Posted inଜାତୀୟ

ଉତ୍ତେଜନା ବଢ଼ାଉଛି ନେପାଳ

ନୂଆଦିଲ୍ଲୀ, ୨ା୮: ଭାରତର ୩ଟି ସୀମାନ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ନେପାଳ ପୁଣି ଥରେ ଉତ୍ତେଜନା ବଢ଼ାଇଛି। ଉକ୍ତ ୩ ଅଞ୍ଚଳକୁ ନେଇ ପ୍ରସ୍ତୁତ ସଂଶୋଧିତ ମାନଚିତ୍ରକୁ ଜାତିସଂଘ ଓ ଗୁଗଲ ନିକଟକୁ ପଠାଇବା ପାଇଁ କାଠମାଣ୍ଡୁ ଯୋଜନା କରିଛି। ନୂଆ ମାନଚିତ୍ରରେ ଭାରତର କାଲାପାନି, ଲିପୁଲେଖ ଏବଂ ଲିମ୍ପିଆଧୁରାକୁ ନେପାଳ ନିଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦର୍ଶାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ସରକାର ନୂଆ ମାନଚିତ୍ରକୁ ଇଂଲିଶରେ ପ୍ରକାଶ କରି ଅନ୍ତର୍ଜାତୀୟ ସମୁଦାୟଙ୍କ ପାଖକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଏ ସମ୍ପର୍କରେ ଭୂମି ପରିଚାଳନା ମନ୍ତ୍ରୀ ପଦ୍ମ ଆର଼୍ୟାଲ ସୂଚନା ଦେଇଛନ୍ତି। ନେପାଳ ନୂଆ ମାନଚିତ୍ରର ୨୫ ହଜାର କପି ଛପାଇଥିବା ଜଣାପଡିଛି। ସେଗୁଡ଼ିକୁ ସ୍ଥାନୀୟ ଓ ପ୍ରାଦେଶିକ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଯୋଗାଇଦିଆଯିବ।
ମେ’ ୧୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡର ଲିପୁଲେଖ ପାସ୍‌ ସହିତ ଧାରଚୁଲାକୁ ସଂଯୋଗ ଲାଗି ଗୁରୁତ୍ୱପୂର୍ଣ୍ଣ ୮୦ କିଲୋମିଟର ରାସ୍ତା ଉଦ୍‌ଘାଟନ କରିବା ପରେ ଭାରତ-ନେପାଳ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ଉକ୍ତ ରାସ୍ତା ନେପାଳ ଅଞ୍ଚଳ ଦେଇ ଯାଇଥିବା କାଠମାଣ୍ଡୁ ଦାବି କରୁଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଥିଲା। ରାସ୍ତା ସମ୍ପୂର୍ଣ୍ଣ ଭାରତୀୟ ସୀମା ମଧ୍ୟରେ ଥିବା ନୂଆଦିଲ୍ଲୀ କହିଥିଲା। ଏହା ପରେ ନେପାଳ ନୂତନ ମାନଚିତ୍ରରେ ଭାରତର ଉପରୋକ୍ତ ୩ଟି ଅଞ୍ଚଳକୁ ସାମିଲ କରି ସୀମା ବିବାଦ ସୃଷ୍ଟି କରିଛି। ଚାଇନା ପ୍ରରୋଚନାରେ ନେପାଳ ଭାରତ ସହ ବିବାଦ ବଢ଼ାଉଥିବା କୁହାଯାଉଛି। କରୋନା ମହାମାରୀ ଯୋଗୁ ଭାରତ ସହ ଆଲୋଚନା ହୋଇପାରିବ ନାହିଁ ବୋଲି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ ଗ୍ୟାଓ୍ବାଲି କହିଥିଲେ। ଅନ୍ୟପକ୍ଷରେ ଗତବର୍ଷ ନଭେମ୍ବରରେ ଭାରତ ପ୍ରକାଶ କରିଥିବା ରାଜନୈତିକ ମାନଚିତ୍ରର ଅଷ୍ଟମ ସଂସ୍କରଣରେ ନେପାଳର କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନିଜ ଅଞ୍ଚଳ ଭାବେ ସାମିଲ କରିଥିଲା ବୋଲି ସେ ଦାବି କରିଛନ୍ତି। କୂଟନୈତିକ ଆଲୋଚନା ମାଧ୍ୟମରେ ସୀମା ସମସ୍ୟାର ସମାଧାନ ପାଇଁ କାଠମାଣ୍ଡୁ ସେତେବେଳେ ପ୍ରସ୍ତାବ ଦେଇଥିଲା, ଯାହାକୁ ନୂଆଦିଲ୍ଲୀ ଗ୍ରହଣ କରି ନ ଥିଲା ବୋଲି ଗ୍ୟାଓ୍ବାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ପାଖ ପୋଖରୀରୁ ମିଳିଲା ମୃତଦେହ ଉଦ୍ଧାର: ସନ୍ଦେହଜନକ ମୃତ୍ୟୁକୁ ନେଇ ବଢିଲା ଚର୍ଚ୍ଚା

ବଲାଙ୍ଗୀର,୪।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ମିରିଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଲଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ପାଖ ଜମିରେ ଥିବା ଏକ ପୋଖରୀରୁ…

ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିଲେ: ଦେଖିଦେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୪ା୨(ଶରତ କୁମାର ଧଳ):  କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ପୁରୁଣାପଦର ଗ୍ରାମ ନିକଟରେ ଲୁକ୍କାୟିତ ଭାବେ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଠିକାଦାର…

ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର: ଜବରଦଖଲ ଉଚ୍ଛେଦ ଜାରି

ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ…

ମଝିରେ ପରିବର୍ତ୍ତନ ହେବ ୨୦୨୬ ଟି-୨୦ ବିଶ୍ୱକପ ସୂଚୀ! ସେମିଫାଇନାଲ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୨୪।୨: ICC T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ଶ୍ରୀଲଙ୍କା ଘରୋଇ ଗ୍ରାଉଣ୍ଡ କଲମ୍ବୋରେ ଖେଳିପାରେ, କିନ୍ତୁ ଏହା କେଉଁ ଦଳ ଯୋଗ୍ୟତା ଅର୍ଜନ କରେ ଏବଂ ସେମାନେ…

ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ମାଓବାଦୀ ଲେଖିଲେ ଚିଠି, ଏହି ଦିନ କରିବୁ ଆତ୍ମସମର୍ପଣ…

ରାୟପୁର,୨୪।୨: ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡ଼ିଶାର କେତେକ ମାଓବାଦୀ ସଂଗଠନ ଚିଠି ଲେଖିଛନ୍ତି। ଚିଠିରେ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି।…

ରାଜ୍ୟ ସଭା ନିର୍ବାଚନ: କୋରାପୁଟକୁ ଗୋଟେ ଯାଇପାରେ

ରାୟଗଡ଼ା,୨୪।୨(ଆଶିଷ ରଞ୍ଜନ ପଣ୍ଡା): ଡ଼ିଶାର ୪ ଜଣ ରାଜ୍ୟ ସଭା ସଦସ୍ୟ ମମତା ମହନ୍ତ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ୍‌ ଏବଂ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ…

ଚତୁର୍ଥୀ ରାତିରେ ସ୍ତ୍ରୀଙ୍କଠାରୁ ଏମିତି କଥା ଶୁଣି ସ୍ବାମୀଙ୍କ ଉଡିଗଲା ହୋସ୍‌, ସାରା ଗାଁରେ ବ୍ୟାପିଗଲା ଏହି ଖବର

ଲକ୍ଷ୍ନୌ,୨୪।୨: ଉତ୍ତର ପ୍ରଦେଶର ହମିରପୁର ଜିଲାର ଗୋହାଣ୍ଡ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ଗୋହାଣ୍ଡ ସହର ଛାଡି ରାଠରେ ପହଞ୍ଚିଥିବା କନ୍ୟା…

ଗୃହ ବାହାରେ କହିଲେ, ରେକର୍ଡରୁ କାଟିଦେଲେ: ସାଂଘାତିକ ଅଭିଯୋଗ ଆଣିଲେ ବିଧାୟକ

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶର ଷଷ୍ଠ ଦିନ ଗୃହ କାର୍ଯ୍ୟ ବନ୍ଦ ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାହାରକୁ ବାହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri