ଅବହେଳିତ ବୌଦ୍ଧ କୀର୍ତ୍ତିରାଜି

ବନ୍ତ,୧।୪(ଡି.ଏନ.ଏ.)-ଯେଉଁ ସ୍ଥାନରେ ବୌଦ୍ଧ, ଜୈନ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରଭାବ ପଡ଼ିଥିଲା, ବୌଦ୍ଧ ମହାଯାନ ପନ୍ଥିମାନେ ସେହି ସ୍ଥାନରେ ସମବେତ ହୋଇ ଧର୍ମାଲୋଚନା କରୁଥିଲେ। ସେତେବେଳେ ସେହି ସ୍ଥାନ ଚଳଚଞ୍ଚଳ ହୋଇଉଠୁଥିଲା। ଏବେ ସେହି ସ୍ଥାନ ଅବହେଳିତ ଅବସ୍ଥାରେ ଅତୀତର ସ୍ମୃତି ହୋଇ ରହିଛି। ଭଗବାନ ବୁଦ୍ଧଙ୍କର ମୁଖ ନିଶୃତ ଅମୃତ ବାଣୀ ଆଉ ସେଠାରେ ଶୁଣିବାକୁ ମିଳୁନାହିଁ। ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳରେ ସର୍ବପୁରାତନ ବୌଦ୍ଧ କୀର୍ତ୍ତିରାଜିଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି।
ବସନ୍ତିଆ ପଞ୍ଚାୟତ ତଥା ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବରକୋଣା ଛକଠାରୁ ଉତ୍ତର ଦିଗକୁ ୧ କି.ମି. ଗଲେ ଆପଣ୍ଡାର ବହୁ ଅପୂର୍ବ କୀର୍ତ୍ତିରାଜି ଦେଖିବାକୁ ମିଳେ। ଆପଣ୍ଡାଠାରେ ଥିବା ଧର୍ମ ନିରଞ୍ଜନଙ୍କ ଧ୍ୟାନମଗ୍ନର ମୂର୍ତ୍ତି ଉକ୍ତ ଗ୍ରାମର ଏକ ପୋଖରୀ ଖନନ ବେଳେ ସନ୍ଧାନ ମିଳିଥିଲା। ସେହିଦିନଠାରୁ ଗ୍ରାମବାସୀଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଯାଉଛି। ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଅର୍ଥ ବରାଦ ହୋଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ମନ୍ଦିର ଓ ପାଚେରି ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ଉକ୍ତ ପୀଠର ମହାତ୍ମ୍ୟ ବିଷୟରେ ଗ୍ରାମର ପୁରୁଖା ବ୍ୟକ୍ତିମାନେ କହନ୍ତି, ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାଦ୍ଦୀରେ ଭୌମ ବଂଶର ପ୍ରଥମ ରାଜା ଶୁଭଙ୍କର ବୌଦ୍ଧ ଉପାସକ ଥିବାରୁ ତାଙ୍କ ସମୟରେ ଓ ତାଙ୍କ ପରେ ଗଙ୍ଗ ବଂଶର ରାଜାଙ୍କ ଦ୍ୱାରା ଭଦ୍ରକ ଓ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବୁଦ୍ଧଦେବଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ ମୂର୍ତ୍ତି ମଧ୍ୟରେ ଆପଣ୍ଡାର ଧର୍ମନିରଞ୍ଜନ ଓ ରାମପୁର ଗ୍ରାମର ବୁଦ୍ଧ ଦେବଙ୍କ ଧ୍ୟାନମୁଦ୍ରାର ମୂର୍ତ୍ତି ଦେଖିବାକୁ ମିଳେ। ପୂର୍ବରୁ ଉକ୍ତ ପୀଠରେ ବୁଦ୍ଧ ପୂର୍ଣ୍ଣିମାରେ ଚନ୍ଦନ ଲାଗି ବେଶ, ଦୋଳ ଉତ୍ସବ ଆଦି ବହୁ ଆଡ଼ମ୍ବରରେ ପାଳନ ହେବା ସହ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ୱାରା ଧର୍ମାଲୋଚନା ହେଉଥିଲା। ଜନଶ୍ରୁତି ରହିଛି ଯେ, ଉକ୍ତ ଅଞ୍ଚଳରେ ଜଳସେଚନ ସୁବିଧା ନ ଥିବାରୁ ଜଳାଭାବ ବହୁ ପରିମାଣରେ ଦେଖାଯାଉଥିଲା। ଲୋକଙ୍କ ଦୃଢ଼ ବିଶ୍ୱାସ ଥିଲା ବୁଦ୍ଧ ଦେବଙ୍କ ବେଢ଼ାରେ ବର୍ଷା ହୋଇ ଉକ୍ତ ଜଳ ବୋହି ଏହାର ଅନତି ଦୂରରେ ଥିବା ଭାଟିଆ ପୋଖରୀରେ ପହଞ୍ଚିଲେ ସେହି ବର୍ଷ ଜଳାଭାବରୁ ମୁକ୍ତି ମିଳିବା ସହ ଚାଷ କାର୍ଯ୍ୟ ଭଲ ହୁଏ। ଏଥିପାଇଁ ବୁଦ୍ଧଦେବଙ୍କୁ ପାର୍ଶ୍ୱ ପୁଷ୍କରିଣୀରୁ ଜଳ ଅଣାଯାଇ ମହାସ୍ନାନ କରାଯାଇଥାଏ। ଏହି ବିଶ୍ୱାସ ଏବେବି ଅତୁଟ ରହିଥିବା ଗ୍ରାମବାସୀ କୁହନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଲାଗି ପଦକ୍ଷେପ ନେଲେ ଅତୀତର କୀର୍ତ୍ତିରାଜି ଉଜ୍ଜୀବିତ ହେବା ସହ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ରେବେକା ବିଲୁଙ୍ଗଙ୍କୁ ପଚାରିବାରୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଚାହିଁଲେ ଏ ଦିଗରେ ପଦକ୍ଷେପ ନିଆଯାଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri