କେନ୍ଦ୍ର ବଜେଟରେ ରାଜ୍ୟକୁ ଉପେକ୍ଷା ଉଦ୍‌ବେଗର ବିଷୟ: ଡି. ରାଜା

ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ): ୨୦୨୪-୨୫ କେନ୍ଦ୍ର ବଜେଟ ସମ୍ପୂର୍ଣ୍ଣ ବିପର୍ଯ୍ୟୟକର ଓ ଏଥିରେ ରାଜ୍ୟକୁ ଉପେକ୍ଷା କରାଯିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି। ଶନିବାର ସିପିଆଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜା କହିଛନ୍ତି, ଏହି ବଜେଟକୁ ଦେଶର ଶ୍ରମିକ, କୃଷକ, କ୍ଷେତମଜଦୁର, ଯୁବକ, ମହିଳା, ଦଳିତ, ଆଦିବାସୀ ଏବଂ ଅନ୍ୟ ଅନୁନ୍ନତ ବର୍ଗର ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ଦେଶର କର୍ପୋରେଟ୍‌ ପୁଞ୍ଜିପତି ଓ ବଡ଼ ବ୍ୟବସାୟୀ ଗୋଷ୍ଠୀ ସ୍ବାଗତ କରିଛନ୍ତି। କର୍ପୋରେଟ୍‌ ସଦନକୁ ଟିକସ ରିହାତି ଦିଆଯାଇ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ନାମକୁ ମାତ୍ର ଅନୁଦାନ ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଇ ନ ଥିବାବେଳେ ଅନ୍ୟ ଅନେକ ରାଜ୍ୟକୁ ମଧ୍ୟ ଉପେକ୍ଷା କରାଯାଇଛି। ଗୁରୁତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ତାମିଲନାଡ଼ୁ, କେରଳ ଏବଂ ଓଡ଼ିଶା ପାଇଁ କିଛି ଆର୍ଥିକ ଅନୁଦାନ ଦିଆଯାଇ ନାହିଁ। କେବଳ ବିହାର ଓ ଆନ୍ଧ୍ରକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ପ୍ରଦାନ କରାଯାଇଛି। ଭାରତ ଭଳି ଏକ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତ ରାଜ୍ୟକୁ ସମାନ ଅନୁଦାନ ପ୍ରଦାନ ନ କରି ଉପେକ୍ଷା କରାଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ରାଜା କହିଛନ୍ତି।
କହିଛନ୍ତି, କୃଷକମାନଙ୍କୁ ପ୍ରତାରିତ କରାଯାଇଥିବାବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି ନ କରିବା ଏବଂ ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ଅନୁନ୍ନତ ବର୍ଗର ଲୋକଙ୍କ ପାଇଁ ବିଶେଷକରି ଯୁବ ଓ ମହିଳାମାନଙ୍କୁ ମୋଦି ସରକାରଙ୍କ କେନ୍ଦ୍ରୀୟ ବଜେଟ୍‌ରେ ଉପେକ୍ଷିତ କରାଯାଇଛି। ତେଣୁ ସମସ୍ତେ ଆଗାମୀ ଦିନରେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରିବା ଆବଶ୍ୟକ ହୋଇପଡିଛି। ସିପିଆଇ ଏହି ସମସ୍ତ ଜନଆନ୍ଦୋଳନର ଅଗ୍ରଭାଗରେ ରହିବା ସହିତ କର୍ପୋରେଟ୍‌ ପକ୍ଷପାତି ମୋଦି ସରକାର ବିରୋଧରେ ‘ଇଣ୍ଡିଆ’ ମେଣ୍ଟକୁ ଆହୁରି ଶକ୍ତିଶାଳୀ କରିବା ଲାଗି ଉଦ୍ୟମ ଚଳାଯିବ ବୋଲି ସେ ଆହ୍ବାନ ଦେଇଛନ୍ତି। ସେହିପରି ୩ ନୂତନ ଫୌଜଦାରୀ ଆଇନକୁ ବିନା ବିସ୍ତୃତ ଆଲୋଚନାରେ ପାରିତ କରାଯାଇଥିବାରୁ ଏହାକୁ ସ୍ଥଗିତ ରଖି ଏହାର ପୁନର୍ବିଚାର ପାଇଁ ସଂସଦୀୟ କମିଟିକୁ ପଠାଇବାକୁ ସିପିଆଇ ପକ୍ଷରୁ ଦାବି ହୋଇଛି।
ସିପିଆଇର ଅନ୍ୟତମ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଲେ, ଓଡ଼ିଶାରେ ସାମ୍ପ୍ରଦାୟିକ ଭାଜପାର ଅଭ୍ୟୁତ୍‌ଥାନ ପାଇଁ ବିଜେଡ଼ି ଦାୟୀ। ଏହାର ଦୀର୍ଘ ୨୪ବର୍ଷର କୁଶାସନ ଓ ସ୍ଥାଣୁତା ଯୋଗୁ ଜନାଦେଶ ଭାଜପା ସପକ୍ଷରେ ଯାଇଛି। ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ସରକାର କାହିଁକି ନୀରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ବଜେଟରେ ବେକାରି, ଦରବୃଦ୍ଧି ପ୍ରଭୃତି ଜନସମସ୍ୟା ସମାଧାନର କୌଣସି ଦିଶା ନାହିଁ ବୋଲି ସେ କହିଛନ୍ତି। ଏଥିସହ ସିପିଆଇର ରାଜ୍ୟ ପରିଷଦ ଅଧିବେଶନରେ ଆଶିଷ କାନୁନ୍‌ଗୋ ନୂତନ ରାଜ୍ୟ ସମ୍ପାଦକ, କ୍ଷୀରୋଦ ସିଂହଦେଓ ଓ ପ୍ରକାଶ ପାତ୍ର ଦୁଇ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଡି. ରାଜା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri