ଭାଲେଣ୍ଟାଇନ୍‌ ଡେ’ରେ ରୋମାଣ୍ଟିକ୍‌ ହେଲେ ନେହା କକ୍କର

ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ଏହି ଦିବସଟିକୁ ପ୍ରେମୀଯୁଗଳ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଭାଲେଣ୍ଟାଇନ୍ସ ଡେ’କୁ ଆନନ୍ଦ ସହକାରେ ପାଳନ କରୁଛନ୍ତି। ଏଥିରୁ ଗାୟିକା ନେହା କକ୍କର ଏବଂ ଏବଂ ତାଙ୍କ ସ୍ବାମୀ ରୋହନପ୍ରୀତ ସିଂ ବି ବାଦ୍‌ ପଡ଼ିନାହାନ୍ତି। ନେହା ଏହି ଖାସ୍‌ ଦିନର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ନେହା ରୋହନପ୍ରୀତ୍‌ଙ୍କୁ ଚୁମ୍ବନ ଦେଉଥିବା ବେଳେ ରୋହନ ବି ନେହାଙ୍କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି। ଏହି ସ୍ପେଶାଲ ଡେ’ରେ ରୋହନପ୍ରୀତ୍‌ ନେହାଙ୍କ ପାଇଁ ଲାଲ୍‌ ଗୋଲାପ, ହାର୍ଟ ଶେପ୍‌ ବେଲୁନ ସହିତ ଘରକୁ ସଜାଇଥିଲେ। ନେହା ପାଇଁ ଚକୋଲେଟ କେକ୍‌ ମଧ୍ୟ ଆଣିଥିଲେ। ଉଭୟଙ୍କ ଲିପ୍‌ ଲକ୍‌ ପ୍ରଶଂସକ ପସନ୍ଦ କରିଛନ୍ତି।

ନେହା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋଗୁଡ଼ିକ ଶେୟାର କରିଛନ୍ତି। ଯେଉଁଥିରେ ଏହି କପଲ ପୂରା ପ୍ରେମରେ ବୁଡ଼ି ଯାଇଥିବା ପରି ଦେଖିବାକୁ ମିଳିଛି। ନେହା ଲେଖିଛନ୍ତି, ୟେ ତାଙ୍କ ନେହୁକୁ ବିଶେଷ ଅନୁଭବ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ମୁଁ ବି ତୁମକୁ ଏବଂ ସମସ୍ତଙ୍କୁ ଭାଲେଣ୍ଟାଇନ୍ସ ଡେ’ ର ଶୁଭେଚ୍ଛା ଜଣାଉଛି। ରୋହନପ୍ରୀତ ମଧ୍ୟ ନେହାଙ୍କ ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି, ଆଇ ଲଭ୍‌ ୟୁ ମିସେସ୍‌ ସିଂ।

Share