ଏହି ଗୀତରୁ ନେହା କକ୍କରଙ୍କ ପ୍ରଥମ ପ୍ରେମ ହୋଇଥିଲା ଆରମ୍ଭ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ମଧ୍ୟରେ ପ୍ରଥମେ ପ୍ରେମ ପରେ ବ୍ରେକ୍‌ଅପ୍‌ ହୋଇସାରିଥିବା ଖବର ପ୍ରାୟ ସମସେତେ ଜାଣିଛନ୍ତି। ଏକଥା ନେହା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଦୁଃଖଭରା ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ। ତେବେ କେବେ ଆରମ୍ଭ ହୋଇଥିଲା ତାଙ୍କ ପ୍ରଥମ ପ୍ରେମ ଜାଣିଛନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ…


୨୦୧୪ରେ ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ପ୍ରେମ କାହାଣୀ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଫିଲ୍ମ ‘ୟାରିୟାନ’ର ଏକ ଗୀତ ‘ଆଜ୍‌ ବ୍ଲୁ ହୈ ପାନି ପାନି ଔର ଦିନ୍‌ ହୈ ସାନି ସାନି’ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ବିଶେଷ କରି ଗୀତଟି ଯୁବପିଢ଼ିଙ୍କ ହୃଦୟକୁ ଚହଲାଇ ଦେଇଥିଲା। ଏହି ଗୀତଟି ହନି ସିଂ ଏବଂ ନେହା କକ୍କର ଗାଇଥିଲେ। ହିମାଂଶ ଫିଲ୍ମ ‘ୟାରିୟାନ’ରେ ମୁଖ୍ୟ ଭୂମିକାରେ ଥିଲେ। ଏହ ଫିଲ୍ମ ସହିତ ନେହା ଏବଂ ହିମାଂଶଙ୍କ ମଧ୍ୟରେ ପ୍ରଥମ ପ୍ରେମ ଆରମ୍ଭ ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। କିନ୍ତୁ ଦୁଇଜଣ ଯାକ ନିଜ ସମ୍ପର୍କକୁ ଗଣମାଧ୍ୟମ ନିକଟରେ ଲୁଚାଇ ରଖିଥିଲେ।

ମାତ୍ର ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୦’ରେ ଉଭୟ ନେହା ଏବଂ ହିମାଂଶ ଏହି ସମ୍ପର୍କକୁ ସ୍ବୀକାର କରିଥିଲେ। ୪ ବର୍ଷ ଧଣି ସେମାନଙ୍କ ସମ୍ପର୍କ ରହିଥିଲା। ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବ୍ରେକଅପ୍‌ ହୋଇସାରିଛି।

Share