ସଙ୍ଗିତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଏମିତିକି ବଲିଉଡ୍‌ର କେତେଜଣ ସେଲିବ୍ରିଟି ମଧ୍ୟ ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି। ନିକଟରେ ବଲିଉଡ୍‌ ଗାୟିକା ନେହା କକ୍କଡ ସୁଶାନ୍ତଙ୍କୁ ମ୍ୟୁଜିକାଲ ଟ୍ରିବ୍ୟୁଟ ଦେଇଛନ୍ତି। ସେ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘କେଦାରନଥ’ର ଗୀତ ‘ଜାନ ନିସାର’ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନେହା ଏହି ଗୀତକୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଛନ୍ତି। ଏପର୍ଯ୍ୟନ୍ତ ନେହାଙ୍କର ଏହି ଗୀତକୁ ୭୦ ହଜାରରୁ ଊର୍ଦ୍ଧ୍ୱଥର ଦେଖା ସରିଲାଣି। ଆଉ ୮ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଲାଣି। କେବଳ ନେହା ନୁହେଁ ବରଂ ସୁଶାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି।

Share