ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ପଟ୍ଟାମୁଣ୍ଡାଇ, ୨୨ା୨(କଳ୍ପତରୁ ନାୟକ)ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଣୀଧନ ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ସମୟୋପଯୋଗୀ ଋଣ ବ୍ୟବସ୍ଥା କରାଯାଉ ନ ଥିବାରୁ ରାଜ୍ୟ ପ୍ରାଣୀଧନ ପାଳନକାରୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ନିଜସ୍ବ ପ୍ରାଣୀଧନ ପାଳନ କରୁଛନ୍ତି, ସେହି ପ୍ରାଣୀଙ୍କ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇର ବିଭିନ୍ନ ଅଞ୍ଚଳରେ ପ୍ରାଣୀ ଚିକିତ୍ସାଳୟ ଥିଲେ ହେଁ କେଉଁଠି ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ତ ଆଉ କେଉଁଠାରେ ଡାକ୍ତର, କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ପ୍ରାଣୀ ସମ୍ପଦ ହେଉଛି କୃଷି ବିଭାଗର ମେରୁଦଣ୍ଡ। ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ, ଘୁଷୁରି ଆଦି ପ୍ରାଣୀ ପାଳନ କରି ବହୁ ପରିବାର ପ୍ରତିପୋଷଣ ହେଉଛନ୍ତି। କିନ୍ତୁ ପ୍ରାଣୀ ସମ୍ପଦର ଚିକିତ୍ସା କ୍ଷେତ୍ରରେ ଦେଖାଯାଇଥିବା ଅବହେଳାରୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ପରି ମନେହେଉଛି। ପ୍ରାଣୀ ଚିକିତ୍ସାଧିକାରୀଠାରୁ ଆରମ୍ଭ କରି ନିରୀକ୍ଷକ ପର୍ଯ୍ୟନ୍ତ ପ୍ରାୟ ୭୦% ପଦବୀ ଖାଲି ପଡ଼ିଥିବାରୁ ପ୍ରାଣୀ ଚିକିତ୍ସା ସଙ୍କଟ ମଧ୍ୟରେ ଗତି କରୁଛି। ଫଳରେ ପ୍ରାଣୀ ସମ୍ପଦକୁ ଜୀବିକା ଭାବେ ଗ୍ରହଣ କରିଥିବା ଲୋକ ଏବେ ଏହି ବୃତ୍ତିରୁ ମୁହଁ ଫେରାଇବାକୁ ଲାଗିଲେଣି। ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର କୃଷକ ନେତା ଚିତ୍ତରଞ୍ଜନ ମଲ୍ଲିକ, ନରେନ୍ଦ୍ର ଧଳ, ଖଡିଅଣ୍ଟାର ପ୍ରଭାକର ସେଠୀ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଅଣ୍ଢରା, ଦାଣ୍ଡିସାହି, ନପଙ୍ଗ, ଅଠରବାଟିଆ, ଡାମରପୁର, ଶ୍ରୀରାମପୁର ପ୍ରଭୃତି ଅଞ୍ଚଳରେ ଏଲ୍‌ଆଇ ସେଣ୍ଟର ରହିଛି। ସେହିପରି ବଡପଡ଼ା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅରଡପଲ୍ଲୀ, ବିଲିକଣା, ସାନଜରିଆ, ଖଡ଼ଇଣ୍ଟା ଏଲ୍‌ଆଇ ସେଣ୍ଟର ଅଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨ଟି ପ୍ରାଣୀ ଚିକିତ୍ସାଳୟ ଓ ୧୦ ଏଲ୍‌ଆଇ ସେଣ୍ଟର ରହିଥିବା ବେଳେ ୪ ଜଣ ଡାକ୍ତର, ୪ ଜଣ ଏଲ୍‌ଆଇରେ ସମସ୍ତ କେନ୍ଦ୍ର ଚାଲିଛି। ୧୦ବର୍ଷ ତଳେ ଖଡ଼ଇଣ୍ଟା ଏଲ୍‌ଆଇ ସେଣ୍ଟର ୪ ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ ହୋଇଥିଲା। ମାତ୍ର ସରକାର ଡାକ୍ତର କିମ୍ବା ଏଲ୍‌ଆଇ ନିଯୁକ୍ତ କରିବାକୁ ଭୁଲିଗଲେ। ଗୃହ ନିର୍ମାଣ ପରଠୁ ଏହି ପ୍ରାଣୀ ସହାୟକ କେନ୍ଦ୍ର ଜବରଦଖଲ ହୋଇରହିଥିବା ବେଳେ କବାଟ, ଝରକା ନଷ୍ଟ ହେବାକୁ ବସିଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁ ଛାତରୁ ପାଣି ଗଳୁଥିବା ଅଭିଯୋଗ ହେଉଛି। ଚତୁଃପାଶର୍‌ବରେ ପାଚେରି ନିର୍ମାଣ ହୋଇ ନ ଥିବା ବେଳେ ଭଲ ରାସ୍ତା ନାହିଁ। ସେହିପରି ଅଳପୁଆ କେନ୍ଦ୍ର ୧୦ ବର୍ଷ ହେବ ହସ୍ତାନ୍ତର ନ ହୋଇ ତାଲା ଝୁଲୁଛି। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲେ ଅଳପୁଆ, ତରଡ଼ିପାଳ ପଞ୍ଚାୟତର ୨୩ଟି ଗ୍ରାମ ଓ ପଡ଼ାର ପ୍ରାୟ ୧୦ ହଜାରରୁ ଅଧିକ ଗୃହପାଳିତ ପ୍ରାଣୀ ଉପକୃତ ହୋଇଥାନ୍ତେ। ତେଣୁ ଖଡିଅଣ୍ଟା ଓ ଅଳପୁଆ ପ୍ରାଣୀଧନ ଚିକିତ୍ସାଳୟରେ ଜଣେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ପ୍ରାଣୀ ଚିକିତ୍ସାଳୟଗୁଡ଼ିକରେ ଡାକ୍ତର ନିଯୁକ୍ତ କରିବା ସହ ତୁରନ୍ତ କୋଠା ମରାମତି କରିବାକୁ ଦାବି କରିଛନ୍ତି। ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସକ ପ୍ରଦୀପ ଜେନାଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ଓ ବଡପଡ଼ା ଚିକିତ୍ସାଳୟରେ ୪ଜଣ ଡାକ୍ତର ୨ରୁ ୩ ସେଣ୍ଟର ପାଇଁ ଜଣେ ଲେଖାଏଁ ଏଲ୍‌ଆଇ କାର୍ଯ୍ୟ ତୁଲାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri