Categories: ଜାତୀୟ

‘ନେହରୁଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟରେ ନୁହେଁ’

ଶ୍ରୀନଗର,୨୪।୭: କାରଗିଲ ବିଜୟ ଦିବସ ଅବସରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି। ସେନା ଯବାନଙ୍କର ପ୍ରଶଂସା ଯେତେ କରାଯିବ, ତାହା କମ୍‌ ପଡ଼ିବ। କାରଗିଲ ଯୁଦ୍ଧରେ ଆମର ତିନି ସେନା ମଧ୍ୟରେ ସମନ୍ବୟ ଦେଖିବାକୁ ମିଳିଥିଲା।
କାଗଗିଲ ବିଜୟ ଦିବସ ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, ଏହି ଯୁଦ୍ଧରେ ଭାରତ ବିଶ୍ୱର ସମର୍ଥନ ପାଇ ନ ଥିଲା, ତଥାପି ଭାରତ ଏହି ଯୁଦ୍ଧକୁ ପୂର୍ଣ୍ଣ ଶକ୍ତି ସହିତ ଲଢି ଜିତିଥିଲା। ଆମେ ପଡୋଶୀ ଦେଶମାନଙ୍କ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ ଯଦି କେହି ତାଙ୍କ ଆଖି ଦେଖାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମଧ୍ୟ ଉପଯୁକ୍ତ ଜବାବ ଦିଆଯିବ।
ଏହି ଅବସରରେ ରାଜନାଥ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଟାର୍ଗେଟ କରି କହିଥିଲେ। ସେ କହିଥିଲେ, ୧୯୬୨ରେ ଚାଇନା ଲଦାଖରେ ଆମର ଜମି ଦଖଲ କରିଥିଲା। ପଣ୍ଡିତ ଜବାହରଲାଲ ନେହରୁ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ। କୌଣସି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଚାହୁଁନାହିଁ। ନେହରୁଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟରେ ନୁହେଁ। ଏବେ କିନ୍ତୁ ଭାରତ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଏବଂ ପିଓକେ ଆମର ଅବିଚ୍ଛେଦ୍ୟ ଅଙ୍ଗ।

Share