ପର୍ଯ୍ୟଟନ କ୍ଷେତ୍ରରେ ନବରଙ୍ଗପୁରକୁ ଉପେକ୍ଷା: ଜିଲାର ପର୍ଯ୍ୟଟନସ୍ଥଳୀକୁ ମିଳୁନି ଇକୋ ଟୁରିଜମ୍‌ ମାନ୍ୟତା

ନବରଙ୍ଗପୁର, ୨।୧୧ (ସଦାଶିବ ପ୍ରହରାଜ): ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତ୍ତିଭୂମିର ଅଭାବ ନାହିଁ। କିନ୍ତୁ ଯେଉଁ ହାରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା କଥା ସେହି ଅନୁଯାୟୀ ବିକାଶ ହୋଇପାରୁ ନାହିଁ। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ କ୍ଷେତ୍ରକୁ ଉପେକ୍ଷା କରାଯାଉଛି। ଜିଲାର ପ୍ରମୁଖ ଆକର୍ଷଣ ସ୍ଥଳୀ ଭାବେ ପରିଚିତ ଇନ୍ଦ୍ରାବତୀ ଜଳଭଣ୍ଡାର ଓ ପାପଡ଼ାହାଣ୍ଡି ମୃଗ ବିହାର ୨ଟି ପର୍ଯ୍ୟଟନ ସ୍ଥଳିକୁ ଇକୋ ଟୁରିଜମ୍‌ ମାନ୍ୟତା କେବଳ ପ୍ରସ୍ତାବରେ ସୀମିତ ରହିଛି।

ନବରଙ୍ଗପୁର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ। ଜିଲାରେ ଭରି ରହିଛି ଅନେକ ପର୍ଯ୍ୟଟନ ସ୍ଥଳ। କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ ହୋଇପାରୁ ନ ଥିବାରୁ ଏହା ଲୋକଲୋଚନକୁ ଆସିପାରୁ ନାହିଁ। ୪ ବର୍ଷ ପୂର୍ବେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ରଘୁନନ୍ଦନ ଦାସ ଇନ୍ଦ୍ରାବତୀ ପ୍ରକଳ୍ପ ଓ ପାପଡ଼ାହାଣ୍ଡି ମୃଗ ବିହାର ଗସ୍ତକରି ଏହାକୁ ଇକୋ ଟୁରିଜମ୍‌ରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ଏବେ ଯାଏ ପୂରା ହୋଇପାରିଲା ନାହିଁ। ଏହି ୨ଟି ପର୍ଯ୍ୟଟନ ସ୍ଥଳୀକୁ ଜିଲା, ଜିଲା ବାହାରୁ ଏବଂ ସୀମାନ୍ତ ଛତିଶଗଡ଼ର ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହେଉଛି।

ବ୍ଲକ ଗେଡ଼ଦେଓପାଲ୍ଲି ନିକଟରେ ରହିଛି ଏସିଆର ଦ୍ବିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା ଇନ୍ଦ୍ରାବତୀ ଜଳଭଣ୍ଡାର। ୧୧୦ ବର୍ଗ କି.ମି. ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଲାଗିଛି ଇନ୍ଦ୍ରାବତୀ ଡ୍ୟାମର ୭ଟି ଫାଟକ। ଡ୍ୟାମ୍‌ ଚତୁଃପାଶର୍‌ବରେ ଦେଖାଯାଉଛି ସୁନ୍ଦର ପାହାଡ଼ ମାନ। ଜଳଭଣ୍ଡାର ପାର ହେବା ପାଇଁ ନୌକା ବ୍ୟବସ୍ଥା ବି ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ମାଇଲ ମାଇଲ ବ୍ୟାପୀ ନୀଳ ଜଳରାଶିରେ ହଜାର ହଜାର କିଲୋମିଟର ଦୂରରୁ ଉଡିଆସୁଥିବା ବିଦେଶୀ ପକ୍ଷୀଙ୍କ ଖେଳୁଥିବା ଦୃଶ୍ୟ ଅତି ମନୋରମ। ସେଥିପାଇଁ ଏହି ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ସରକାର ବାର୍ଷିକ ବ୍ୟାପକ ଅର୍ଥ ରାଜସ୍ବ ଆଦାୟ କରୁଛନ୍ତି। କିନ୍ତୁ ଜଳଭଣ୍ଡାରର ପାରିପାର୍ଶ୍ୱିକ ବିକାଶ ହୋଇପାରୁ ନାହିଁ। ଜଳଭଣ୍ଡାର ତଥା ଡ୍ୟାମ୍‌ର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ନା ଜଳସେଚନ ବିଭାଗ କେହି ହେଲେ ଦୃଷ୍ଟି ନ ଦେବା ଅତି ବିଡ଼ମ୍ବନାର ବିଷୟ। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ବିଶ୍ରାମ ଗୃହ କରାଯାଇ ପାରିନାହିଁ।

ଜଳଭଣ୍ଡାରରେ ନୌବିହାର ସହ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା ହେଲେ ଏହା ମଧ୍ୟ ହୀରାକୁଦ ଜଳଭଣ୍ଡାର ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥାନ୍ତା। ୨୦୧୯ରେ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରେ ପର୍ଯ୍ୟଟନର ବିକାଶ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଯାଇଛି। ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳଭଣ୍ଡାରରେ ବିଶ୍ରାମ ଗୃହ, ପାର୍କିଂ, ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଗମନାଗମନ ସହ ବୋଟିଂ ପାର୍କ ନିର୍ମାଣ କରିବାକୁ ଏକ ପ୍ରସ୍ତାବ ରାଜ୍ୟ ପର୍ଯ୍ୟଟନ ବିଭାଗ ପାଖକୁ ଯାଇଥିବା ଶୁଣିବାକୁ ମିଳୁଛି। ତେବେ ଏହା କେବଳ ପ୍ରସ୍ତାବରେ ହିଁ ସୀମିତ ହୋଇ ରହିଛି। ଜିଲାର କେବଳ ହିର୍ଲି ଡଙ୍ଗରୀକୁ ଇକୋ ଟୁରିଜମ୍‌ ମାନ୍ୟତା ମିଳିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri