ଅବହେଳିତ ବୈଶିଙ୍ଗା ଡାକ୍ତରଖାନା

ବୈଶିଙ୍ଗା,୧୫।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଡାକ୍ତରଖାନା ପ୍ରତି ସରକାରୀ ଅବହେଳାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କର୍ମଚାରୀ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଥିବା ଏହି ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ୧୮ନଂ. ଜାତୀୟ ରାଜପଥ ପାଶର୍‌ବରେ ଏହି ଡାକ୍ତରଖାନା ଅବସ୍ଥିତ ହୋଇଥିବାରୁ ବହୁ ସଂଖ୍ୟକ ଦୁର୍ଘଟଣା ଜନିତ ରୋଗୀ ପ୍ରତିଦିନ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ସାଧାରଣ ରୋଗୀଙ୍କଠାରୁ ଆରମ୍ଭ କରି ପ୍ରସୂତି, ବିଷଖିଆ, ସାପ କାମୁଡ଼ା ଆଦି ରୋଗୀ ମଧ୍ୟ ଆସିଥାନ୍ତି। ଏହି ଡାକ୍ତରଖାନାକୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ମାତ୍ର ତାହା ବୈଶିଙ୍ଗା ଅଞ୍ଚଳବାସୀଙ୍କ ସେବାରେ ନ ଲାଗି ଅଧିକାଂଶ ସମୟ ବାଲେଶ୍ୱର, ବାଲିଆପାଳ, ନୀଳଗିରି, ବାରିପଦା ଓ ରାସଗୋବିନ୍ଦପୁର ଅଞ୍ଚଳରେ ସେବା ଯୋଗାଉଥିବା ଜଣାପଡ଼ିଛି। ବିଳମ୍ବରେ ଅନ୍ୟ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସ ଆସିଲା ବେଳକୁ ଅଧିକାଂଶ ସମୟରେ ଗୁରୁତର ରୋଗୀଙ୍କର ପ୍ରାଣ ଚାଲିଯାଉ ଥିବା ଦେଖିବାକୁ ମିଳୁଛି। ଡାକ୍ତରଖାନାରେ ମୁଖ୍ୟ ଡାକ୍ତର ଅମିତ କୁମାର ନାୟକଙ୍କ ସମେତ ଡାକ୍ତର ସତ୍ୟ ପ୍ରକାଶ ଦାସ ଏବଂ ଆୟୂଷ ଡାକ୍ତର ପ୍ରସନ୍ନ ପାତ୍ର ଦାୟିତ୍ୱ ତୁଲାଉଛନ୍ତି। ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୫୦ ଖଣ୍ଡ ମୌଜାର ଜନସାଧାରଣ ଏଠାରୁ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା ନ ପାଇ ବାଧ୍ୟ ହୋଇ ବାଲେଶ୍ୱର, ବାରିପଦା ଏବଂ କଟକ ସ୍ଥିତ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବା ପାଇଁ ନିର୍ବାଚିତ ଲୋକ ପ୍ରତିନିଧିମାନେ ବାରମ୍ବାର ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ଦାବି ପୂରଣ ହୋଇ ପାରୁନାହିଁ। ଡାକ୍ତରଖାନାରେ ଲାଗି ରହିଥିବା ଏଭଳି ବ୍ୟବବସ୍ଥା ସମ୍ପର୍କରେ ମୁଖ୍ୟ ଡାକ୍ତର ନାୟକଙ୍କୁ ପଚାରିବାରୁ ଯେତିକି ଷ୍ଟାଫ ଅଛନ୍ତି ସେମାନଙ୍କୁ ନେଇ କାର୍ଯ୍ୟ କରିବାକୁ ପଡୁଛି। କୌଣସି ଅଭିଯୋଗ ତାଙ୍କ ନଜରକୁ ଆସିନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri