ଶିଳ୍ପୀ ସମ୍ବର୍ଦ୍ଧନାରେ ଅବହେଳା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ):  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ସହ ଶିଳ୍ପୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ଧର୍ମପଦ ପୁରସ୍କାର ଓଡ଼ିଶାରେ ଚାରୁକଳା କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ହୋଇଥିବାବେଳେ ପ୍ରତିବର୍ଷ ଜଣେ ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯିବାର ବ୍ୟବସ୍ଥା ରହିଛି। ସେହିଭଳି ବରିଷ୍ଠ ଶିଳ୍ପୀମାନଙ୍କୁ ଏକାଡେମୀ ପକ୍ଷରୁ ଶିଳ୍ପୀ ସମ୍ବର୍ଦ୍ଧନା ଦିଆଯାଉଛି। ତେବେ ବହୁ ବାଦବିବାଦ ମଧ୍ୟରେ ଦୀର୍ଘ ୭ବର୍ଷ ଧରି ଅଟକି ରହିଥିବା ଧର୍ମପଦ ପୁରସ୍କାରର ଭାଗ୍ୟ ଚଳିତ ବର୍ଷ ଖୋଲିଥିଲା। ଗତ ଅଗଷ୍ଟରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଏକାଡେମୀ ପକ୍ଷରୁ ୨୦୧୫ରେ ଘୋଷଣା ହୋଇଥିବା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଏକାସଙ୍ଗେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ହେଲେ ବିଭାଗ ପକ୍ଷରୁ ୭ଜଣ ଶିଳ୍ପୀଙ୍କୁ କେବଳ ଧର୍ମପଦ ପୁରସ୍କାର ପ୍ରଦାନ କରାଗଲା। ୧୦ଜଣ ବରିଷ୍ଠ ଶିଳ୍ପୀଙ୍କ ନାମ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ସେମାନଙ୍କୁ ଏକାଡେମୀ ସମ୍ବର୍ଦ୍ଧିତ କଲାନାହିଁ। ସମ୍ବର୍ଦ୍ଧିତ ହେବାକୁ ଥିବା ଏହି ଶିଳ୍ପୀଙ୍କ ମଧ୍ୟରୁ ଇତିମଧ୍ୟରେ ୫ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଏହାସତ୍ତ୍ୱେ ବି ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ ନେଇ ତତ୍ପରତା ପ୍ରକାଶ ପାଉନାହିଁ। ଏପରି ଅବହେଳା ଯୋଗୁ ଶିଳ୍ପୀଙ୍କୁ ଜୀବିତ ଅବସ୍ଥାରେ ସେମାନଙ୍କ ନାର୍ଯ୍ୟ ସମ୍ମାନ ପ୍ରଦାନ କରିବାକୁ ଦାବିହୋଇଛି।
ଧର୍ମପଦ ପୁରସ୍କାର ପାଇଁ ବାଟ ଫିଟିବା ପରେ ପ୍ରଥମେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ୭ ବର୍ଷ ପାଇଁ ୭ଜଣ ବିଶିଷ୍ଟ ଶିଳ୍ପୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପରଲୋକ ଗମନ କରିଥିବା ପଟ୍ଟଚିତ୍ର ଶିଳ୍ପୀ ସ୍ବର୍ଗତ ଗୋକୁଳ ବିହାରୀ ପଟ୍ଟନାୟକ, ଚିତ୍ର ଓ ମଞ୍ଚଶିଳ୍ପୀ ସ୍ବର୍ଗତ ଅସୀମ ବସୁ, ଶିଳ୍ପୀ ଓ କଳା ସମାଲୋଚକ ସ୍ବର୍ଗତ ଡ. ଦିନନାଥ ପାଠୀଙ୍କୁ ପ୍ରଥମଥର ଲାଗି ଏକାଡେମୀ ମରଣୋତ୍ତରଭାବେ ସମ୍ମାନିତ କରିଥିଲା। ହେଲେ୨୦୧୪ ପାଇଁ ଏକାଡେମୀ ପକ୍ଷରୁ ସ୍ବର୍ଗତ ଚିତ୍ରଶିଳ୍ପୀ ଶରତ କୁମାର ରଥ, ସ୍ବର୍ଗତ ହରିସିହ୍ନା ବାବୁ, ସ୍ବର୍ଗତ ଭାସ୍କର୍ଯ୍ୟ ଶିଳ୍ପୀ ଦେବରାଜ ସାହୁ, ସ୍ବର୍ଗତ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରମୋଦ ମହାନ୍ତି ଏବଂ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ମନୋନୀତ ହୋଇଥିଲେ ମଧ୍ୟ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇନାହିଁ। ସେହିଭଳି ୨୦୧୫ ଲାଗି ଚିତ୍ରଶିଳ୍ପୀ ଚନ୍ଦ୍ରମଣୀ ବିଶ୍ୱାଳ, ସ୍ବର୍ଗତ ଚିତ୍ରଶିଳ୍ପୀ ଚିତ୍ରା ପଟ୍ଟନାୟକ, ଚିତ୍ରଶିଳ୍ପୀ କୈଳାସ ମେହେର, ରାମହରି ଜେନା ଏବଂ ଶୈଳବାଳା ନାୟକଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର ଥିଲା। ହେଲେ ତାହା ବି ହୋଇପାରିନାହିଁ। ଏମାନଙ୍କ ମଧ୍ୟରୁ ଶରତ କୁମାର ରଥ, ପ୍ରମୋଦ ମହାନ୍ତି, ହରିସିହ୍ନା ବାବୁ, ଦେବରାଜ ସାହୁ ଏବଂ ଚିତ୍ରା ପଟ୍ଟନାୟକ ପରଲୋକ ଗମନ କରିସାରିଲେଣି। ଏହାପରେ ବି ବିଭାଗର ଚେତା ପଶୁନି। ଶିଳ୍ପୀଙ୍କୁ ଜୀବିତ ଅବସ୍ଥାରେ ସେମାନଙ୍କ ହକ୍‌ ଦେବା ପରିବର୍ତ୍ତେ ମରଣୋତ୍ତରଭାବେ ଦିଆଯାଉଛି। ଏହା ସେମାନଙ୍କ ପ୍ରତି କେଉଁଭଳି ସମ୍ମାନ ବୋଲି ବରିଷ୍ଠ ଶିଳ୍ପୀମାନେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ ଏକଡେମୀର ସମ୍ବର୍ଦ୍ଧନା ପର୍ବ ସରି ନ ଥିବାବେଳେ ଏପଟେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ୫ବର୍ଷ ନିମନ୍ତେ ଧର୍ମପଦ ପୁରସ୍କାର ଲାଗି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚୟନ କମିଟି ଗଠନ କରାଯାଇ ପ୍ରତିଭାଙ୍କ ମନୋନୟନ କରାଯାଉଛି। ଏନେଇ ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ କହିଛନ୍ତି, ଧର୍ମପଦ ପୁରସ୍କାର ୧୨ବର୍ଷ ଧରି ଦିଆଯାଇ ନ ଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା। ଯତିନ୍‌ ଦାସଙ୍କୁ ଛାଡ଼ି ସମସ୍ତ ଶିଳ୍ପୀ ଭୁବନେଶ୍ୱରର ହୋଇଥିବାରୁ ସେମାନଙ୍କ ବାସଭବନକୁ ଯାଇ ପୁରସ୍କାର ଦେବାରେ ଅସୁବିଧା ହେଲାନାହିଁ। ହେଲେ ସମ୍ବର୍ଦ୍ଧିତ ପ୍ରତିଭାମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ହୋଇଥିବାରୁ ବିଭାଗୀୟ ମନ୍ତ୍ରୀ ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିରେ ଚାରିଆଡ଼େ ବୁଲି ସମ୍ବର୍ଦ୍ଧିତ କରିବା ସମ୍ଭବ ହେଲାନାହିଁ। ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ମନ୍ତ୍ରୀ, ସଚିବ କରୋନା ଲାଗି ବ୍ୟସ୍ତ ଥିବାରୁ ସମ୍ବର୍ଦ୍ଧନା ଦେବା ସମ୍ଭବ ହେଉ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri