ଅକ୍ଟୋବରରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ, ଓଡ଼ିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ୨୦୨୩ ଅକ୍ଟୋବରରେ ଦେଶରେ ମୋଟ ଜିଏସ୍‌ଟି ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି। ସେଥିମଧ୍ୟରୁ ୩୨,୦୬୨ କୋଟି ଟଙ୍କା ସିଜିଏସ୍‌ଟି, ୩୮,୧୭୧ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୭୭ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି ) ହୋଇଛି ଆଇଜିଟିଏସ୍‌ଟି ଏବଂ ୧୨,୪୫୬ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୧,୬୯୪ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ସେସ୍‌ ରହିଛି।
ଆଇଜିଏସ୍‌ଟିରୁ ସରକାର ସିଜିଏସ୍‌ଟିକୁ ୪୨,୮୭୩ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୩୬,୬୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୨୩ ଅକ୍ଟୋବରରେ କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ବ ସିଜିଏସ୍‌ଟି ପାଇଁ ୨୨,୯୩୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ପାଇଁ ୭୪,୨୮୫ କୋଟି ଟଙ୍କା ରହିଛି । ୨୦୨୩ ଅକ୍ଟୋବରର ମୋଟ ଜିଏସ୍‌ଟି ରାଜସ୍ବ ଗତ ବର୍ଷ ସମାନ ମାସ ତୁଳନାରେ ୧୩ ପ୍ରତିଶତ ଅଧିକ । ଏହି ମାସରେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ବ ମଧ୍ୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ବ ତୁଳନାରେ ୧୩ ପ୍ରତିଶତ ଅଧିକ । ୨୦୨୩ – ୨୪ ଆର୍ଥିକ ବର୍ଷରେ ହାରାହାରି ମୋଟ ମାସିକ ଜିଏସ୍‌ଟି ସଂଗ୍ରହ ବର୍ତ୍ତମାନ ୧.୬୬ ଲକ୍ଷ କୋଟି ଟଙ୍କା ରହିଛି ଏବଂ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୧ ପ୍ରତିଶତ ଅଧିକ ରହିଛି।

୨୦୨୩ ଅକ୍ଟୋବରରେ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଫଇସଲା ବାବଦକୁ ଓଡ଼ିଶା ୧୮୫୩,୯୮କୋଟି ଟଙ୍କା ଆଦାୟକରି ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ ରାଶି ହାସଲ କରିଛି । ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଫଇସଲା କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ମାସିକ ହାରାହାରି ଟିକସ ସଂଗ୍ରହ ୧୭୪୪,୩୦ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶି ୧୪୭୫.୬୧ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୮-୨୧ ପ୍ରତିଶତ । ଏଥିମଧ୍ୟରୁ ୨୦୨୩ ଅକ୍ଟୋବରରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ୧୩୦୬,୪୭ କୋଟି ଟଙ୍କା ରହିଥିବାବେଳେ ୨୦୨୨ ଅକ୍ଟୋବରରେ ୧୦୫୮,୩୮ କୋଟି ଟଙ୍କା ଥିଲା। ଫଳରେ ଏ କ୍ଷେତ୍ରରେ ୨୩.୪୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ରାଜ୍ୟ ବାଣିଜ୍ୟକର ବିଭାଗ ଦ୍ବାରା ପରିଚାଳିତ ହେଉଥିବା ଜିଏସ୍‌ଟି, ଭାଟ୍‌ ପ୍ରବେଶ ଶୁଳ୍କ ଓ ବୃଦ୍ଧିଗତ ଟିକସ ଏବଂ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଅଧୀନରେ ୨୦୨୩ ଅକ୍ଟୋବରରେ ୨୮୩୧,୧୭ କୋଟି ଟଙ୍କା ସଂଗୃହୀତ ହୋଇଛି । ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ମାସିକ ହାରାହାରି ଟିକସ ସଂଗ୍ରହ ୨୬୭୭,୯୮ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ସଂଗ୍ରହ ୨୩୭୪:୪୯ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୨-୭୮ ପ୍ରତିଶତ ରହିଛି।
ମୋଟ ଜିଏସ୍‌ଟି ବାବଦକୁ ଚଳିତ ବର୍ଷ ଅକ୍ଟୋବରରେ ୪୧୭୬,୯୪ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ବର୍ଷ ଅକ୍ଟୋବରରେ ଏହା ଥିଲା ୩୭୬୯,୪୪ କୋଟି ଟଙ୍କା । ଫଳରେ ଏହି ସଂଗ୍ରହରେ ୧୦. ୮୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?