍ଟଫୋଲିଓର ବିସ୍ତାର କରିବାକୁ ଯୋଜନା କରିଛୁ। ବର୍ତ୍ତମାନ କମ୍ପାନୀ ଭାରତରେ ୯ଟି ପ୍ଲାଣ୍ଟ ପରିଚାଳନା କରୁଥିବା ବେଳେ ଆଉ ଅଧିକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ନୂତନ ସ୍ଥାନଗୁଡିକ ଉପରେ ମଧ୍ୟ ନଜର ରଖିଛୁ। ବିଶେଷକରି କ୍ଲିୟରାନ୍ସ ଏବଂ ଅନୁମୋଦନ ଅନୁଯାୟୀ ପୁଞ୍ଜି ବିନିଯୋଗ ସହ ନିଯୁକ୍ତି ସୃଷ୍ଟି କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି ମାର୍କ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀ ଶ୍ରେଷ୍ଠ ୧୦ ମଧ୍ୟରେ ଥିବା ଭାରତୀୟ ବଜାରରେ ପୁଞ୍ଜି ବିନିଯୋଗ ଯୋଜନା ସମ୍ପର୍କରେ ସ୍ନାଇଡର ଏକ ମିଡିଆ ରାଉଣ୍ଡ ଟେବୁଲରେ ବିସ୍ତୃତ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଭାରତରେ ଉତ୍ପାଦନ ଆରମ୍ଭ କରିବାର ୬୦ବର୍ଷ ମଧ୍ୟରେ ଏହି ଯୋଜନା ୮,୦୦୦ କୋଟି ଟଙ୍କା ସହ ତୁଳନା କରାଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀ ୧୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ବଜାରରେ ତା’ର ଉପସ୍ଥିତି ଜାହିର କରିଆସିଛି। ଏହି ବିନିଯୋଗ ଉଭୟ ବିକାଶମୂଳକ କାର୍ଯ୍ୟ ଏବଂ ବ୍ରାଣ୍ଡ୍‌ ବିଲ୍‌ଡିଂ ଇତ୍ୟାଦି ପାଇଁ କାର୍ଯ୍ୟ କରିବ ବୋଲି ସ୍ନାଇଡର ଆଶା ପ୍ରକାଶ କରିଛନ୍ତି। ସେହିପରି ୨୦୨୦ରେ କମ୍ପାନୀ ଗୁଜରାଟର ସାନନ୍ଦଠାରେ ଥିବା କାରଖାନାର କ୍ଷମତା ବୃଦ୍ଧି ପାଇଁ ପ୍ରାୟ ୨,୬୦୦ କୋଟି ଟଙ୍କାର ବିନିଯୋଗ ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲା। କିଟ୍‌କାଟର ନିର୍ମାତା ପୁରିନା ପେଟକେୟାର ସହ ଦେଶରେ ପୋଷା ଖାଦ୍ୟ ବିଭାଗରେ ପ୍ରବେଶ କରିଥିଲେ।
ଏ ସମ୍ପର୍କରେ ନେସ୍‌ଲେ ଇଣ୍ଡିଆର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସୁରେଶ ନାରାୟଣନ କହିଛନ୍ତି, କମ୍ପାନୀର ମୂଳ ବ୍ୟବସାୟକୁ ତ୍ୱରାନ୍ବିତ କରିବା ସହ ଏହା ଆଉ ଏକ ଧ୍ୟାନ କ୍ଷେତ୍ର ହେବ। ବିଶେଷକରି କମ୍ପାନୀ ୩ଟି ପରିକଳନା ଯୋଜନା ମାଧ୍ୟମରେ ଏହାର ନକ୍ସା ପ୍ରସ୍ତୁତ କରିଛି। ସୂଚନାଯୋଗ୍ୟ, ୨୦୨୧ ରେ ନେସ୍‌ଲେ ଇଣ୍ଡିଆର ଆୟ ୧୪,୭୦୯.୪୧ କୋଟି ଟଙ୍କା ରହିଥିଲା। କମ୍ପାନୀ ଶେଷ ଥର ମ୍ୟାଗି ନୁଡୁଲ୍‌ ଉତ୍ପାଦନ ପାଇଁ ସାନନ୍ଦଠାରେ ଏହାର କାରଖାନା ଖୋଲିବା ପାଇଁ ପ୍ରାୟ ୭୦୦କୋଟି ଟଙ୍କା ବିନିଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri