ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ମାଧପୁର, ୨୫ା୨: ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଣୀଧନ ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦେଉଛନ୍ତି। ହେଲେ ସେହି ପ୍ରାଣୀଧନଙ୍କ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ବିଭିନ୍ନ ଅଞ୍ଚଳରେ ପ୍ରାଣୀଧନ ଚିକିତ୍ସାଳୟ ଥିଲେ ହେଁ କେଉଁଠି ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ତ ଆଉ କେଉଁଠି ଡାକ୍ତର, କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାଧପୁର ପ୍ରାଣୀଧନ ଚିକିତ୍ସାଳୟ ଏହାର ଏକ ଉଦାହରଣ।
ମାଧପୁର ପ୍ରାଣୀଧନ ଚିକିତ୍ସାଳୟ ଉପରେ ପ୍ରାୟ ୬ ପଞ୍ଚାୟତର ଚାଷୀମାନେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। କିନ୍ତୁ ଏହି ଚିକିତ୍ସାଳୟ କୋଠା ଅବସ୍ଥା ଭଲ ନାହିଁ। ଛାତ ନଷ୍ଟ ହେବାକୁ ବସିଥିବା ବେଳେ ପରିମଳ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏଠାରେ ନିଯୁକ୍ତି ପାଇଥିବା ପ୍ରାଣୀଧନ ଚିକିତ୍ସକ ଅଧିକାଂଶ ସମୟ ଆଠମଲ୍ଲିକ କାର୍ଯ୍ୟାଳୟରେ ରହୁଥିବାରୁ ମାଧପୁରରେ ପ୍ରାଣୀଧାନଙ୍କ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ସେହିପରି ଦୀର୍ଘ ୧୦ ବର୍ଷ ହେଲା ଦଶଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ କୋଠା ନିର୍ମାଣ କରାଯାଇଥିଲେ ହେଁ ତାହା ଏଯାଏ ଅସମ୍ପୂର୍ଣ୍ଣ ରହିଛି। ଏପରି କି କବାଟ, ଝରକା ନଷ୍ଟ ହେବାକୁ ବସିଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁ ଛାତରୁ ପାଣି ଗଳୁଥିବା ଅଭିଯୋଗ ହେଉଛି। ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ହୋଇ ନ ଥିବା ବେଳେ ଭଲ ରାସ୍ତା ନାହିଁ। ତେଣୁ ମାଧୁପର ପ୍ରାଣୀଧନ ଚିକିତ୍ସାଳୟରେ ଜଣେ ସ୍ଥାୟୀ ଚିକିତ୍ସକ ନିଯୁକ୍ତି ସହ ତୁରନ୍ତ ନୂଆ କାର୍ଯ୍ୟାଳୟ କାର୍ଯ୍ୟ ଶେଷ କରିବା ଓ ପୁରୁଣା କାର୍ଯ୍ୟାଳୟ କୋଠା ମରାମତି କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି
ଜିଲା ପରିଷଦ ବୈଠକରେ ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ନୂଆ କୋଠା ନିର୍ମାଣ ଶେଷ ସହ ତାହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି।
-ରଶ୍ମିରେଖା ମାହାର, ଜିଲା ପରିଷଦ ସଦସ୍ୟା

ବିଡିଓଙ୍କୁ ଚିଠି କରାଯାଇଛି
ଆଠମଲ୍ଲିକରେ ବିଭିନ୍ନ ସରକାରୀ କାର୍ଯ୍ୟ ରହୁଥିବାରୁ ସେଠାରେ ରହିବାକୁ ପଡ଼ୁଛି। ମାଧପୁରରେ ରହିବାର କୌଣସି ବ୍ୟବସ୍ଥା ନାହିଁ। ଡାକ୍ତରଖାନା ଅବସ୍ଥା ମଧ୍ୟ ଭଲ ନାହିଁ। ନିର୍ମାଣାଧୀନ କୋଠା ସମ୍ପର୍କରେ ବିଡିଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।
-ଡାକ୍ତର ସରିତା ବେହେରା, ପ୍ରାଣୀଧନ ଚିକିତ୍ସକ

ନୂଆ କୋଠା ବ୍ଲକ ଅଧୀନକୁ ଆସିଛି
ପୂର୍ବରୁ ନିର୍ମାଣାଧୀନ କୋଠା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିଲା। ଚଳିତବର୍ଷ ଏହା ବ୍ଲକ ଅଧୀନକୁ ଆସିଛି। କିନ୍ତୁ ଏ ସଂକ୍ରାନ୍ତରେ ବିଭାଗ ତରଫରୁ ଅବଗତ କରାଯାଇ ନାହିଁ।
-ସୌଭାଗ୍ୟ ବେହେରା, ବିଡିଓ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri