ନେପାଳ ବିମାନ ଦୁର୍ଘଟଣା: ମିଳିଲା ବିମାନର ଧ୍ୱଂସାବଶେଷ

କାଠମାଣ୍ଡୁ,୩୦ ।୫: ନେପାଳର ପର୍ଯ୍ୟଟନ ସହର ପୋଖରାରୁ ଯାତ୍ରା ଆରମ୍ଭ କରିଥିବା ତାରା ଏୟାରର ବିମାନ ଉଡିବାର ମାତ୍ର କେଇ ମିନିଟ ମଧ୍ୟରେ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା । ରବିବାର ହୋଇଥିବା ଏହି ଦୁର୍ଘଟଣା ପରେ ଏବେ ବିମାନଟିର ଧ୍ୱଂସାବଶେଷ ମିଳିଛି । ନେପାଳି ସେନା ମସ୍ଟୋଗରେ ଥାସାଙ୍ଗ-୨ର ସୋନେସବେୟରରେ ତାରା ଏୟାରର ଦୁର୍ଘଟଣାଗ୍ରସ୍ତ ବିମାନର ଠାବ କରିଛନ୍ତି । ଏହା ପୂର୍ବରୁ ଖରାପ ପାଗ ଓ ବାଦଲ ଘେରି ରହିଥିବାରୁ ବିମାନକୁ ଖୋଜିବା କଷ୍ଟକର ହୋଇଥିଲା । ଉକ୍ତ ବିମାନଟି ରାଜଧାନୀ କାଠମାଣ୍ଡୁରୁ ୨୦୦ କିଲୋମିଟର ପୂର୍ବରେ ସ୍ଥିତ ପୋଖରାରୁ ସକାଳ ୧୦ଟାରେ ଯାତ୍ରା ଆରମ୍ଭ କରିଥିଲା । ଏବେ ବିମାନ ଦୁର୍ଘଟଣା ସ୍ଥଳକୁ ଯାଇ ଏଥିରେ ଥିବା ଯାତ୍ରୀଙ୍କ ମୃତଦେହ ଖୋଜିବା କାମ ଆରମ୍ଭ କରାଯାଇଛି । ଅନୁମାନ କରାଯାଉଛି କି ଏଥିରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁୟୁ ମେମ୍ବରଙ୍କର ମୃତ୍ୟୁ ହୋଇଥାଇପାରେ ।

Share