କେନ୍ଦ୍ର ବଜେଟରେ ରାଜ୍ୟକୁ ଉପେକ୍ଷା ଉଦ୍‌ବେଗର ବିଷୟ: ଡି. ରାଜା

ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ): ୨୦୨୪-୨୫ କେନ୍ଦ୍ର ବଜେଟ ସମ୍ପୂର୍ଣ୍ଣ ବିପର୍ଯ୍ୟୟକର ଓ ଏଥିରେ ରାଜ୍ୟକୁ ଉପେକ୍ଷା କରାଯିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି। ଶନିବାର ସିପିଆଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜା କହିଛନ୍ତି, ଏହି ବଜେଟକୁ ଦେଶର ଶ୍ରମିକ, କୃଷକ, କ୍ଷେତମଜଦୁର, ଯୁବକ, ମହିଳା, ଦଳିତ, ଆଦିବାସୀ ଏବଂ ଅନ୍ୟ ଅନୁନ୍ନତ ବର୍ଗର ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ଦେଶର କର୍ପୋରେଟ୍‌ ପୁଞ୍ଜିପତି ଓ ବଡ଼ ବ୍ୟବସାୟୀ ଗୋଷ୍ଠୀ ସ୍ବାଗତ କରିଛନ୍ତି। କର୍ପୋରେଟ୍‌ ସଦନକୁ ଟିକସ ରିହାତି ଦିଆଯାଇ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ନାମକୁ ମାତ୍ର ଅନୁଦାନ ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଇ ନ ଥିବାବେଳେ ଅନ୍ୟ ଅନେକ ରାଜ୍ୟକୁ ମଧ୍ୟ ଉପେକ୍ଷା କରାଯାଇଛି। ଗୁରୁତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ତାମିଲନାଡ଼ୁ, କେରଳ ଏବଂ ଓଡ଼ିଶା ପାଇଁ କିଛି ଆର୍ଥିକ ଅନୁଦାନ ଦିଆଯାଇ ନାହିଁ। କେବଳ ବିହାର ଓ ଆନ୍ଧ୍ରକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ପ୍ରଦାନ କରାଯାଇଛି। ଭାରତ ଭଳି ଏକ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତ ରାଜ୍ୟକୁ ସମାନ ଅନୁଦାନ ପ୍ରଦାନ ନ କରି ଉପେକ୍ଷା କରାଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ରାଜା କହିଛନ୍ତି।
କହିଛନ୍ତି, କୃଷକମାନଙ୍କୁ ପ୍ରତାରିତ କରାଯାଇଥିବାବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି ନ କରିବା ଏବଂ ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ଅନୁନ୍ନତ ବର୍ଗର ଲୋକଙ୍କ ପାଇଁ ବିଶେଷକରି ଯୁବ ଓ ମହିଳାମାନଙ୍କୁ ମୋଦି ସରକାରଙ୍କ କେନ୍ଦ୍ରୀୟ ବଜେଟ୍‌ରେ ଉପେକ୍ଷିତ କରାଯାଇଛି। ତେଣୁ ସମସ୍ତେ ଆଗାମୀ ଦିନରେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରିବା ଆବଶ୍ୟକ ହୋଇପଡିଛି। ସିପିଆଇ ଏହି ସମସ୍ତ ଜନଆନ୍ଦୋଳନର ଅଗ୍ରଭାଗରେ ରହିବା ସହିତ କର୍ପୋରେଟ୍‌ ପକ୍ଷପାତି ମୋଦି ସରକାର ବିରୋଧରେ ‘ଇଣ୍ଡିଆ’ ମେଣ୍ଟକୁ ଆହୁରି ଶକ୍ତିଶାଳୀ କରିବା ଲାଗି ଉଦ୍ୟମ ଚଳାଯିବ ବୋଲି ସେ ଆହ୍ବାନ ଦେଇଛନ୍ତି। ସେହିପରି ୩ ନୂତନ ଫୌଜଦାରୀ ଆଇନକୁ ବିନା ବିସ୍ତୃତ ଆଲୋଚନାରେ ପାରିତ କରାଯାଇଥିବାରୁ ଏହାକୁ ସ୍ଥଗିତ ରଖି ଏହାର ପୁନର୍ବିଚାର ପାଇଁ ସଂସଦୀୟ କମିଟିକୁ ପଠାଇବାକୁ ସିପିଆଇ ପକ୍ଷରୁ ଦାବି ହୋଇଛି।
ସିପିଆଇର ଅନ୍ୟତମ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଲେ, ଓଡ଼ିଶାରେ ସାମ୍ପ୍ରଦାୟିକ ଭାଜପାର ଅଭ୍ୟୁତ୍‌ଥାନ ପାଇଁ ବିଜେଡ଼ି ଦାୟୀ। ଏହାର ଦୀର୍ଘ ୨୪ବର୍ଷର କୁଶାସନ ଓ ସ୍ଥାଣୁତା ଯୋଗୁ ଜନାଦେଶ ଭାଜପା ସପକ୍ଷରେ ଯାଇଛି। ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ସରକାର କାହିଁକି ନୀରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ବଜେଟରେ ବେକାରି, ଦରବୃଦ୍ଧି ପ୍ରଭୃତି ଜନସମସ୍ୟା ସମାଧାନର କୌଣସି ଦିଶା ନାହିଁ ବୋଲି ସେ କହିଛନ୍ତି। ଏଥିସହ ସିପିଆଇର ରାଜ୍ୟ ପରିଷଦ ଅଧିବେଶନରେ ଆଶିଷ କାନୁନ୍‌ଗୋ ନୂତନ ରାଜ୍ୟ ସମ୍ପାଦକ, କ୍ଷୀରୋଦ ସିଂହଦେଓ ଓ ପ୍ରକାଶ ପାତ୍ର ଦୁଇ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଡି. ରାଜା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri