ଶେଷରେ ମାନିଲେ ନେହା କକ୍କର, କହିଲେ ତୁମେ ମୋର

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଛନ୍ତି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍‌ ଅପ୍‌ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ ରୋହନପ୍ରୀତ ସିଂଙ୍କ ପ୍ରେମରେ ପଡିଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ରୋହନପ୍ରୀତଙ୍କ ସହ ଏକ ଫଟୋ ଶେୟାର କରି ନେହା ଲେଖିଛନ୍ତି ତୁମେ ମୋର। ଗତ କିଛିଦିନ ହେବ ରୋହନପ୍ରୀତଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ଏନେଇ ଉଭୟ ଚୁପ୍‌ ଥିଲେ। ଚଳିତମାସରେ ସେ ବିବାହ କରିବେ ବୋଲି ଆଲୋଚନା ହେଉଛି। ରାଜଧାନୀ ଦିଲ୍ଲୀରେ ନେହା ଏବଂ ରୋହନପ୍ରୀତଙ୍କ ବିବାହ ଅନୁଷ୍ଠିତ ହେବ। କରୋନା ଯୋଗୁ ଅଳ୍ପ କିଛି ବ୍ୟକ୍ତି ବିବାହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୨୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ରୋହନପ୍ରୀତଙ୍କ ସହ ନେହା ଏକ ମ୍ୟୁଜିକ୍‌ ଭିଡିଓରେ କାମ କରିଥିଲେ। ଭିଡିଓରେ ନେହା ରୋହନପ୍ରୀତଙ୍କୁ ଲକ୍‌ଡାଉନ୍‌ରେ ବିବାହ କରିବା କଥା କହୁଛନ୍ତି। ଏବଂ ନେହାଙ୍କୁ ସେ ଡାଇମଣ୍ଡ୍‌ ରିଙ୍ଗ୍‌ ପିନ୍ଧାଉଥିବା ଦେଖାଯାଇଛି। ଭିଡିଓକୁ ରୋହନପ୍ରୀତ ନିଜ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପୂର୍ବରୁ ନେହା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ।

Share