ଅକ୍ସିଜେନ ସିଲିଣ୍ଡର ଅଭାବ: ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଏହି ନିବେଦନ କଲା ନେପାଳ

କାଠମାଣ୍ଡୁ,୧୦।୫: ନେପାଳରେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ଏତେ ଅଭାବ ରହିଛି ଯେ, ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଅକ୍ସିଜେନ ବୋତଲ ଫେରାଇ ଆଣିବାକୁ ନିବେଦନ କରାଯାଇଛି। କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଥିବା ନେପାଳ ସୋମବାର ଏହି ନିବେଦନ କରିଛି। ଏପ୍ରିଲ ଏବଂ ମେ ପର୍ବତାରୋହଣର ଋତୁ ହୋଇଥିବାରୁ ନେପାଳ ହିମାଳୟର ୧୬ଟି ଶିଖର ପାଇଁ ୭୦୦ରୁ ଅଧିକ ପର୍ବତାରୋହୀଙ୍କୁ ଅନୁମତି ପ୍ରଦାନ କରିଛି। ଏଥିମଧ୍ୟରୁ ୪୦୮ ପର୍ବତାରୋହୀଙ୍କୁ କେବଳ ମାଉଣ୍ଟ ଏଭ୍‌ରେଷ୍ଟ ପାଇଁ ଅନୁମତି ଦିଆଯାଇଛି। ଯାହା ଦ୍ୱାରା ନେପାଳର ପର୍ବତାରୋହଣ ଏବଂ ପର୍ଯ୍ୟଟନ ଶିଳ୍ପ ପୁଣି ଥରେ ବୃଦ୍ଧି ପାଇବ।

ନେପାଳର ପର୍ବତାରୋହଣ ସଂଗଠନ (NMA) ପର୍ବତାରୋହୀମାନଙ୍କୁ କୋଭିଡ୍‌-୧୯ର ପରିବର୍ତ୍ତନ ସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛି। ସଂଗଠନ କହଛି ଯେ, ପୂର୍ବ ଅପେକ୍ଷା ନେପାଳର ସ୍ବାସ୍ଥ୍ୟ ବିଭାଗ କୋଭିଡ୍‌ର ଦ୍ୱିତୀୟ ଲହରରେ ଅଧିକ ବିଗିଡ଼ିବାରେ ଲାଗିଛି। ଏନ୍‌ଏମ୍‌ଏର ଜଣେ ବରିଷ୍ଠ ଅଧିକାରୀ କୁଲ ବାହାଦୂର ଗୁରୁଙ୍ଗ କହିଛନ୍ତି ଯେ, ଏହି ଋତୁରେ ପର୍ବତାରୋହୀ ଏବଂ ସେମାନଙ୍କ ଶେର୍ପା ଗାଇଡ୍‌ରେ ୩୫୦୦ ଅକ୍ସିଜେନ ବୋତଲ ଅଛି। ଅଭିଯାନର ଶେଷରେ ପର୍ବତାରୋହୀମାନେ ବୋତଲଗୁଡ଼ିକୁ ପର୍ବତ ଶିଖରରେ ଛାଡ଼ିଆସିଥାନ୍ତି। ଗୁରୁଙ୍ଗ ଏହି ପର୍ବତାରୋହୀମାନଙ୍କୁ ଖାଲି ଅକ୍ସିଜେନ ବୋତଲଗୁଡ଼ିକୁ ଏଣେତେଣେ ନ ଫିଙ୍ଗି ଫେରାଇ ଆଣିବାକୁ ନିବେଦନ କରିଛନ୍ତି। କାରଣ ଏଥିରେ ପୁଣି ଅକ୍ସିଜେନ ରିଫିଲ ହୋଇପାରି। ଫଳରେ ଅକ୍ସିଜେନ ଅଭାବରୁ ମୃତ୍ୟୁକୁ ସାମ୍ନା କରୁଥିବା ବ୍ୟକ୍ତିବିଶେଷଙ୍କ ଜୀବନ ରକ୍ଷା ପାଇଯିବ।

Share