Categories: ଖେଳ

ଯୁବରାଜଙ୍କ ସମକକ୍ଷ ହେଲେ ନେପାଳର ଏହି କ୍ରିକେଟର

ଅଲ ଆମେରଟ୍‌,୧୩ା୪: ବିଶ୍ୱ କ୍ରିକେଟରେ ତୃତୀୟ ଖେଳାଳି ଭାବରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ନେପାଳର ଦୀପେନ୍ଦ୍ର ସିଂ ଐରୀ। ଏସିଆନ୍‌ କ୍ରିକେଟ କାଉନ୍‌ସିଲ(ଏସିସି) ପକ୍ଷରୁ ଆୟୋଜିତ ପ୍ରିମିୟର କପ୍‌ ଟି୨୦ରେ ଐରୀ କାତାର ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି।

ପୂର୍ବରୁ ଭାରତର ଯୁବରାଜ ସିଂ ଓ ଓ୍ବେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ଏଭଳି ରେକର୍ଡ ନିଜ ନାମରେ ରଖିଛନ୍ତି। ଯୁବରାଜ ୨୦୦୭ ଟି୨୦ ବିଶ୍ୱକପରେ ଷ୍ଟୁଆର୍ଟ ବ୍ରଡଙ୍କୁ ଓ ରସେଲ୍‌ ୨୦୨୧ରେ ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କୁ ୬ ଛକା ମାରିଥିଲେ।୨୪ ବର୍ଷୀୟ ଐରୀ ୬ ଛକାର ଇନିଂସ ଅବସରରେ ୨୧ ବଲ୍‌ ଖେଳି ୬୪ ରନ୍‌ ସ୍କୋର କରିଥିଲେ।

ତେବେ ଅନ୍ତର୍ଜାତୀୟ କ୍ରିକେଟରେ ପଞ୍ଚମ ଥର ଏଭଳି ଘଟଣା ଘଟିଛି। ଦିନିକିଆ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ହର୍ଶେଲ ଗିବ୍ସ ଓ ଆମେରିକାର ଜଶକରନ ମଲହୋତ୍ରା ଏଭଳି କାରନାମା କରିଛନ୍ତି। ପୂର୍ବରୁ ହାଙ୍ଗଝୋ ଏସିଆନ୍‌ ଗେମ୍ସରେ ମଧ୍ୟ ଦୀପେନ୍ଦ୍ର ୬ ବଲରେ ୬ ଛକା ମାରିଥିଲେ। ତେବେ ୨ଟି ଭିନ୍ନ ଓଭରରେ ସେ ଏଭଳି କରିଥିଲେ।

Share