‘ରାହୁଲ ଗାନ୍ଧୀ ଜଣେ ବିନମ୍ର, ସରଳ ବ୍ୟକ୍ତି’

ନୂଆଦିଲ୍ଲୀ,୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ରାହୁଲ ନେପାଳ ଯାଇଥିବାବେଳେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ସେ ଜଣେ ମହିଳାଙ୍କ ସହ ନାଇଟ କ୍ଲବରେ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ଏବେ ସୋସିଆଲ ମିଡିଆରେ କଂଗ୍ରେସ ନେତାଙ୍କ ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋକୁ ନେପାଳୀ ଗାୟିକା ଶେୟାର କରିଛନ୍ତି।
ନେପାଳୀ ଗାୟିକା ସରସ୍ବତୀ ଖତ୍ରି ଟୁଇଟର୍‌ରେ ରାହୁଲଙ୍କ ସହ ଏକ ଫଟୋ ଶେୟାର କରି ତାଙ୍କୁ ଭେଟିବାର ଅଭିଜ୍ଞତା ବାଣ୍ଟିଛନ୍ତି। ସେ ଲେଖିଛନ୍ତି, ସମସ୍ତ ଲୋକଙ୍କୁ ଏକାଠି କରିବା ସଙ୍ଗୀତ ପାଖରେ ଶକ୍ତି ଅଛି। ଗତକାଲି ସାରେ ଭାରତୀୟ ଏମ୍‌ପି ମାନ୍ୟବର ରାହୁଲ ଗାନ୍ଧୀ ଜୀଙ୍କ ପାଇଁ ମୁଁ କିଛି ଗୀତ ଗାଇବାର ସୌଭାଗ୍ୟ ପାଇଥିଲି। ସେ ଜଣେ ବିନମ୍ର ଓ ସରଳ ବ୍ୟକ୍ତି। ସୁମନିମା ଜୀ, ନିମା ଜୀଙ୍କୁ ଏହି ସୁଯୋଗ ପାଇଁ ଧନ୍ୟବାଦ।
ସୂଚନାଯୋଗ୍ୟ,ନିକଟରେ ରାହୁଲ ନେପାଳ ଗସ୍ତରେ ଯାଇଥିଲେ। ତାଙ୍କୁ ଏକ ନାଇଟ୍‌ କ୍ଲବରେ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଭାଇରାଲ ହୋଇଥିଲା। ଭାଜପା ନେତା ସୋସିଆଲ ମିଡିଆରେ ରାହୁଲଙ୍କ ଭିଡିଓ ଶେୟାର କରି ତାଙ୍କୁ କଟାକ୍ଷ କରିଥିଲେ।

 

Share