Categories: ଜାତୀୟ

ଶାଶୂ-ବୋହୂଙ୍କ କଳି ଯୋଗୁ ପଡୋଶୀଙ୍କ ଶାନ୍ତି ଭଙ୍ଗ ହୁଏନାହିଁ…

ନୂଆଦିଲ୍ଲୀ,୧୬।୧ : ଘର ଭିତରେ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ଲାଗୁଥିବା କଳି ଥିବା ଝଗଡାକୁ ସାଧାରଣ ଶାନ୍ତି ଉଲ୍ଲଂଘନ ବୋଲି ବିବେଚନା କରାଯାଇପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଅଦାଲତ ଦିଲ୍ଲୀର ତିସହଜାରି କୋର୍ଟର ଅତିରିକ୍ତ ସେସନ ଜଜ ମନୀଷ ଖୁରାନାଙ୍କ କୋର୍ଟ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଦ୍ୱାରା ବୋହୂଙ୍କ ବିରୋଧରେ ଜାରି କରାଯାଇଥିବା ସିଆରପିସିର ଧାରା ୧୦୭/୧୧୧ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ କହିଛନ୍ତି ଯେ ପ୍ରତ୍ୟେକ ଥର ବୋହୂଙ୍କର ଭୁଲ ହେବା ଜରୁରୀ ନୁହେଁ। ଏଠାରେ ପୋଲିସ ବିବେକ ସହିତ କାର୍ଯ୍ୟ କରିବା ଉଚିତ। ଘରୋଇ ଝଗଡା ଶାନ୍ତି ଭଙ୍ଗ ପାଇଁ ଏକ ଆଧାର ହୋଇ ନ ପାରେ। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଏସଇଏମ ଏହି ପ୍ରସଙ୍ଗରେ ବୋହୂଙ୍କର ପକ୍ଷ ଶୁଣିନାହାଁନ୍ତି କିମ୍ବା ସମଗ୍ର ମାମଲାର ସତ୍ୟତାକୁ ଗମ୍ଭୀରତାର ସହ ବିଚାର କରିନାହାଁନ୍ତି। ସିଧାସଳଖ ବୋହୂଙ୍କୁ ଶାନ୍ତି ଭଙ୍ଗ କରିବାରେ ଦୋଷୀ ବୋଲି ଭାବି ତାଙ୍କୁ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

୨୦ ଡିସେମ୍ବର ୨୦୧୮ ରେ ତାଙ୍କ ଶାଶୁଙ୍କ ସହ ଝଗଡା ହୋଇଥିବା ଆବେଦନକାରୀ କୋର୍ଟରେ କହିଛନ୍ତି। ବୋହୂଙ୍କୁ ସ୍ପେଶାଲ ଏଜୁକ୍ୟୁଟିଭ ମାଜିଷ୍ଟ୍ରେଟ (ଏସଇଏମ) ଙ୍କ ନିକଟରେ ହାଜର ହେବାକୁ କୁହାଯାଇଥିଲା। ଏହି ମାମଲାରେ ଏସଇଏମ ବୋହୂକୁ ଦୋଷୀ ସାବ୍ୟସ୍ତ କରିଥିଲା ଏବଂ ତାଙ୍କୁ ୬ ମାସ ପାଇଁ ଏକ ଦଣ୍ଡାଦେଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୋହୂ ସେସନ କୋର୍ଟଙ୍କର ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ।

Share