ଏହି ଦିନ ବିବାହ କରିବେ ନେହା କକ୍କର!

ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡିଛି। ଦୁହିଁଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାର୍ଡରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ନେହା ଏବଂ ରୋହନପ୍ରୀତ ଅକ୍ଟୋବର ୨୬ରେ ପଞ୍ଜାବରେ ବିବାହ କରିବାକୁ ଯାଉଛନ୍ତି। ଅବଶ୍ୟ ଦୁହେଁ ଏନେଇ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି। ଗତ କିଛି ଦିନ ହେବ ନେହା ଏବଂ ରୋହନପ୍ରୀତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ରୋହନପ୍ରୀତଙ୍କ ସହ ଏକ ଫଟୋ ଶେୟାର କରି ନେହା ଲେଖିଥିଲେ ତୁମେ ମୋର। ନିକଟରେ ରୋହନପ୍ରୀତଙ୍କ ସହ ନେହା ଏକ ମ୍ୟୁଜିକ୍‌ ଭିଡିଓରେ କାମ କରିଥିଲେ। ଭିଡିଓରେ ନେହା ରୋହନପ୍ରୀତଙ୍କୁ ଲକ୍‌ଡାଉନ୍‌ରେ ବିବାହ କରିବା କଥା କହୁଛନ୍ତି। ଏବଂ ନେହାଙ୍କୁ ସେ ଡାଇମଣ୍ଡ୍‌ ରିଙ୍ଗ୍‌ ପିନ୍ଧାଉଥିବା ଦେଖାଯାଇଛି। ଭିଡିଓକୁ ରୋହନପ୍ରୀତ ନିଜ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପୂର୍ବରୁ ନେହା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ।

Share