Posted inଜାତୀୟ

ଗାନ୍ଧୀଙ୍କ ସ୍ବପ୍ନ ନେହେରୁ ପୂରଣ କରିପାରିଲେନି, ରାହୁଲ କରିବେ ଜାଣନ୍ତୁ କାହିଁକି ଏମିତି କହିଲେ ଶିବରାଜ

ଭୋପାଳ,୪ା୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶିବରାଜ କହିଛନ୍ତି, ଜବାହର ଲାଲ୍‌ ନେହେରୁ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ଶେଷ କରିବାକୁ ଦେଇଥିବା ପ୍ରସ୍ତାବ ଶୁଣି ନାହାନ୍ତି। କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ସ୍ବପ୍ନକୁ ପୂରଣ କରିବେ।

ଶିବରାଜ ନର୍ମଦାପୁରମକୁ ଭାଜପା ପ୍ରାର୍ଥୀ ଦର୍ଶନ ସିଂଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିଲେ। ଏହି ସମୟରେ ସେ କହିଛନ୍ତି, କଂଗ୍ରେସ ଭାରତକୁ ଯାହା ଦେଇଛି, ମୁଁ ସତ କହୁଛି। କଂଗ୍ରେସ ଏବଂ ଇଣ୍ଡିଆ ମିଳିତ ମେଣ୍ଟ ନା ଉଦ୍ଦେଶ୍ୟ, ନା ନୀତି ନା ନେତା।

ସେ କହିଛନ୍ତି, ଦେଶ ସ୍ବାଧୀନତା ପରେ ମହାତ୍ମା ଗାନ୍ଧୀ କହିଥିଲେ ଯେ, ବର୍ତ୍ତମାନ କଂଗ୍ରେସ ବିଲୋପ ହେବା ଉଚିତ। କାରଣ କଂଗ୍ରେସ ଏକ ସ୍ବଧୀନତା ସଂଗ୍ରାମ ଥିଲା, କିନ୍ତୁ ପଣ୍ଡିତ ଜବାହର ଲାଲ ନେହେରୁ ମହାତ୍ମା ଗାନ୍ଧୀଙ୍କ କଥା ଶୁଣି ନ ଥିଲେ ଏବଂ ତାଙ୍କର ରାଜନୈତିକ ସ୍ବାର୍ଥ ଅନୁସରଣ କରିଥିଲେ। ଏହାକୁ ପୂରଣ କରିବା ପାଇଁ କଂଗ୍ରେସ ବିଲୋପ ହୋଇନାହିଁ ନେହେରୁ ମହାତ୍ମା ଗାନ୍ଧୀଙ୍କ କଥା ଶୁଣିଲେ ନାହିଁ, କିନ୍ତୁ ରାହୁଲ ଗାନ୍ଧୀ ଶପଥ ନେଇଛନ୍ତି ଯେ, ସେ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ପୂରଣ କରିବେ ଏବଂ କଂଗ୍ରେସ ହଟାଇବା ପରେ ହିଁ ଶାନ୍ତିରେ ବିଶ୍ରାମ ନେବେ।

ସେ ଆହୁରି ମଧ୍ୟ କହିଛନ୍ତି, ୫୦୦ ବର୍ଷର ଦୀର୍ଘ ସଂଘର୍ଷ ପରେ ରାମ ଲାଲା ଅଯୋଧ୍ୟାରେ ଥିବା ଐଶ୍ୱରୀୟ ତଥା ମହାନ ମନ୍ଦିରରେ ସ୍ଥାପନ ହେଲେ। ସମଗ୍ର ଦେଶ ଆନନ୍ଦ ଉତ୍ସବରେ ବୁଡ଼ି ରହିଲା। ରାମ ଆମର ଅସ୍ତିତ୍ୱ, ରାମ ଆମର ପ୍ରତିମା, ରାମ ଆମର ଜୀବନ, ରାମ ଆମର ଭଗବାନ ଏବଂ ରାମ ଭାରତର ପରିଚୟ ବୋଲି ଲୋକେ ଜୟ ଜୟ ଗାନ କଲେ। ମାତ୍ର କଂଗ୍ରେସର ମନ ବିପଥଗାମୀ ହେଲା, ଓଲଟା ବୁଦ୍ଧି ଦିଶିଲା। ତେଣୁ ସେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ଆସିଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri