Categories: ଖେଳ

ଏହି ଲୋକପ୍ରିୟ କ୍ରିକେଟର୍‌ଙ୍କ ପରଲୋକ

କାଠମାଣ୍ଡୁ,୧୧।୧: ନେପାଳର ଯୁବ କ୍ରିକେଟର୍‌ କୁନ୍ଦନ ଶାହାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କୁନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ୨ଟି କିଡନୀ ଖରାପ ହୋଇଯାଇଥିଲା। ଗତ ଅଗଷ୍ଟରେ ସେ କରୋନା ପଜିଟିଭ୍‌ ମଧ୍ୟ ଚିହ୍ନଟ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କ ପ୍ରଶଂସକ ମଧ୍ୟ ଟଙ୍କା ଯୋଗୋ କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ୨୦୧୮ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିବା କୁନ୍ଦନ ୩ଟି ମ୍ୟାଚ୍‌ରେ ୨୬ ରନ୍‌ କରିଥିଲେ। ପୂର୍ବରୁ ସେ ନିଜ ମାତାପିତାଙ୍କୁ ମଧ୍ୟ ହରାଇଥିଲେ। ସେ ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଲିବାର ସ୍ବପ୍ନ ଦେଖିଥିଲେ, କିନ୍ତୁ ତାହା ଅଧୁରା ରହିଯାଇଛି।

Share