ବାବା ରାମଦେବଙ୍କୁ ଝଟ୍‌କା ଦେଲା ନେପାଳ

କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍‌ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର ସ୍ବରୂପ କରୋନିଲଙ୍କ କିଟ ନେପାଳକୁ ପଠାଇଥିଲା। କିନ୍ତୁ ନେପାଳ ସରକାର କହିଛନ୍ତି ଯେ, କୋଭିଡ-୧୯ ଉପରେ କରୋନିଲ ପ୍ରଭାବୀ ହେଉଥିବାର ପ୍ରମାଣ ଅଭାବରୁ ଏହାର ବିତରଣ ଉପରେ ରୋକ ଲାଗିଛି। ନେପାଳର ଆୟୁର୍ବେଦ ଓ ବିକଳ୍ପ ଔଷଧ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, କରୋନିଲ୍‌ର ୧୫୦୦ କିଟ୍‌ କିଣିବା ସମୟରେ ଆବଶ୍ୟକ ପ୍ରକ୍ରିୟାକୁ ପାଳନ କରାଯାଇନାହିଁ।
ସୂଚନାଯୋଗ୍ୟ,ଯୋଗ ଗୁରୁ ରାମଦେବ ଗତ ବର୍ଷ ଜୁନ ୨୩ ରେ ଆୟୁର୍ବେଦ ଭିତ୍ତିକ କରୋନିଲ କିଟ ଲଞ୍ଚ କରିଥିଲେ। କରୋନା ସହ ଲଢିବାକୁ କରୋନିଲ୍‌ କ୍ଷମତା ରଖିଛି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

Share