୧୧ କୋଟିର ଘର, ୮୦ ଲକ୍ଷର ଦାମୀ ଗାଡ଼ି; ଅଭିନେତାଙ୍କ ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବୟସ ବଢ଼ୁଛି ହେଲେ ଛାପ ନାହିଁ। ସେଭଳି ଜଣେ ଅଭିନେତା ହେଲେ ନିଲ୍‌ ନିତିନ ମୁକେଶ। ଶନିବାର ସେ ୪୦ ବର୍ଷର ହୋଇଛନ୍ତି। ୧୯୮୨ ଜାନୁୟାରୀ ୧୫ରେ ଜନ୍ମଗ୍ରହଣ କରିଥିଲେ ସେ। ନିଲ୍‌ ଜେଜେ ବାପା ଜଣେ ଲୋକପ୍ରିୟ ଗାୟକ ଥିଲେ। ବମ୍ବେର ଏଚ୍‌ଆର୍‌ କଲେଜରୁ ସେ ପାଠପଢ଼ା ଆରମ୍ଭ କରିଥିଲେ। ଗାୟକ ପରିବାରରୁ ଥିଲେ ହେଁ ଅଭିନୟ ପ୍ରତି ସେ ଆକର୍ଷିତ ହୋଇଥିଲେ।

ଶଶୁ କଳାକାର ଭାବେ ସେ କାମ ମଧ୍ୟ କରିଛନ୍ତି। ଏହାପରେ ୨୦୦୭ରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ‘ଜନି ଗଦ୍ଦାର’ ଫିଲ୍ମ ଲାଗି ତାଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ମିଳିଥିଲା। ୨୦୦୯ରେ ସେ ‘ନ୍ୟୁୟର୍କ’ଫିଲ୍ମରେ ସେ କାମ କରିଥିଲେ। ପରେ ସେ ତାମିଲ ସିନେମା ‘କତ୍ଥି’, ‘ପ୍ରେମ ରତନ ଧନ ପାୟୋ’,‘ଗୋଲମାଲ ଏଗେନ’, ‘ସାହୋ’ ଭଳି ଫିଲ୍ମରେ କାମ କରିଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏହି ଅଭିନେତା। ୧୧.୩ କୋଟି ଟଙ୍କାର ବଙ୍ଗଳାରେ ସେ ରୁହନ୍ତି। ଏହାଛଡ଼ା ତାଙ୍କ ପାଖରେ ୮୦ ଲକ୍ଷରୁ ଆରମ୍ଭ କରି ଅନେକ ଦାମୀ ଗାଡ଼ି ରହିଛି। ନିଲଙ୍କ ମୋଟ ସମ୍ପତ୍ତି ୬ ମିଲିୟନ ଡଲାର। ସେ ଫିଲ୍ମ, ବିଜ୍ଞାପନ, ବ୍ୟବସାୟରୁ ରୋଜଗାର କରିଥାନ୍ତି। ଫିଲ୍ମ ପିଛା ସେ ୨-୩ କୋଟି ଟଙ୍କା ପାଉଣା ନେଇଥାନ୍ତି। ୨୦୧୭ରେ ନିଲ ରୁକ୍ମଣୀ ସହାୟଙ୍କୁ ବିବାହ କରିଥିଲେ। ୨୦୧୮ରେ ସେ ବାପା ହୋଇଥିବା ନେଇ ପ୍ରଶଂସକଙ୍କୁ ଜଣାଇଥିଲେ।

Share