ପ୍ରଧାନମନ୍ତ୍ରୀ ପଚଣ୍ଡଙ୍କ ସାମ୍ନାରେ ପରୀକ୍ଷାର ସମୟ, ୧୦ ଜାନୁୟାରୀରେ ହାସଲ କରିବେ ବିଶ୍ୱାସ ମତ

କାଠମାଣ୍ଡୁ,୨ ।୧: ନେପାଳର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ସଂସଦର ପରୀକ୍ଷାର ସମ୍ମୁଖୀନ ହେବେ । ୧୦ ଜାନୁୟାରୀ ୨୦୨୩ରେ ସେ ତାଙ୍କର ଟ୍ରଷ୍ଟ ଭୋଟ ପାଇବେ । ସଂସଦ ସଚିବାଳୟର ପ୍ରବକ୍ତା ରୋଜନାଥ ପାଣ୍ଡେୟ କହିଛନ୍ତି, ବିଶ୍ୱାସ ମତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ ପତ୍ର ବି ସଂସଦକୁ ପଠାଯାଇଛି । ସୂଚନାଯୋଗ୍ୟ, ବହୁମତରେ ପ୍ରଧାନମନ୍ତ୍ରୀ ଆସନ ପାଇବା ପରେ ବି ପ୍ରଚଣ୍ଡଙ୍କୁ ୩୦ ଦିନ ମଧ୍ୟରେ ନିମ୍ନ ଗୃହରୁ ବିଶ୍ୱାସ ମତ ପ୍ରାପ୍ତ କରିବାକୁ ପଡିବ ।
ସୂଚନାଯୋଗ୍ୟ, ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନବ ଗଠିତ କ୍ୟାବିନେଟର ସୁପାରିଶ କ୍ରମେ ୯ ଜାନୁୟାରୀ ୨୦୨୩ରେ ପରବର୍ତ୍ତି ଗୃହ ଅଧିବେଶନ ଡାକିଛନ୍ତି । ୨୦ ନଭେମ୍ବର ୨୦୨୨ରେ ହୋଇଥିବା ନିର୍ବାଚନ ପରେ ପ୍ରତିନିଧି ସଭା ଓ ନ୍ୟାଶନାଲ ଆସେମ୍ଲି ପ୍ରଥମଥର ଲାଗି ବୈଠକ କରିବାକୁ ଯାଉଛନ୍ତି ।

Share