ଭାରତ ସହିତ ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଚାହୁଁଛି ନେପାଳ

କାଠମାଣ୍ଡୁ,୨ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ନେପାଳ ଭାରତ ସହିତ ୨୫ ବର୍ଷ ପାଇଁ ବିଜୁଳି ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଯୋଜନା କରିଛନ୍ତି।

ଯଦିଓ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ସରକାରୀ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କାଠମାଣ୍ଡୁର ଏକ ଖବରକାଗଜ ରବିବାର ନେପାଳର ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଏପ୍ରିଲର ଦ୍ୱିତୀୟ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତ କରିବାର ସମ୍ଭାବନା ରହିଛି। ତେବେ ଉଭୟ ପକ୍ଷ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହାନ୍ତି।

ଶକ୍ତି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ରିପୋର୍ଟରେ କୁହାଯାଇଛି, ଯେ ଆମେ ୨୫ ବର୍ଷ ଚୁକ୍ତିରେ ଭାରତ ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛୁ। କିନ୍ତୁ ଅନେକ କିଛି ମଧ୍ୟ ନିର୍ଭର କରେ ଯେ, ଭାରତୀୟ ପକ୍ଷ ଆମର ପ୍ରସ୍ତାବକୁ ଏଜେଣ୍ଡାରେ ଅନ୍ତର୍ଭୁକ୍ତ କରିବାକୁ ରାଜି ହେବେ କି ନାହିଁ।

ମନ୍ତ୍ରଣାଳୟର ସଚିବ ଦୀନେଶ ଘିମିରେ କହିଛନ୍ତି, ଦୀର୍ଘସ୍ଥାୟୀ ଆନ୍ତଃ- ସରକାରୀ ଚୁକ୍ତି ପ୍ରସଙ୍ଗରେ ମନ୍ତ୍ରଣାଳୟରେ ଆଲୋଚନା ଚାଲିଛି, କିନ୍ତୁ ଏହାକୁ ନେପାଳର ବୈଦେଶିକ ମନ୍ତ୍ରଣାଳୟକୁ ପଠାଯିବ। ଯାହା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହା ଏକ ଏଜେଣ୍ଡା ହୋଇପାରିବ।

Share