୧୬ ବର୍ଷ ତଳେ ବିମାନ ଦୁର୍ଘଟଣାରେ ସ୍ବାମୀଙ୍କୁ ହରାଇଥିଲେ, ଏବେ ନିଜେ ଚାଲିଗଲେ

କାଠମାଣ୍ଡୁ,୧୬।୧: ନେପାଳରେ ବିମାନ ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ୟେତି ଏୟାରଲାଇନ୍ସ ବିମାନ ଏଟିଆର୍‌-୭୨ର ସହ-ପାଇଲଟ ଅଞ୍ଜୁ ଖାତିୱାଡା ମଧ୍ୟ ପ୍ରାଣ ହରାଇଛନ୍ତି। କିଛି ଦିନ ମଧ୍ୟରେ ଅଞ୍ଜୁ ସହ-ପାଇଲଟରୁ ପାଇଲଟ ହୋଇଥାନ୍ତେ। କିନ୍ତୁ ଏହାପୂର୍ବରୁ ସେ ଜୀବନ ହାରିଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରେ ସିନିୟର କ୍ୟାପଟେନ କମଲ କେସି ପାଇଲଟ ହୋଇଥିବାବେଳେ ଅଞ୍ଜୁ ସହ-ପାଇଲଟ ଥିଲେ।
୧୬ ବର୍ଷ ତଳେ ଅଞ୍ଜୁଙ୍କ ସ୍ବାମୀ ଦୀପକ ପୋଖରେଲ ମଧ୍ୟ ୟେତି ଏୟାରଲାଇନ୍ସରେ କୋ ପାଇଲଟ ଭାବେ କାମ କରୁଥିବା ବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୦୬ ମସିହା ଜୁନ ୨୧ରେ ୟେତି ଏୟାରଲାଇନ୍ସର ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ମେମ୍ବରର୍ସଙ୍କ ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ଅଞ୍ଜୁଙ୍କ ସ୍ବାମୀ ଦୀପକ ରହିଥିଲେ। ଏହି ଘଟଣା ପରେ ଅଞ୍ଜୁ ପାଇଲଟ ହେବାର ସ୍ବପ୍ନ ନେଇ ଆଗକୁ ବଢିଥିଲେ। ଏଥିପାଇଁ ସେ ତାଲିମ ନେଇଥିଲେ। ଏଥିସହ କୋ-ପାଇଲଟ ଭାବେ ୟେତି ଏୟାରଲାଇନ୍ସରେ ଯୋଗ ଦେଇଥିଲେ। ଘଟଣାଦିନ ଅର୍ଥାତ୍‌ ରବିବାର ଦିନ ୧୧ଟାରେ ଅଞ୍ଜୁ ପାଇଲଟ ଭାବେ ଲାଇସେନ୍ସ ମଧ୍ୟ ପାଇଥାଆନ୍ତେ। କିନ୍ତୁ ଏହାପୂର୍ବରୁ ସେ ଦୁନିଆରୁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ବିଦ୍ୟୁତ୍‌ ଆମଦାନୀ କରିବ ଇରାକ

ତେହରାନ,୨୧ା୭: ଇରାକ ବର୍ତ୍ତମାନ ତୁର୍କୀରୁ ଦେଶକୁ ବିଦ୍ୟୁତ୍‌ ଆମଦାନୀ କରିବ। ଏକ ବିବୃତ୍ତିରେ ଇରାକ ରବିବାର କହିଛି, ଏକ ନୂତନ ବିଦ୍ୟୁତ୍‌ ଲାଇନ ତୁର୍କୀରୁ ଏହାର...

ସଂସଦରେ ଆସ୍ଥା ଭୋଟରେ ଜିତିଲେ ଓଲି

କାଠମାଣ୍ଡୁ,୨୧।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଜି (ଜୁଲାଇ ୨୧) ରବବାର ସଂସଦରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ...

ମେରିଟ୍‌ ଭିତ୍ତିରେ ମିଳିବ ୯୩% ସରକାରୀ ଚାକିରି: ବିବାଦୀୟ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତନ କଲେ ବାଂଲାଦେଶ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୧।୭: ହିଂସାତ୍ମକ ବିରୋଧ ମଧ୍ୟରେ ବାଂଲାଦେଶର ସୁପ୍ରିମକୋର୍ଟ ରବିବାର ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବଜାୟ ରଖିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାତିଲ କରିଛନ୍ତି। ତେବେ ସୁପ୍ରିମକୋର୍ଟ...

୧୫ ଦିନ ତଳେ କରିଥିଲେ ବିବାହ, ସାମାନ୍ୟ କଥାରୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ, ୨୧।୭: ରାସ୍ତାରେ କାର ପାର୍କିଂକୁ ନେଇ ସାମାନ୍ୟ ଯୁକ୍ତି ତର୍କରୁ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଏପରି ଏକ ଘଟଣା...

ଏଲନ ମସ୍କଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଲ ଗେଟ୍ସ

ଓ୍ବାଶିଂଟନ୍‌,୨୧।୭: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଟେସଲା ତଥା ଏକ୍ସର ମାଲିକ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଖୋଲା...

ସ୍ତ୍ରୀ ସମେତ ୪୨ ମହିଳାଙ୍କୁ କରିଛି ହତ୍ୟା, ଶବକୁ ଖଣ୍ଡଖଣ୍ଡ କରି…

ନୂଆଦିଲ୍ଲୀ,୨୧।୭: କେନିଆର ରାଜଧାନୀ ନୈରେବୀରେ ଜଣେ ବ୍ୟକ୍ତି ୪୨ ମହିଳାଙ୍କୁ ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଲୋମ ଟାଙ୍କୁରା...

ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ

ଢାକା,୨୧।୭: ବାଂଲାଦେଶ ସରକାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଇତିମଧ୍ୟରେ...

ସ୍ତ୍ରୀ ପାଇଁ ଦିନକୁ ୩୨୦ କି.ମି. ଯାତ୍ରା

ବେଜିଂ,୨୧ା୭: ଚାଇନାର ଜଣେ ନବ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୈନିକ ୩୨୦ କି.ମି. ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀଙ୍କ ପ୍ରତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri