Categories: ଜାତୀୟ

ନେପାଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଜୟଶଙ୍କର

ନୂଆଦିଲ୍ଲୀ,୧୫।୧: ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ବିମାନରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୭୨ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ଭାରତର ବୈଦେଶିକ ମନ୍ତ୍ରୀ ଡା ଏସ ଜୟଶଙ୍କର ଦୁଃଖ ପ୍ରକାଶ କରିଛନ୍ତି। ଜୟଶଙ୍କର ଟୁଇଟ କରି କହିଛନ୍ତି, ନେପାଳର ପୋଖରା ଠାରେ ବିମାନ ଦୁର୍ଘଟଣା ବିଷୟରେ ଶୁଣି ବହୁତ ଦୁଃଖିତ। ଆମର ସମବେଦନା ପ୍ରଭାବିତ ପରିବାରଙ୍କ ସହ ଅଛି।
ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏଏନ୍‌) କହିଛି, ୟେଟି ଏୟାରଲାଇନ୍ସର ଏକ ବିମାନ କାଠମାଣ୍ଡୁର ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୧୦.୩୩ରେ ଉଡ଼ାଣ ଭରିଛି। ପୋଖରା ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ପୁରୁଣା ବିମାନବନ୍ଦର ଏବଂ ନୂତନ ବିମାନବନ୍ଦର ମଧ୍ୟରେ ସେଟି ନଦୀ କୂଳରେ ଖସିପଡିଥିଲା। ବିମାନରେ ସମୁଦାୟ ୬୮ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟ ଥିଲେ।
ବିମାନରେ ଥିବା ମୋଟ ୧୦ ବିଦେଶୀ ନାଗରିକଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ଅଛନ୍ତି ବୋଲି ଭାରତୀୟ ଦୂତାବାସ ଟୁଇଟ୍‌ କରିଛି।

Share