ପର୍ଯ୍ୟଟନ କ୍ଷେତ୍ରରେ ନବରଙ୍ଗପୁରକୁ ଉପେକ୍ଷା: ଜିଲାର ପର୍ଯ୍ୟଟନସ୍ଥଳୀକୁ ମିଳୁନି ଇକୋ ଟୁରିଜମ୍‌ ମାନ୍ୟତା

ନବରଙ୍ଗପୁର, ୨।୧୧ (ସଦାଶିବ ପ୍ରହରାଜ): ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତ୍ତିଭୂମିର ଅଭାବ ନାହିଁ। କିନ୍ତୁ ଯେଉଁ ହାରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା କଥା ସେହି ଅନୁଯାୟୀ ବିକାଶ ହୋଇପାରୁ ନାହିଁ। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ କ୍ଷେତ୍ରକୁ ଉପେକ୍ଷା କରାଯାଉଛି। ଜିଲାର ପ୍ରମୁଖ ଆକର୍ଷଣ ସ୍ଥଳୀ ଭାବେ ପରିଚିତ ଇନ୍ଦ୍ରାବତୀ ଜଳଭଣ୍ଡାର ଓ ପାପଡ଼ାହାଣ୍ଡି ମୃଗ ବିହାର ୨ଟି ପର୍ଯ୍ୟଟନ ସ୍ଥଳିକୁ ଇକୋ ଟୁରିଜମ୍‌ ମାନ୍ୟତା କେବଳ ପ୍ରସ୍ତାବରେ ସୀମିତ ରହିଛି।

ନବରଙ୍ଗପୁର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ। ଜିଲାରେ ଭରି ରହିଛି ଅନେକ ପର୍ଯ୍ୟଟନ ସ୍ଥଳ। କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ ହୋଇପାରୁ ନ ଥିବାରୁ ଏହା ଲୋକଲୋଚନକୁ ଆସିପାରୁ ନାହିଁ। ୪ ବର୍ଷ ପୂର୍ବେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ରଘୁନନ୍ଦନ ଦାସ ଇନ୍ଦ୍ରାବତୀ ପ୍ରକଳ୍ପ ଓ ପାପଡ଼ାହାଣ୍ଡି ମୃଗ ବିହାର ଗସ୍ତକରି ଏହାକୁ ଇକୋ ଟୁରିଜମ୍‌ରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ଏବେ ଯାଏ ପୂରା ହୋଇପାରିଲା ନାହିଁ। ଏହି ୨ଟି ପର୍ଯ୍ୟଟନ ସ୍ଥଳୀକୁ ଜିଲା, ଜିଲା ବାହାରୁ ଏବଂ ସୀମାନ୍ତ ଛତିଶଗଡ଼ର ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହେଉଛି।

ବ୍ଲକ ଗେଡ଼ଦେଓପାଲ୍ଲି ନିକଟରେ ରହିଛି ଏସିଆର ଦ୍ବିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା ଇନ୍ଦ୍ରାବତୀ ଜଳଭଣ୍ଡାର। ୧୧୦ ବର୍ଗ କି.ମି. ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଲାଗିଛି ଇନ୍ଦ୍ରାବତୀ ଡ୍ୟାମର ୭ଟି ଫାଟକ। ଡ୍ୟାମ୍‌ ଚତୁଃପାଶର୍‌ବରେ ଦେଖାଯାଉଛି ସୁନ୍ଦର ପାହାଡ଼ ମାନ। ଜଳଭଣ୍ଡାର ପାର ହେବା ପାଇଁ ନୌକା ବ୍ୟବସ୍ଥା ବି ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ମାଇଲ ମାଇଲ ବ୍ୟାପୀ ନୀଳ ଜଳରାଶିରେ ହଜାର ହଜାର କିଲୋମିଟର ଦୂରରୁ ଉଡିଆସୁଥିବା ବିଦେଶୀ ପକ୍ଷୀଙ୍କ ଖେଳୁଥିବା ଦୃଶ୍ୟ ଅତି ମନୋରମ। ସେଥିପାଇଁ ଏହି ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ସରକାର ବାର୍ଷିକ ବ୍ୟାପକ ଅର୍ଥ ରାଜସ୍ବ ଆଦାୟ କରୁଛନ୍ତି। କିନ୍ତୁ ଜଳଭଣ୍ଡାରର ପାରିପାର୍ଶ୍ୱିକ ବିକାଶ ହୋଇପାରୁ ନାହିଁ। ଜଳଭଣ୍ଡାର ତଥା ଡ୍ୟାମ୍‌ର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ନା ଜଳସେଚନ ବିଭାଗ କେହି ହେଲେ ଦୃଷ୍ଟି ନ ଦେବା ଅତି ବିଡ଼ମ୍ବନାର ବିଷୟ। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ବିଶ୍ରାମ ଗୃହ କରାଯାଇ ପାରିନାହିଁ।

ଜଳଭଣ୍ଡାରରେ ନୌବିହାର ସହ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା ହେଲେ ଏହା ମଧ୍ୟ ହୀରାକୁଦ ଜଳଭଣ୍ଡାର ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥାନ୍ତା। ୨୦୧୯ରେ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରେ ପର୍ଯ୍ୟଟନର ବିକାଶ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଯାଇଛି। ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳଭଣ୍ଡାରରେ ବିଶ୍ରାମ ଗୃହ, ପାର୍କିଂ, ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଗମନାଗମନ ସହ ବୋଟିଂ ପାର୍କ ନିର୍ମାଣ କରିବାକୁ ଏକ ପ୍ରସ୍ତାବ ରାଜ୍ୟ ପର୍ଯ୍ୟଟନ ବିଭାଗ ପାଖକୁ ଯାଇଥିବା ଶୁଣିବାକୁ ମିଳୁଛି। ତେବେ ଏହା କେବଳ ପ୍ରସ୍ତାବରେ ହିଁ ସୀମିତ ହୋଇ ରହିଛି। ଜିଲାର କେବଳ ହିର୍ଲି ଡଙ୍ଗରୀକୁ ଇକୋ ଟୁରିଜମ୍‌ ମାନ୍ୟତା ମିଳିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri