ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା: ଅଭିନବ ଉପାୟରେ ପ୍ରତିବାଦ

ବଲାଙ୍ଗୀର ଅଫିସ,୨୬।୭: କଳାହାଣ୍ଡି ଜିଲା ଭବାନୀପାଟଣାରୁ ବାହାରି ସୋମବାର କୋଶଳ ସ୍ବାଭିମାନ ପଦଯାତ୍ରା ବଲାଙ୍ଗୀର ସହରରେ ପହଞ୍ଚିଛି । ଏହି ଅବସରରେ କୋଶଳ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ଜିଲାପାଳ ପାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗୀରର ବିଭୀନ୍ନ ସଂଗଠନର କର୍ମକର୍ତ୍ତାମାନେ ସ୍ବାଭିମାନ ଯାତ୍ରାକୁ ସ୍ବାଗତ ସମ୍ବର୍ଦ୍ଧନ ଜଣାଇଛନ୍ତିା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ପାତରଅନ୍ତରକୁ ନେଇ କୋଶଳ ଯୁବ ସମନ୍ବୟ ସମିତି ଦୃଢ଼ ନିନ୍ଦା କରିବା ସହ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ କୋଶଳ ସ୍ବାଭୀମାନ ପଦଯାତ୍ରା ଡାକରା ଦିଆଯାଇଥିଲା। ଜନଜାଗରଣ ଉଦ୍ଦେଶ୍ୟରେ ଗତ ୨୩ ତାରିଖରେ ଭବାନୀପାଟଣା ସ୍ଥିତ ମାଣୀକେଶ୍ୱରୀ ମନ୍ଦିରରୁ ପଦ ଯାତ୍ରା ବାହାରି ୨୮ ତାରିଖ ବରଗଡ଼ ଗାନ୍ଧୀଛକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ା ସେହି କ୍ରମରେ ଆଜି ସକାଳୁ ପଦଯାତ୍ରା ବଲାଙ୍ଗୀର ସହରରେ ପହଞ୍ଚିଛି।