ଦ୍ୱିତୀୟଥର ମା’ ହେବାକୁ ଯାଉନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି ନେହା। ପ୍ରଶଂସକଙ୍କ ତରଫର ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ନେହା ତାଙ୍କ ପୋଷ୍ଟରେ ପରିବାରରେ ଜଣେ ନୂତନ ସଦସ୍ୟଙ୍କ ଆଗମନ ବିଷୟରେ କହିଛନ୍ତି। ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ, ଅଙ୍ଗଦ ବେଦୀ ଏବଂ ତାଙ୍କ ଝିଅ ମେହେର ନଜର ଆସିଛନ୍ତି। ଏହି ତିନିଜଣ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ନେହାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସୁଛି। ନେହା ଏବଂ ଅଙ୍ଗଦ ମେ ୧୦,୨୦୧୮ରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ଅର୍ଥାତ୍‌ ନଭେମ୍ବର ୧୮,୨୦୧୮ରେ ଝିଅ ମେହେରଙ୍କୁ ଜନ୍ମ ଦେଇଥିଲେ ନେହା।

Share