ବିବାହର ୨ ମାସ ପରେ ନେହାଙ୍କ ବେବି ବମ୍ପ ଦେଖି, ଶାଶୁ କହିଥିଲେ…

ବଲିଉଡ ଗାୟିକ ନେହା କକ୍କରଙ୍କ ଗର୍ଭବତୀ ଥିବା ଖବର ଆଜିକାଲି ଚର୍ଚ୍ଚା ହେଉଛି। ନିକଟରେ ନେହା ତାଙ୍କ ଭାଇ ଟୋନି କକ୍କରଙ୍କ ସହ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ସେ ତାଙ୍କ ଗୀତ କାଣ୍ଟା ଲଗାର ପ୍ରମୋଶନ ପାଇଁ ଏଠାକୁ ଆସିଥିଲେ। ଏହି ସମୟରେ ନେହା ଗର୍ଭବତୀ ଖବରକୁ ନେଇ ଏକ ଖୁଲାସା କରିଥିଲେ। ବିବାହର ୨ ମାସ ପରେ ତାଙ୍କ ଗୀତ ‘ଖ୍ୟାଲ୍‌ ରଖିଆ କର’ ଆସିଥିଲା। ଏଥିରେ ନେହା ବେବି ବମ୍ପ ସହ ନଜର ଆସିଥିଲେ। ତାଙ୍କ ଫଟୋ ଭାଇରାଲ ହୋଇଥିଲା, ଯାହା ଦେଖି ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶାଶୁ ମଧ୍ୟ ତାଙ୍କ ବେବି ବମ୍ପ ଦେଖି ଚକିତ ହୋଇପଡିଥିବା ନେହା କହିଛନ୍ତି।
ନେହା କକ୍କର ଗତ ବର୍ଷ ଅକ୍ଟୋବରରେ ପଞ୍ଜାବୀ ଗାୟକ ରୋହନପ୍ରୀତଙ୍କୁ ବିବାହ କରିତତ୍ଲେ। ଏହା ପରେ ତାଙ୍କ ଗୀତ ‘ଖ୍ୟାଲ୍‌ ରଖିଆ କର’ ଡିସେମ୍ବରରେ ଆସିଥିଲା। ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ଗର୍ଭବତୀ ହେବାର ଖବର ବିଷୟରେ ଅନେକ ଗୁଜବ ସୃଷ୍ଟି ଥିଲା। ଏପରିକି ତାଙ୍କ ଶାଶୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କପିଲ ଶର୍ମା ଶୋ’ରେ ନେହା କହିଛନ୍ତି, ସତ କହିବାକୁ ଗଲେ, ‘ଖ୍ୟାଲ୍‌ ରଖିଆ କର’ ଗୀତ ଆସିବା ପରେ ମାମା ଜୀ ମୋ ପେଟକୁ ଦେଖି ତାଙ୍କୁ (ରୋହନ)ମଧ୍ୟ କହିଥିଲେ ଯେ ପୁଅ, ଖୁସି ଖବର ଖୁବ ଶୀଘ୍ର ହୋଇଗଲା ନୁହେଁ କି? ଏହା ଉପରେ ମୁଁ କହିଲି, ମାମା ଜୀ, ଅନ୍ତତଃ ପକ୍ଷେ ଆପଣ ତ ଏମିତି କଥାବାର୍ତ୍ତା କରନ୍ତୁ ନାହଁି, ଆପଣ ତ ସବୁ କଥା ଜାଣନ୍ତି। ଆମେ ଏବେ ବିବାହ କରିଛୁ, ଆପଣ ଜାଣନ୍ତି ଯେ ଆମେ ନିକଟରେ ସାକ୍ଷାତ କରି ବିବାହ କରିଛୁ’।
‘ଖ୍ୟାଲ୍‌ ରଖିଆ କର’ ଗୀତ ଆସିବା ପୂର୍ବରୁ ନେହା ଏବଂ ରୋହନପ୍ରୀତ ପ୍ରମୋଶନ ପାଇଁ ନେହା ବେବି ବମ୍ପ ସହିତ ଏକ ଫଟୋ ଶେୟାର କରିଥିଲେ। ନେହା ଏବଂ ରୋହନ ଖୁବଶୀଘ୍ର ଏକ ଗୀତ ‘ପିନେ ଲଗେ ହୋ…’ ରିଲିଜ୍‌ ହେବାର ଅଛି। ଏହି ଗୀତରେ ତାଙ୍କ ସହ ଜସ୍ମିନ୍‌ ଭସୀନ ନଜର ଆସିବେ

Share