ଐତିହ୍ୟକୁ ଅବହେଳା

ଢେଙ୍କାନାଳ ଅଫିସ, ୧୪।୭ – ରାଜ୍ୟର ସମୃଦ୍ଧ ମନ୍ଦିର ପର୍ଯ୍ୟଟନ (ଟେମ୍ପଲ ଟୁରିଜମ୍‌)କୁ ନେଇ ରହିଛି ଅନେକ ସମ୍ଭାବନା। କୋଭିଡ୍‌ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବାଟକୁ ଆଣିବାକୁ ପର୍ଯ୍ୟଟନ ଶିଳ୍ପ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। ତେଣୁ ପ୍ରାଚୀନ ମନ୍ଦିର, ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା, ସଂରକ୍ଷଣ ଏବଂ ଏହାର ନବକଳେବର ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଏ ଦିଗରେ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ଅନେକ ପ୍ରାଚୀନ କୀର୍ତ୍ତିରାଜି ଇତିହାସ ପାଲଟିଯିବାକୁ ବସିଛି। ଢେଙ୍କାନାଳର ଆରାଧ୍ୟଦେବତା ତଥା ପୁରାଣପ୍ରସିଦ୍ଧ ଶ୍ରୀ ବଳରାମ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରେ ଥିବା ୧୦୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିର ଏହାର ଏକ ଉଦାହରଣ।
ଐତିହ୍ୟ, ପରମ୍ପରା ଏବଂ ପର୍ଯ୍ୟଟନକୁ ନେଇ ସମୃଦ୍ଧ ଢେଙ୍କାନାଳ ଜିଲାର ଅନ୍ୟତମ ପରିଚୟ ହେଉଛନ୍ତି ମହାପ୍ରଭୁ ବଳରାମ। ମହାପ୍ରଭୁ ଶ୍ରୀକୃଷ୍ଣ, ରୁକ୍ମିଣୀ, ଲକ୍ଷ୍ମୀ ମଧ୍ୟ ଏଠାରେ ପାର୍ଶ୍ୱ ବିଗ୍ରହ ଭାବେ ପୂଜା ପାଉଛନ୍ତି। ଏଠାରେ ପୂଜା ପାଉଥିବା ମୁଖ୍ୟ ଦେବତା ଶ୍ରୀବଳରାମ ହେଉଛନ୍ତି ପାଷାଣ ବିଗ୍ରହ। ଦ୍ୱାପର ଯୁଗର ପୌରାଣିକ କାହାଣୀ ଆଧାରରେ ମୁଖ୍ୟପୀଠରେ ସମସ୍ତ ନୀତିକାନ୍ତି ପାଳିତ ହେଉଛି। ୧୦୦ ବର୍ଷ ତଳେ ବଳରାମ ମନ୍ଦିର ପରିସରରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନ ଥିଲା। ସେହି ସମୟରେ ରାଜବାଟୀରେ ପୂଜା ପାଉଥିବା ବିଗ୍ରହଙ୍କୁ ନେଇ ଆୟୋଜିତ ହେଉଥିଲା ରଥଯାତ୍ରା। ମହାରାଜା ସୁରପ୍ରତାପଙ୍କ ଶାସନ କାଳରେ ବଳରାମ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇ ମହାବାହୁଙ୍କ ପୂଜା ଆରମ୍ଭ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ଏହାପରେ ଦୁଇଟି ରଥ ନିର୍ମାଣ କରାଯାଇଥିଲା। ବଡ଼ରଥରେ ବଳରାମ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ ଏବଂ ସାନରଥରେ ରାଜବାଟୀରେ ପୂଜିତ ବିଗ୍ରହ ଆସୀନ ହୋଇ ମାଉସୀ ମା’ ମନ୍ଦିରକୁ ଯାଉଛନ୍ତି। ତେବେ ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ଜଗନ୍ନାଥ ମନ୍ଦିର ଅବହେଳିତ ହୋଇପଡ଼ିଛି। ବର୍ଷାଦିନେ ପାଣି ଗଳୁଛି। ମନ୍ଦିରରେ ଶିଉଳି ମାଡ଼ିଯାଇଥିବାବେଳେ ଗଛଲତା ଉଠିଲାଣି। ମନ୍ଦିର ଚୂଡ଼ା ଅବକ୍ଷୟ ହୋଇ ନଷ୍ଟ ହେବାକୁ ବସିଲାଣି। ଏପରି କି ସାମାନ୍ୟ ଚୂନ ଧଉଳା ମଧ୍ୟ ହେଉନାହିଁ। ବାରମ୍ବାର ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ବୁଦ୍ଧିଜୀବୀ ମହଲରେ ଦାବି ପରେ ଶ୍ରୀ ବଳରାମ ମହାପ୍ରଭୁଙ୍କ ମନ୍ଦିରକୁ କିଛିବର୍ଷ ତଳେ ନୂଆ ଚୂନ ଲାଗି କରାଯାଇଛି। ହେଲେ ଜଗନ୍ନାଥ ମନ୍ଦିର ପ୍ରତି କାହାରି ଦୃଷ୍ଟି ପଡୁ ନ ଥିବା ବହୁ ଜଗନ୍ନାଥପ୍ରେମୀ ଅଭିଯୋଗ କରିଛନ୍ତି।
ତୁରନ୍ତ ପଦକ୍ଷେପ ନେବା ଜରୁରୀ
ପ୍ରାଚୀନ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଲାଗି କାହାରି ମନରେ ନିଘାନାହିଁ। ବର୍ଷାଦିନେ ମନ୍ଦିର ଅବସ୍ଥା ଶୋଚନୀୟ ହୋଇପଡୁଛି। ଶିଉଳି, ଗଛଲତା ମାଡ଼ିଯାଇଥିବାରୁ ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ଦେବୋତ୍ତର ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ।
-ଅବନୀ ମିଶ୍ର, ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି
ଦେବୋତ୍ତର ବିଭାଗ ଗୁରୁତ୍ୱ ଦେଉନି
ଜଗନ୍ନାଥଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଉନାହିଁ। ମନ୍ଦିର ମରାମତି ତ ଦୂରର କଥା, ଆଜି ପର୍ଯ୍ୟନ୍ତ ମୁଖଶାଳାଟିଏ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ। ଟଙ୍କା ଥାଇ ଦେବୋତ୍ତର ବିଭାଗ ଏଥିପ୍ରତି ଗୁରୁତ୍ୱ ନ ଦେବା ପରିତାପର ବିଷୟ।
-ପ୍ରଦ୍ୟୁମ୍ନ ରଥ,
ଜିଲା ସଭାପତି ଶ୍ରୀଜଗନ୍ନାଥ ଚେତନା ସମିତି
ବର୍ଷା ପରେ ମରାମତି
ଜଗନ୍ନାଥ ମନ୍ଦିରର ମରାମତି କରିବା ଲାଗି ବ୍ୟୟ ଅଟକଳ କରିବାକୁ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି। ବ୍ୟୟ ଅଟକଳ ଖୁବ୍‌ଶୀଘ୍ର ହେବ ବୋଲି ଆଶା କରାଯାଉଛି। ସମସ୍ୟା ନଜରରେ ଅଛି। ବର୍ଷାଦିନ ପରେ ନିଶ୍ଚିତ ଭାବେ ଏହାର ମରାମତି କରାଯିବ।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri