ସ୍ବାମୀଙ୍କୁ ସର୍‌ପ୍ରାଇଜ୍‌ ଦେଲେ ନେହା କକ୍କର

ନେହା କକ୍କର ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ। ଏହାସହ ସେ ନିଜର ଜୁଲ୍‌ବୁଲି ଅନ୍ଦାଜ୍‌ ପାଇଁ ମଧ୍ୟ ଜଣାଶୁଣା। ସେ ସୋସିଆଲ୍‌ ମିଡିଆରେ ପ୍ରାୟତଃ ସ୍ବାମୀ ରୋହନପ୍ରୀତ ସିଂଙ୍କ ପ୍ରତି ତାଙ୍କର ପ୍ରେମ ପ୍ରଦର୍ଶନ କରନ୍ତି। ପ୍ରତିଦିନ ସେ ତାଙ୍କ ପାଇଁ କିଛି ବିଶେଷ କରିଥାନ୍ତି। ତାଙ୍କ ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ନିକଟରେ ନେହା ସ୍ବାମୀଙ୍କୁ ଏକ ଜବରଦସ୍ତ ସରପ୍ରାଇଜ୍‌ ଦେଇଛନ୍ତି।
ନେହା ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ପ୍ରଥମ ଥର ପାଇଁ ହାତରେ ଏକ ଟାଟୁ କରିଥିବାର ନଜର ଆସିଛନ୍ତି । ଟାଟୁ କରିବା ସମୟରେ ନେହା ଯନ୍ତ୍ରଣାରେ ଚିତ୍କାର କରି କହୁଛନ୍ତି ‘ମୁଁ ତୁମକୁ ରୋହୁ ବହୁତ ଭଲ ପାଏ’। ଟାଟୁ ସାରିବା ପରେ ରୋହନପ୍ରୀତ ନେହାଙ୍କୁ ସେଠାରୁ ନେବାକୁ ଆସନ୍ତି। ନେହାଙ୍କ ହାତରେ ତାଙ୍କ ନାମର ଟାଟୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓ ଶେଷରେ ନେହା ରୋହନପ୍ରୀତ କହିଛନ୍ତି. ‘ଏବେ ମୋ ଠାରୁ ତୁମେ କେବେବି ଦୂରେଇ ଯିବ ନାହିଁ।’
ଏହି ଭିଡିଓ ଶେୟାର କରି ନେହା କକ୍କର ଲେଖିଛନ୍ତି, ‘ମୋର ପ୍ରଥମ ପ୍ରେମ ପାଇଁ, ମୋର ପ୍ରଥମ ଟାଟୁ। ସ୍ତ୍ରୀଙ୍କ ହାତରେ ଏମିତି ଟାଟୁ ଦେଖି ରୋହନପ୍ରୀତ ବହୁତ ଭାବପ୍ରବଣ ହୋଇଯାଇଥିଲେ। କେବଳ ଏତିକି ନୁହେଁ, ନେହାଙ୍କ ପୋଷ୍ଟରେ ସ୍ନେହପୂର୍ଣ୍ଣ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି, ‘ତୁମେ ସର୍ବଶ୍ରେଷ୍ଠ ସ୍ତ୍ରୀ.., ମୁଁ ତୁମକୁ ଅଧିକ ଭଲ ପାଏ।
ଗତ ଭାଲେଣ୍ଟାଇନ୍ସ ଡେ’ରେ ନେହାଙ୍କ ନାମକୁ ଟାଟୁ କରି ରୋହନ ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲେ। ୨୦୨୦, ଅକ୍ଟୋବର ୨୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share