Posted inଜାତୀୟ

‘ଦିଲ୍ଲୀ ପ୍ରଦୂଷଣ ପାଇଁ ପଡ଼ୋଶୀ ଦାୟୀ’

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀରେ ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଥିବାବେଳେ ଏଥିପାଇଁ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ଉପରେ ଦୋଷ ଲଦିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଏହି ୩ ରାଜ୍ୟରେ ବହୁଳ ଭାବେ ନଡ଼ାମୂଳି ପୋଡ଼ାଯାଉଥିବାରୁ ଦିଲ୍ଲୀର ବାୟୁ ପ୍ରଦୂଷିତ ହେଉଛି। କିନ୍ତୁ କୌଣସି ରାଜ୍ୟର ସରକାର କୃଷକଙ୍କୁ ଏଥିରୁ ନିବୃତ୍ତ କରିବାକୁ କିଛି କରୁନାହାନ୍ତି ବୋଲି ଆମ୍‌ ଅଦ୍‌ମୀ ପାର୍ଟି (ଏଏପି) ଆବାହକ କେଜ୍‌ରିଓ୍ବାଲ ସମାଲୋଚନା କରିଛନ୍ତି। ୟୁପି ଏବଂ ହରିୟାଣାରେ ଭାଜପା ସରକାର କ୍ଷମତାସୀନ ଥିବାବେଳେ ପଞ୍ଜାବରେ କଂଗ୍ରେସ ସରକାର ଚାଲିଛି। ଏହି ଦୃଷ୍ଟିରୁ ଦିଲ୍ଲୀ ପ୍ରଦୂଷଣ ପାଇଁ ୩ ପଡ଼ୋଶୀ ରାଜ୍ୟର ସରକାରଙ୍କୁ କେଜ୍‌ରିଓ୍ବାଲ ଦାୟୀ କରିବାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ୧୪୩୦ ଶଯ୍ୟା ବିଶିଷ୍ଟ ଶାଲିମାରବାଗ୍‌ ସରକାରୀ ହସ୍ପିଟାଲକୁ ଉଦ୍‌ଘାଟନ କରି କହିଛନ୍ତି, ପଞ୍ଜାବ, ହରିୟାଣା ଏବଂ ୟୁପି କୃଷକଙ୍କ ନଡ଼ାମୂଳି ପୋଡ଼ିରୁ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହି ୩ ରାଜ୍ୟର ସରକାରମାନେ ଏହାକୁ ରୋକି ବାୟୁ ପ୍ରଦୂଷଣ ହ୍ରାସ କରିବାରେ ନିଜ ଉତ୍ତରଦାୟିତ୍ୱ ବୁଝିବା ଦରକାର। ମାସେ ହେଲା ଦିଲ୍ଲୀର ଏୟାର କ୍ୱାଲିଟି ଡାଟାକୁ ନେଇ ସେ ଟୁଇଟ୍‌ କରିଚାଲିଛନ୍ତି। ବିଶେଷକରି ଗତ ୩-୪ ଦିନ ଧରି ପ୍ରଦୂଷଣ ହାର ବେଶି ବଢ଼ିଛି। ସେମାନଙ୍କ ସରକାର ନଡ଼ାମୂଳି ପୋଡ଼ି ରୋକିବା ପାଇଁ କିଛି କୃଷକଙ୍କୁ ସହାୟତା ଦେଉନାହାନ୍ତି। ଫଳରେ ଚାଷୀ ବାଧ୍ୟହୋଇ ଚାଷଜମିରେ ନଡ଼ାମୂଳି ପୋଡ଼ୁଛନ୍ତି। କିନ୍ତୁ ଦିଲ୍ଲୀ ସରକାର ଆଣ୍ଟାଇ ଡଷ୍ଟ ଅଭିଯାନରୁ ନେଇ ବାୟୋ ଡିକମ୍ପୋଜର ଲିକୁଇଡ୍‌ ସିଞ୍ଚନ ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ଦେଉଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକ ଏଭଳି ପଦକ୍ଷେପ କାହିଁକି ନେଉନାହାନ୍ତି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ରବିବାର ଅପରାହ୍ନ ୨ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୩୯ ଥିଲା, ଯାହାକୁ ଅତ୍ୟନ୍ତ ଖରାପ ଶ୍ରେଣୀରେ ଧରାଯାଇଥାଏ। ଏକ୍ୟୁଆଇ ଶୂନରୁ ୫୦ ମଧ୍ୟରେ ରହିଲେ ଉତ୍ତମ ଏବଂ ୫୧ରୁ ୧୦୦ ରହିଲେ ସନ୍ତୋଷଜନକ ବୋଲି କୁହାଯାଏ। ଏହା ପୂର୍ବରୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାଏ ମଧ୍ୟ ଅନୁରୂପ ଚିନ୍ତା ପ୍ରକଟ କରି ପ୍ରଦୂଷଣ ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଦାୟୀ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri