ବିବାହ ଡ୍ରେସ୍‌କୁ ନେଇ ଟ୍ରୋଲ ହେଲେ ନେହା କକ୍କର, କହିଲେ ସବ୍ୟସାଚୀ ଦେଇଛନ୍ତି ଉପହାର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ଚଳିତବର୍ଷର ଚର୍ଚ୍ଚିତ ବିବାହ। ଏହି ବିବାହ ଉତ୍ସବରେ ନେହାଙ୍କ ପରିବାରବର୍ଗ ଏବଂ ସାଙ୍ଗସାଥୀ ଉପସ୍ଥିତ ଥିଲେ। ବିବାହ ସମୟର ଭିଡିଓ ଏବଂ ଫଟୋ ମଧ୍ୟ ବେଶ୍‌ ଚର୍ଚ୍ଚାରେ। ନେହା ବିବାହ ସମୟରେ ସବ୍ୟସାଚୀ ଏବଂ ଫାଲ୍‌ଗୁନୀ ଶେନ୍‌ ପିକକ୍‌ ଇଣ୍ଡିଆର ବ୍ରାଇଡାଲ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ। ନେହା କନ୍ୟା ବେଶରେ ଖୁବ୍‌ ସୁନ୍ଦର ଦିଶୁଥିଲେ।
ମାତ୍ର ଆଉଟ୍‌ଫିଟ୍‌କୁ ନେଇ ନେହାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା। କାରଣ ନେହାଙ୍କ ଲୁକ୍‌ ଅନୁଷ୍କା ଶର୍ମା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବ୍ରାଇଡାଲ ଲୁକ୍‌ ସହ ମେଳ ଖାଉଥିଲା। ସୋସିଆଲ ମିଡିଆରେ ନେହାଙ୍କ ବ୍ରାଇଡାଲ ଆଉଟ୍‌ଫିଟ ‘ରିମେକ୍‌’ କହି ୟୁଜରମାନେ ଟ୍ରୋଲ କରିଥିଲେ।


ଟ୍ରୋଲ ହେବା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ନେହା କହିଛନ୍ତି, ସେ ଯେଉଁ ଡ୍ରେସ୍‌ ପିନ୍ଧିଥିଲେ ତାହା ସୁପରିଚିତ ଡିଜାଇନର ସବ୍ୟସାଚୀ ତାଙ୍କୁ ଗିଫ୍ଟ ଦେଇଥିଲେ। ନେହା ପୋଷ୍ଟରେ ଲେଖିଛନ୍ତି, ସବ୍ୟସାଚୀଙ୍କ ଜିନିଷ ପିନ୍ଧିବା ପାଇଁ ଲୋକେ ମରନ୍ତି, ଅନ୍ତତଃପକ୍ଷେ ମୁଁ ଯେଉଁ ଆଉଟ୍‌ଫିଟ୍‌ରେ ନଜର ଆସିଛି ତାହାକୁ ନିଜେ ସବ୍ୟସାଚୀ ମୋତେ ଉପହାର ଦେଇଛନ୍ତି। ସ୍ବପ୍ନ ପୂରା ହୋଇଥାଏ ଯେତେବେଳେ ଆମେ କିଛି ପରିଶ୍ରମ କରୁ ଆଉ ଏହା ଭଲ ହୋଇଥାଏ। ଧନ୍ୟବାଦ ମାତା ରାଣୀ। ଧନ୍ୟବାଦ ଆହେଗୁରୁ।

ଏହାବ୍ୟତୀତ ଆଉ ଏକ ପୋଷ୍ଟରେ ନେହା ଲେଖିଛନ୍ତି, ‘ସବ୍ୟସାଚୀ ଦମ୍ପତି’। ସବୁଠୁ ଭଲ ଉପହାର ପାଇଁ ଧନ୍ୟବାଦ ସବ୍ୟସାଚୀ।
ନେହାଙ୍କ ଏପରି ପୋଷ୍ଟରୁ ଜଣାପଡୁଛି କି ସେ ସଫେଇ ଦେଇଛନ୍ତି। ଏହି ବ୍ରାଇଡାଲ ଡ୍ରେସ୍‌ ସେ ବାଛି ନାହାନ୍ତି ତାଙ୍କୁ ଉପହାର ମିଳିଛି।

Share