ନେସ୍‌କୋ, ଓ୍ବେସ୍‌କୋ, ସାଉଥ୍‌କୋ ନେବ ଟାଟା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ ହାତେଇବା ପରେ ଟାଟା ପାଓ୍ବାର କର୍ପୋରେଶନ ଲିମିଟେଡ ଅନ୍ୟ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ୍ବେଷ୍ଟର୍ନ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ(ଓ୍ବେସ୍‌କୋ), ସାଉଥ୍‌ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ(ସାଉଥ୍‌କୋ) ଏବଂ ନର୍ଥ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ(ନେସ୍‌କୋ)କୁ ନିଜ ଅଧୀନକୁ ନେବା ଲାଗି ବିଡ୍‌ ଦାଖଲ କରିଛି। ମିଳିଥିବା ସୂଚନା ଅନୁଯାୟୀ ଟାଟା ପାଓ୍ବାର ୩ଟି ବଣ୍ଟନ କମ୍ପାନୀକୁ ହାତେଇବାକୁ ଟେଣ୍ଡର ପକାଇଥିବା ବେଳେ ଇଣ୍ଡିଆ ପାଓ୍ବାର ସାଉଥ୍‌କୋ ଏବଂ ଓ୍ବେସ୍‌କୋ ପାଇଁ ଆବେଦନ କରିଛି । ତେବେ ନେସ୍‌କୋ ପାଇଁ ଟାଟା ପାଓ୍ବାର ଏକମାତ୍ର ଘରୋଇ ସଂସ୍ଥା ଭାବେ ଟେଣ୍ଡର ପକାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେସୁକୁ ହାତେଇବା ପାଇଁ ଟାଟା ପାଓ୍ବାର ଏବଂ ଇଣ୍ଡିଆ ପାଓ୍ବାର ଟେଣ୍ଡର ପକାଇଥିଲେ। ତେବେ ଇଣ୍ଡିଆ ପାଓ୍ବାର ଓହରିଯିବା ପରେ ଟାଟା ପାଓ୍ବାର ଏକମାତ୍ର ବିଡର ଭାବେ ସେସୁକୁ ହାତେଇ ନେଇଥିଲା। ଏବେ ପୁଣି ସେହି ପୁରୁଣା ଫର୍ମୁଲା ପକାଇ ଟାଟା ପାଓ୍ବାର ବଣ୍ଟନ କମ୍ପାନୀଗୁଡିକୁ ନେବାକୁ ମସୁଧା ଚଳାଇଛି।
ଟାଟା ପାଓ୍ବାର ୨୦୨୦ ଜୁନ୍‌ ପହିଲାରୁ ଏକ ମାତ୍ର ବିଡର ଭାବେ ସେସୁକୁ ହାତେଇ ନେଇଛି। ସେସୁର ଦାୟିତ୍ୱ ନେବା ପରଠାରୁ ଘନ ଘନ ବିଦ୍ୟୁତ୍‌ କାଟ ସହିତ ଗ୍ରାହକମାନେ ବିଦ୍ୟୁତ୍‌ ବିଲ୍‌ ଆଦାୟରେ ବିଭିନ୍ନ ଅନିୟମିତତା ନେଇ ଆପତ୍ତି ଉଠାଉଛନ୍ତି। ସେସୁ ଗ୍ରାହକମାନେ ବିଦ୍ୟୁତ୍‌ ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ବେଳେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି )ପୁଣି ୩ଟି ବଣ୍ଟନ କମ୍ପାନୀକୁ ଉକ୍ତ ଘରୋଇ ସଂସ୍ଥା ହାତରେ ଟେକି ଦେବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।
ଓଇଆର୍‌ସିର ଏଭଳି ପଦକ୍ଷେପକୁ ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ କଡା ବିରୋଧ କରିଛି। ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ କହିଛନ୍ତି ଯେ, ରିଲାଏନ୍ସ କମ୍ପାନୀ ଦୀର୍ଘ ୧୫ ବର୍ଷ ୩ ବଣ୍ଟନ କମ୍ପାନୀକୁ ନେଇ ଲୁଟ କରି ଚାଲିଗଲା। କମ୍ପାନୀଗୁଡିକ ଋଣ ଭାରରେ ବୁଡି ରହିଛନ୍ତି। ନିକଟରେ ଟାଟାକୁ ସେସୁକୁ ହସ୍ତାନ୍ତର କରାଯାଇଛି। ସେସୁ ଗ୍ରାହକମାନେ ଠିକ୍‌ ସେବା ପାଉ ନ ଥିବା ବେଳେ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି। ଏପରି ସ୍ଥଳେ ୩ଟି ବଣ୍ଟନ କମ୍ପାନୀଙ୍କୁ କେଉଁ ଉଦ୍ଦେଶ୍ୟରେ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ଗତ ଶତାବ୍ଦୀର ୮୦ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବାରମ୍ବାର ଓଲଟା ଫଳ ଦର୍ଶାଉଛି। ଟିକସଦାତାଙ୍କ ଅର୍ଥରେ ଗଢି ଉଠିଥିବା ବିରାଟକାୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ବ୍ୟବହାର କରି ଘରୋଇ କମ୍ପାନୀଗୁଡ଼ିକ ଲୁଟ କରି ରାଜ୍ୟ ଛାଡି ପଳାଉଛନ୍ତି। ୧୯୯୯ର ଉକ୍ତ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀର ପରିଚାଳନା ଦାୟିତ୍ୱ ରିଲାଏନ୍ସ ଏନର୍ଜି( ବିଏସ୍‌ଇଏସ୍‌)କୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘ ୧୫ ବର୍ଷ ପରେ ବହୁ ବାଦ ବିବାଦ ଓ ଆଇନଗତ ଲଢ଼େଇ ପରେ ୨୦୧୫ ରିଲାଏନ୍ସ ଏନର୍ଜି ଲାଇସେନ୍ସକୁ ରଦ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri