ଅବହେଳିତ କୁଆଖିଆ ବଜାର

ରସୁଲପୁର,୬।୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କୁଆଖିଆ ବଜାର ଅବହେଳିତ ଅବସ୍ଥାରେ ରହିଛି। ଫଳରେ ଏଠାରେ ମୌଳିକ ସୁବିଧାରୁ ଜନସାଧାରଣ ବଞ୍ଚତ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ବିଜୟ କୁମାର ପଣ୍ଡାଙ୍କ ମତରେ କୁଆଖିଆ ବଜାର ବିଭିନ୍ନ ସମସ୍ୟାଘେରରେ ରହିଛି। ଏଠାରେ ଡ୍ରନେଜ୍‌ ବ୍ୟବସ୍ଥା ନାହିଁ, ଯାତ୍ରୀ ବିଶ୍ରାମାଗାର ନାହିଁ, ଜନସାଧାରଣଙ୍କ ପାଇଁ ସୁଲଭ ଶୌଚାଳୟ ନାହିଁ। ଅଳିଆ ଆବର୍ଜନାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାଯାଉନାହିଁ। ବିରଜାକ୍ଷେତ୍ରକୁ ରେଳ ସଂଯୋଗ ହେବ, ବସ୍‌ରୁଟ୍‌କୁ ଦେଖି ରେଳ ସଂଯୋଗ କରାଯିବା ଯୋଜନା ରହିଛି। ହେଲେ ରେଳ ପ୍ରକଳ୍ପ ମାନଚିତ୍ରରେ କୁଆଖିଆ ବାଜରକୁ ସ୍ଥାନ ଦିଆଯାଇନାହିଁ। ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ରସୁଲପୁର ବ୍ଲକ ସମ୍ମୁଖରେ ଗଳି ପୋଲ ନିର୍ମାଣ କରା ନ ଯିବାରୁ ଦୈନିକ ବଜାର ଅଞ୍ଚଳରେ ଦୁର୍ଘଟଣା ଘଟୁଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କୁଆଖିଆ ବଜାର ଅଞ୍ଚଳକୁ ଏନ୍‌ଏସି ଘୋଷଣାରୁ ବାଦ୍‌ କରି ଦିଆଯାଇଛି। ପାଣିକୋଇଲି ଓ ବହୁ ପଛରେ ବଜାର ମାନ୍ୟତା ପାଇଥିବା ଜାରକାକୁ ଏନ୍‌ଏସି ମାନ୍ୟତା ମିଳିଥିବାବେଳେ କୁଆଖିଆକୁ ଏଥିରୁ ବଞ୍ଚିତ କରାଯାଇଛି। ଏହି ବଜାର ଅଞ୍ଚଳରେ ୩ ନିର୍ବାଚନମଣ୍ଡଳୀ ଅର୍ଥାତ୍‌ ୩ ବିଧାୟକ ଓ ଯାଜପୁର ଏମ୍‌ପିଙ୍କ ଘର ହୋଇଥାଇ ବି ବଜାରର ବିକାଶ ହୋଇ ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ବଜାର ଅଞ୍ଚଳ ଉନ୍ନତି ହୋଇପାରୁନାହିଁ।
ସୂଚନା ମୁତାବକ, ଦେଶ ସ୍ବାଧୀନ ପୂର୍ବରୁ କୁଆଖିଆ ବଜାର ସୃଷ୍ଟି ହୋଇଛି। ଏହି ବଜାର ୧୬ ଓ ୨୦ ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳ। ଏହି ସ୍ଥାନରୁ ଯାଜପୁର ସଦର ମହକୁମା, ବରୀ ଓ ଯାଜପୁରରୋଡସ୍ଥିତ କଳିଙ୍ଗନଗର ଶିଳ୍ପାଞ୍ଚଳ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସଂଯୋଗ ରହିଛି। ଏହି ସ୍ଥାନରୁ ଦୂରଦୂରାନ୍ତକୁ ଯାଆସ ପାଇଁ ଦୈନିକ ବଜାରରେ ଶହଶହ ଯାତ୍ରୀ ରୁଣ୍ଡ ହେଉଛନ୍ତି। ହେଲେ ସେମାନଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥାନାହିଁ। ଜମିଜମା ସମସ୍ୟାକୁ ଆଳ କରାଯାଇ ଉନ୍ନୟନ କାର୍ଯ୍ୟକୁ ଅଣଦେଖା କରାଯାଉଛି। ଅପରପକ୍ଷରେ ସରକାରୀ ଜମି ଜବରଦଖଲରେ ରହିଛି। ପରିବହନ ବିଭାଗର ଏକର ଏକର ଜମି ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସିବା ସହ ଚଞ୍ଚକତା କରି ନିଜ ନାଁରେ ପଟ୍ଟା କରାଇ ନେଇଛନ୍ତି।
ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବର୍ଷାଦିନରେ ବଜାର ଅଞ୍ଚଳ ଜଳମଗ୍ନ ହେଉଛି। ଶୌଚାଳୟ ନ ଥିବାରୁ ମହିଳାଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜପଥ ପକ୍ଷରୁ ନିର୍ମାଣ ଯାତ୍ରୀ ନିବାସ ଓ ବାଇପାସ୍‌ ରାସ୍ତା ଯାତ୍ରୀଙ୍କ କାମରେ ଲାଗୁନାହିଁ କି ସେହି ସ୍ଥାନରେ ବସ୍‌ ରହଣି କରୁନାହିଁ। ବଜାର ଅଞ୍ଚଳ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ପରିବା ଚୋପା, ମାଛମାଂସ ଆଦିରୁ ବାହାରୁଥିବା ଆବର୍ଜନା ଗନ୍ଧରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଭେଣ୍ଡିଂ ଜୋନ ବ୍ୟବସ୍ଥା ନ ଥିବାରୁ ବ୍ୟବସାୟୀ ରାଜପଥକୁ ଜବରଦଖଲ କରି କାରବାର କରୁଛନ୍ତି। ଯାତ୍ରୀ ବିଶ୍ରାମାଗାର ନ ଥିବାରୁ ବର୍ଷା ଖରାଦାଉରୁ ସୁରକ୍ଷା ପାଇବା ପାଇଁ ଗଳିପୋଲ ତଳକୁ ଲୋକେ ବ୍ୟବହାର କରୁଛନ୍ତି। ରାଜପଥ ସମ୍ପ୍ରସାରଣ ବେଳେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବ୍ଲକ ସମ୍ମୁଖରେ ଏକ ଗଳିପୋଲ ନିର୍ମାଣ କରିବାକୁ ଦାବି କରିଥିଲେ। ହେଲେ ତାହା ସମ୍ଭବ ହୋଇ ନ ପାରିବାରୁ ଦୈନିକ ବ୍ଲକ୍‌କୁ ଯାଆସ କରୁଥିବା ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜନସାଧାରଣ ଭୁଲ ରାସ୍ତାରେ ଯାତାୟାତ କରି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହିଭଳି ବହୁ ଅବ୍ୟବସ୍ଥା କୁଆଖିଆ ବଜାର ଅଞ୍ଚଳ ପାଇଁ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଏହାପରେ ଏହି ବଜାରକୁ ଏନ୍‌ଏସି ମାନ୍ୟତା ପ୍ରଦାନରୁ ବାଦ୍‌ ଦିଆଯାଇ ବଜାର ଓ ତାହା ସହ ନିର୍ଭର କରି ଚଳୁଥିବା ୩ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି କୁହାଯାଉଛି। ତେବେ ଏହି ବଜାର ପ୍ରତି ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡ଼ିବ ତାକୁ ସମସ୍ତଙ୍କର ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri