ନେପାଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

କାଠମାଣ୍ଡୁ,୧୧ ।୩: ନେପାଳରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଠାକାର ୩ ପ୍ରମୁଖ ରାଜନୈତିକ ଦଳର ୪ ଜଣ ପ୍ରାର୍ଥୀ ଶନିବାର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ନିର୍ବାଚନ ୧୭ ମାର୍ଚ୍ଚରେ ହେବ ।

ଆସିଷ୍ଟାଣ୍ଡ ଇଲେକ୍ସନ କମିଶନ ଅମୃତା କୁମାରୀ ଶର୍ମାଙ୍କ ସୂଚନା ଅନୁଯାୟୀ, କାଠମାଣ୍ଡୁର ନ୍ୟୁ ବନେଶ୍ୱର ସ୍ଥିତ ସଂସଦ ଭବନରେ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ ।
ସୂଚନାଯୋଗ୍ୟ, ରାଷ୍ଟପତିଙ୍କ ଭଳି ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଏକ ନିର୍ବାଚକ ମଣ୍ଡଳ ଦ୍ୱାରା କରାଯାଇଥାଏ, ଯେଉଁଥିରେ ସଂଘିୟ ସଂସଦ(ପ୍ରତିନିଧି ସଭା ଓ ନ୍ୟାଶନାଲ ଆସେମ୍ଲି) ଓ ପ୍ରାନ୍ତିୟ ବିଧାନସଭାର ସଦସ୍ୟ ସାମିଲ ହୋଇଥାଆନ୍ତି । ମତଦାତାଙ୍କ ମୋଟ ସଂଖ୍ୟା ୮୮୨ ରହିଛି, ଯେଉଁଥିରେ ସଂସଦର ୩୩୨ ସଂଘିୟ ସଦସ୍ୟ ଓ ୫୫୦ ପ୍ରାନ୍ତିୟ ବିଧାନସଭା ସଦସ୍ୟ ସାମିଲ ଅଛନ୍ତି । ସଂସଦର ସଂଘିୟ ସଦସ୍ୟଙ୍କ ଭୋଟ ଭାର ୭୯ ହୋଇଥିବା ବେଳେ ପ୍ରାନ୍ତିୟ ବିଧାନସଭା ସଦସ୍ୟଙ୍କର ୪୮ ରହିଛି ।

Share