Categories: ଜାତୀୟ

ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ଲିଭି ଯିବ ନେପାଳ

ନୂଆଦିଲ୍ଲୀ, ୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ମନ୍ତବ୍ୟ ନେଇ ବାବରୀ ମସଜିଦ୍‌ କମିଟି ସଦସ୍ୟ ଇକବାଲ୍‌ ଅନସାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ନେପାଳ ଲିଭି ଯିବ। ଓଲି ବୁଝି ବିଚାରି ମନ୍ତବ୍ୟ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଓଲି ୩ ଦିନ ତଳେ କହିଥିଲେ ଯେ, ଶ୍ରୀରାମଙ୍କ ଜନ୍ମ ନେପାଳର ବାଲ୍ମିକୀ ଆଶ୍ରମ ନିକଟରେ ହୋଇଛି। ତେଣୁ ଶ୍ରୀରାମ ଜଣେ ନେପାଳୀ। ଏହାକୁ ନେଇ ନେପାଳରେ ମଧ୍ୟ ଓଲିଙ୍କୁ ବିରୋଧ କରାଯାଇଥିଲା। ଅନସାରୀ କହିଛନ୍ତି ଅଯୋଧ୍ୟା ପ୍ରତି ପୃଥିବୀର ସମସ୍ତ ଲୋକଙ୍କର ସମ୍ମାନ ରହିଛି। ଏପରିସ୍ଥଳେ ଓଲିଙ୍କ ମନ୍ତବ୍ୟ ସେମାନଙ୍କ ମନରେ ଗଭୀର ଆଘାତ ଦେଇଛି।

Share