Posted inUncategorized

ପର୍ଯ୍ୟଟନକୁ ଅବହେଳା

ନାରାୟଣ ଚନ୍ଦ୍ର ବିଶ୍ୱାଳ

ବୁଦ୍ଧିଷ୍ଟ ସର୍କିଟରୁ ଆରମ୍ଭ କରି ଟେମ୍ପୁଲ ସର୍କିଟ, ଇକୋ ଟୁରିଜମ୍‌, ଟ୍ରାଇବାଲ ଟୁରିଜମ୍‌, ୱାଇଲ୍ଡଲାଇଫ ଟୁରିଜମ୍‌, କୋଷ୍ଟାଲ ଟୁରିଜମ୍‌ ଭଳି କ୍ଷେତ୍ରରେ ଓଡ଼ିଶାରେ ରହିଛି ପର୍ଯ୍ୟାପ୍ତ ଭିତ୍ତିଭୂମି; ଯାହା କି ପ୍ରତିବର୍ଷ ଦେଶ ବିଦେଶର କୋଟିଏରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। କିନ୍ତୁ ଏହାର ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ କି କେନ୍ଦ୍ର ସରକାର ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ସରକାର କରୁଥିବା ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଉଥିବା ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି। ଗତ ୩ ବର୍ଷ ହେଲା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନାରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନସ୍ଥଳୀ ଉନ୍ନତି ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଏଥିରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନାହିଁ। ଏପରି କି ୨୦୧୫ରେ ଓଡ଼ିଶା ବୁଦ୍ଧିଷ୍ଟ ସର୍କିଟକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏଥିପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେଉନାହାନ୍ତି। ୨୦୧୫ ଜାନୁୟାରୀରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୫ଟି ପ୍ରକଳ୍ପ ପାଇଁ ୨୦୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜମ୍ମୁ-କଶ୍ମୀର, ରାଜସ୍ଥାନ, ଉତ୍ତରାଖଣ୍ଡ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ସିକିମ୍‌, ଆସାମ, ମେଘାଳୟ, ମିଜୋରାମ୍‌, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଓ ତ୍ରିପୁରାର ପର୍ଯ୍ୟଟନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି।
ଉତ୍ତର-ପୂର୍ବ ରାଜ୍ୟର ୯ଟି ପ୍ରକଳ୍ପ ପାଇଁ ୮୨୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଆଦିବାସୀ ପର୍ଯ୍ୟଟନ ଲାଗି ନାଗାଲାଣ୍ଡ, ଛତିଶଗଡ଼ ଓ ତେଲଙ୍ଗାନାର ୩ଟି ପ୍ରକଳ୍ପ ପାଇଁ ୨୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ବିହାର ଓ ମଧ୍ୟପ୍ରଦେଶର ବୁଦ୍ଧିଷ୍ଟ ସର୍କିଟ ଲାଗି ୧୦୮.୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ୨୦୧୪-୧୫ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଉତ୍ତର-ପୂର୍ବ ଭାରତ ସର୍କିଟ, ବୁଦ୍ଧିଷ୍ଟ ସର୍କିଟ, ହିମାଳୟ ସର୍କିଟ, କୋଷ୍ଟାଲ ସର୍କିଟ, କ୍ରିଷ୍ଣା ସର୍କିଟ, ମରୁଭୂମି ସର୍କିଟ, ଆଦିବାସୀ ସର୍କିଟ, ଇକୋ ଟୁରିଜମ୍‌ ସର୍କିଟ, ୱାଇଲ୍ଡଲାଇଫ ସର୍କିଟ, ଗ୍ରାମାଞ୍ଚଳ ସର୍କିଟ, ଆଧ୍ୟାତ୍ମିକ ସର୍କିଟ, ରାମାୟଣ ସର୍କିଟ ଏବଂ ହେରିଟେଜ୍‌ ସର୍କିଟ ରହିଛି। ଏହି ସର୍କିଟଗୁଡ଼ିକର ଉନ୍ନତୀକରଣ କରିବା ସହ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଉପରୋକ୍ତ ୧୩ଟି ସର୍କିଟ ମଧ୍ୟରେ ସ୍ଥାନ ପାଇବା ଲାଗି ଓଡ଼ିଶାରେ ପର୍ଯ୍ୟାପ୍ତ ସୁବିଧା ରହିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଣଦେଖା ଯୋଗୁ ଗୋଟିଏ ବି ସ୍ଥାନ ସ୍ବଦେଶୀ ଦର୍ଶନ ଯୋଜନାରେ ସାମିଲ ହୋଇପାରି ନାହିଁ। ରାଜ୍ୟରେ ୪୮୦ କିମି ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଶିମିଳିପାଳ, ଚିଲିକା, ଭିତରକନିକା ଅଭୟାରଣ୍ୟ ରହିଛି। ଏହା ବ୍ୟତୀତ ପୁରୀ-କୋଣାର୍କ-ଏକାମ୍ର କ୍ଷେତ୍ରକୁ ନେଇ ହେରିଟେଜ୍‌ ସର୍କିଟ, ଲଳିତଗିରି-ରତ୍ନଗିରି-ଉଦୟଗିରି-ଧଉଳିକୁ ନେଇ ବୁଦ୍ଧିଷ୍ଟ ସର୍କିଟ ସ୍ଥାପନ କରାଯାଇଛି। ସେହିପରି ଓଡ଼ିଶାରେ ୬୨ଟି ଆଦିବାସୀ ଜନଜାତି ରହିଥିବା ବେଳେ ରାଜ୍ୟର ଅଧିକାଂଶ ଜିଲାରେ ଆଦିବାସୀ ବସବାସ କରୁଛନ୍ତି। ୨୦ରୁ ଅଧିକ ଇକୋ ଟୁରିଜମ୍‌ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାକି ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ମାତ୍ର କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ଯୋଗୁ ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଏବେ ସାତସପନ ପାଲଟିଛି। କେବଳ ସ୍ବଦେଶ ଦର୍ଶନ ନୁହେଁ, ୨୦୧୫-୧୬ ରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ଗୁରୁତ୍ୱ ଦିଆଯାଇନାହିଁ। ୨୦୦୫-୦୬ରୁ ଇଣ୍ଡିଆନ୍‌ ଟୁରିଜମ୍‌ ଡେଭଲପ୍‌ମେଣ୍ଟ ଅଥରିଟି ମାଧ୍ୟମରେ ୩ଟି ସ୍ଥାନରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ହେବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଧଉଳିରେ କଷ୍ଟେମଷ୍ଟେ ସରିଥିବା ବେଳେ କୋଣାର୍କ ଓ ଉଦୟଗିରି ନିଷ୍ପତ୍ତି ଝୁଲି ରହିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଥିବା ୭୯ କୀର୍ତ୍ତିରାଜିର ଅବସ୍ଥା ଦୟନୀୟ ହେବାରେ ଲାଗିଛି। ଏଗୁଡ଼ିକରେ ସ୍ବଚ୍ଛ ଭାରତ ଅଭିଯାନ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି। ଶ୍ରୀମନ୍ଦିର ଏବଂ କୋଣାର୍କର ସଂରକ୍ଷଣ ଦିଗରେ ପଦକ୍ଷେପ ନେବାରେ ବିଳମ୍ବ କରାଯାଉଛି, ଯେଉଁଥିରୁ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସ୍ପଷ୍ଟଭାବେ ଜଣାପଡ଼ୁଛି।
କଟିକଟା, ମଙ୍ଗଳପୁର, ଯାଜପୁର,
ମୋ :୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri