ଆଲୋଚନାରେ ଅଗ୍ରଗତି ହୋଇନି: କ୍ରେମଲିନ୍‌

ମସ୍କୋ, ୨୨ା୩: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଶାନ୍ତି ଆଲୋଚନାରେ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ଗ୍ରହଣ କରି ନ ପାରିବା ଭଳି ସର୍ତ୍ତ ରଖି ୟୁକ୍ରେନ୍‌ ଆଲୋଚନା ବାଟ ବନ୍ଦ କରୁଛି। ଅନ୍ୟପଟେ ବୁଝାମଣାରେ ହିଁ ଯୁଦ୍ଧ ରୋକାଯାଇପାରିବ ଏବଂ ଏ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ କଥା ହେବାକୁ ସେ ରାଜି ବୋଲି ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି।
ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ ସୋମବାର ଏକ କନ୍‌ଫରେନ୍ସରେ କହିଛନ୍ତି, ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ମଧ୍ୟରେ ବୈଠକ କରିବାକୁ ଏ ପର୍ଯ୍ୟନ୍ତ ହୋଇଥିବା ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହେବାର ଥିଲା। ଦୁଇ ରାଷ୍ଟ୍ରପତି ଭେଟିବା ପୂର୍ବରୁ ହୋମଓ୍ବର୍କ ଶେଷ ହେବା ଜରୁରୀ। କିନ୍ତୁ ପ୍ରତିନିଧିସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ନାହିଁ। ବୁଝାମଣା ପାଇଁ ୟୁକ୍ରେନ୍‌ ଅପେକ୍ଷା ରୁଷିଆ ଅଧିକ ଆଗ୍ରହ ଦେଖାଇଥିଲା ବୋଲି ପେସ୍‌କୋଭ୍‌ ପ୍ରକାଶ କରିଛନ୍ତି।

Share