ଶିଳ୍ପୀ ସମ୍ବର୍ଦ୍ଧନାରେ ଅବହେଳା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ):  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ସହ ଶିଳ୍ପୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ଧର୍ମପଦ ପୁରସ୍କାର ଓଡ଼ିଶାରେ ଚାରୁକଳା କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ହୋଇଥିବାବେଳେ ପ୍ରତିବର୍ଷ ଜଣେ ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯିବାର ବ୍ୟବସ୍ଥା ରହିଛି। ସେହିଭଳି ବରିଷ୍ଠ ଶିଳ୍ପୀମାନଙ୍କୁ ଏକାଡେମୀ ପକ୍ଷରୁ ଶିଳ୍ପୀ ସମ୍ବର୍ଦ୍ଧନା ଦିଆଯାଉଛି। ତେବେ ବହୁ ବାଦବିବାଦ ମଧ୍ୟରେ ଦୀର୍ଘ ୭ବର୍ଷ ଧରି ଅଟକି ରହିଥିବା ଧର୍ମପଦ ପୁରସ୍କାରର ଭାଗ୍ୟ ଚଳିତ ବର୍ଷ ଖୋଲିଥିଲା। ଗତ ଅଗଷ୍ଟରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଏକାଡେମୀ ପକ୍ଷରୁ ୨୦୧୫ରେ ଘୋଷଣା ହୋଇଥିବା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଏକାସଙ୍ଗେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ହେଲେ ବିଭାଗ ପକ୍ଷରୁ ୭ଜଣ ଶିଳ୍ପୀଙ୍କୁ କେବଳ ଧର୍ମପଦ ପୁରସ୍କାର ପ୍ରଦାନ କରାଗଲା। ୧୦ଜଣ ବରିଷ୍ଠ ଶିଳ୍ପୀଙ୍କ ନାମ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ସେମାନଙ୍କୁ ଏକାଡେମୀ ସମ୍ବର୍ଦ୍ଧିତ କଲାନାହିଁ। ସମ୍ବର୍ଦ୍ଧିତ ହେବାକୁ ଥିବା ଏହି ଶିଳ୍ପୀଙ୍କ ମଧ୍ୟରୁ ଇତିମଧ୍ୟରେ ୫ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଏହାସତ୍ତ୍ୱେ ବି ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ ନେଇ ତତ୍ପରତା ପ୍ରକାଶ ପାଉନାହିଁ। ଏପରି ଅବହେଳା ଯୋଗୁ ଶିଳ୍ପୀଙ୍କୁ ଜୀବିତ ଅବସ୍ଥାରେ ସେମାନଙ୍କ ନାର୍ଯ୍ୟ ସମ୍ମାନ ପ୍ରଦାନ କରିବାକୁ ଦାବିହୋଇଛି।
ଧର୍ମପଦ ପୁରସ୍କାର ପାଇଁ ବାଟ ଫିଟିବା ପରେ ପ୍ରଥମେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ୭ ବର୍ଷ ପାଇଁ ୭ଜଣ ବିଶିଷ୍ଟ ଶିଳ୍ପୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପରଲୋକ ଗମନ କରିଥିବା ପଟ୍ଟଚିତ୍ର ଶିଳ୍ପୀ ସ୍ବର୍ଗତ ଗୋକୁଳ ବିହାରୀ ପଟ୍ଟନାୟକ, ଚିତ୍ର ଓ ମଞ୍ଚଶିଳ୍ପୀ ସ୍ବର୍ଗତ ଅସୀମ ବସୁ, ଶିଳ୍ପୀ ଓ କଳା ସମାଲୋଚକ ସ୍ବର୍ଗତ ଡ. ଦିନନାଥ ପାଠୀଙ୍କୁ ପ୍ରଥମଥର ଲାଗି ଏକାଡେମୀ ମରଣୋତ୍ତରଭାବେ ସମ୍ମାନିତ କରିଥିଲା। ହେଲେ୨୦୧୪ ପାଇଁ ଏକାଡେମୀ ପକ୍ଷରୁ ସ୍ବର୍ଗତ ଚିତ୍ରଶିଳ୍ପୀ ଶରତ କୁମାର ରଥ, ସ୍ବର୍ଗତ ହରିସିହ୍ନା ବାବୁ, ସ୍ବର୍ଗତ ଭାସ୍କର୍ଯ୍ୟ ଶିଳ୍ପୀ ଦେବରାଜ ସାହୁ, ସ୍ବର୍ଗତ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରମୋଦ ମହାନ୍ତି ଏବଂ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ମନୋନୀତ ହୋଇଥିଲେ ମଧ୍ୟ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇନାହିଁ। ସେହିଭଳି ୨୦୧୫ ଲାଗି ଚିତ୍ରଶିଳ୍ପୀ ଚନ୍ଦ୍ରମଣୀ ବିଶ୍ୱାଳ, ସ୍ବର୍ଗତ ଚିତ୍ରଶିଳ୍ପୀ ଚିତ୍ରା ପଟ୍ଟନାୟକ, ଚିତ୍ରଶିଳ୍ପୀ କୈଳାସ ମେହେର, ରାମହରି ଜେନା ଏବଂ ଶୈଳବାଳା ନାୟକଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର ଥିଲା। ହେଲେ ତାହା ବି ହୋଇପାରିନାହିଁ। ଏମାନଙ୍କ ମଧ୍ୟରୁ ଶରତ କୁମାର ରଥ, ପ୍ରମୋଦ ମହାନ୍ତି, ହରିସିହ୍ନା ବାବୁ, ଦେବରାଜ ସାହୁ ଏବଂ ଚିତ୍ରା ପଟ୍ଟନାୟକ ପରଲୋକ ଗମନ କରିସାରିଲେଣି। ଏହାପରେ ବି ବିଭାଗର ଚେତା ପଶୁନି। ଶିଳ୍ପୀଙ୍କୁ ଜୀବିତ ଅବସ୍ଥାରେ ସେମାନଙ୍କ ହକ୍‌ ଦେବା ପରିବର୍ତ୍ତେ ମରଣୋତ୍ତରଭାବେ ଦିଆଯାଉଛି। ଏହା ସେମାନଙ୍କ ପ୍ରତି କେଉଁଭଳି ସମ୍ମାନ ବୋଲି ବରିଷ୍ଠ ଶିଳ୍ପୀମାନେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ ଏକଡେମୀର ସମ୍ବର୍ଦ୍ଧନା ପର୍ବ ସରି ନ ଥିବାବେଳେ ଏପଟେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ୫ବର୍ଷ ନିମନ୍ତେ ଧର୍ମପଦ ପୁରସ୍କାର ଲାଗି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚୟନ କମିଟି ଗଠନ କରାଯାଇ ପ୍ରତିଭାଙ୍କ ମନୋନୟନ କରାଯାଉଛି। ଏନେଇ ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ କହିଛନ୍ତି, ଧର୍ମପଦ ପୁରସ୍କାର ୧୨ବର୍ଷ ଧରି ଦିଆଯାଇ ନ ଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା। ଯତିନ୍‌ ଦାସଙ୍କୁ ଛାଡ଼ି ସମସ୍ତ ଶିଳ୍ପୀ ଭୁବନେଶ୍ୱରର ହୋଇଥିବାରୁ ସେମାନଙ୍କ ବାସଭବନକୁ ଯାଇ ପୁରସ୍କାର ଦେବାରେ ଅସୁବିଧା ହେଲାନାହିଁ। ହେଲେ ସମ୍ବର୍ଦ୍ଧିତ ପ୍ରତିଭାମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ହୋଇଥିବାରୁ ବିଭାଗୀୟ ମନ୍ତ୍ରୀ ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିରେ ଚାରିଆଡ଼େ ବୁଲି ସମ୍ବର୍ଦ୍ଧିତ କରିବା ସମ୍ଭବ ହେଲାନାହିଁ। ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ମନ୍ତ୍ରୀ, ସଚିବ କରୋନା ଲାଗି ବ୍ୟସ୍ତ ଥିବାରୁ ସମ୍ବର୍ଦ୍ଧନା ଦେବା ସମ୍ଭବ ହେଉ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri