Categories: ଫୁରସତ

ବଲିଉଡ୍‌ର ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେପାଳୀ ଯୁବତୀ,ଭିଡିଓ ଦେଖିଲେ…

ପ୍ରତିଦିନ ଆପଣ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ପ୍ରତିଭାଙ୍କୁ ଦେଖିବାକୁ ଦେଖିବାକୁ ମିଳିଥାଏ।ଆଉ କିଛି ଭିଡିଓ ଲୋକମାନଙ୍କ ମନୋରଞ୍ଜନ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ନେପାଳୀ ଯୁବତୀ ବଲିଉଡ୍‌ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଲୋକେ ତାଙ୍କ ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଭାଇରାଲ ଭିଡିଓରେ ଏହି ଯୁବତୀମାନେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଲଣ୍ଡନ ଠୁମ୍‌କଦା’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଗୀତଟି  ବିବାହ ଉତ୍ସବରେ ଡିଜେ ସହ ବାଜିଥାଏ। ନେପାଳୀ ଯୁବତୀମାନେ ନିଜ ନିଜ ଷ୍ଟାଇଲ୍‌ରେ ଡ୍ୟାନ୍ସ କରୁଛନ୍ତି। ଯାହାକୁ ଲୋକମାନେ ବହୁମାତ୍ରାରେ ପସନ୍ଦ କରିଛନ୍ତି।

ବଲିଉଡ୍‌ର ଗୀତର କ୍ରେଜ୍‌ ଦେଶରେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳୁଛି। ଭିଡିଓରେ ଯୁବତୀମାନେ ପାରାଲାଲ୍‌ ଫିଟ୍‌ ପ୍ୟାଣ୍ଟ, ଶର୍ଟ ପିନ୍ଧି ଖୁବ୍‌ ଜୋର୍‌ରେ ଡ୍ୟାନ୍ସ ନାଚୁଥିବାର ନଜର ଆସିଛନ୍ତି। ତାଙ୍କ ଅଭିନୟକୁ ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି।

ଏହି ଭିଡିଓ ଇନଷ୍ଟାଗ୍ରାମରେ thewingsofficial_ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଡ୍ୟାନ୍ସ ଗ୍ରୁପ୍‌ ନେପାଳର କାଠମାଣ୍ଡୁରେ ରୁହନ୍ତି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୨ ମିଲିୟନରୁ ଅଧିକ ଭ୍ୟୁ ମିଳିଥିବା ବେଳେ ୧.୬ ମିଲିୟନରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି।

Share