ନେହା କକ୍କରଙ୍କୁ ଆଦିତ୍ୟ ନାରାୟଣ କହିଲେ ଇର୍ଷାଳୁ, ଜାଣନ୍ତୁ ପୂରା ଘଟଣା

ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ର ୧୨ ସିଜିନ୍‌ ଆରମ୍ଭ ହୋଇଛି। ଶୋ’ର ନୂଆ ପ୍ରୋମୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସବୁଥର ପରି ଏଥର ଶେଟରେ ଜଜ୍‌ ବିଶାଲ ଦାଦଲାନି, ହିମେଶ ରେଶମିଆ, ନେହା କକ୍କର ଶୋ’ର ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ସହ ବହୁତ ମଜା କରୁଥିବା ନଜର ଆସିଛନ୍ତି। ଭିଡିଓରେ ଆଦିତ୍ୟ ନାରାୟଣ ନେହାଙ୍କ ଗୋଡକୁ କିପରି ଟାଣୁଛନ୍ତି ତାହା ଦେଖିବାକୁ ମିଳିଛି।
ସୋନି ଟିଭିର ଅଫିସିଆଲ ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର ହୋଇଛି। ଭିଡିଓରେ ଆଦିତ୍ୟ ନେହାଙ୍କୁ କହିଛନ୍ତି, ‘ଯେଉଁମାନଙ୍କୁ ମୁଁ ମୋର ବିବାହକୁ ନିମନ୍ତ୍ରଣ କରିଥିଲି, କିନ୍ତୁ ସେମାନେ ମୋର ଖୁସି ତାଙ୍କ ଆଖିରେ ଦେଖିବାକୁ ଚାହୁଁ ନଥିଲେ, ଇର୍ଷାଳୁ ବିଚାରପତି ନେହା’। ଏହା ଶୁଣିବା ପରେ ବିଶାଲ ଦାଦଲାନି ଏବଂ ହିମେଶ ନେହାଙ୍କ ସହ ହସିବାକୁ ଲାଗିଲେ। ପରେ ନେହା ଆଦିତ୍ୟଙ୍କ ଉତ୍ତର ଦେଇ କହିଥିଲେ ଯେମିତି ତମେ ମୋ ବିବାହରେ ଆସିଥିଲ। ଆସି ନଥିଲ ତ , ତମେ କେଉଁଠାରେ ଥିଲ? ନେହାଙ୍କ ପ୍ରଶ୍ନର ଉତ୍ତରରେ ଆଦିତ୍ୟ ବଲିଉଡ ତାରକା କିଙ୍ଗ ଖାନ ଶାହାରୁଖ ଯେପରି ‘ଡିଡିଏଲ୍‌ଯେ’ ଫିଲ୍ମରେ କହିଥିଲେ ସେହି ଶୈଳୀରେ କହିଛନ୍ତି ମୁଁ ଆସିବି ନାହିଁ’।

Share