ଅବହେଳା ଜୀବନ ନେଉଛି

ଯାଜପୁର ଅଫିସ,୧୧।୧୦: ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶାର ର଼୍ୟାଙ୍କ ୧୬ରୁ ୧୨କୁ ବୃଦ୍ଧି ଘଟିଛି, ଯାହାକି ଏକ ଚିନ୍ତାର ବିଷୟ ହୋଇଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଛି। ଦୁର୍ଘଟଣାଜନିତ ମୃତ୍ୟୁ ୫୦% ହ୍ରାସ କରିବାକୁ ସୁପ୍ରିମକୋର୍ଟ କମିଟି ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନ ରାସ୍ତାଗୁଡ଼ିକରେ ସଡ଼କ ସୁରକ୍ଷା ଏବଂ ଉପଯୁକ୍ତ ରୋଡ୍‌ ଇନ୍‌ଫର୍ମେଶନ ସିଷ୍ଟମ (ଆର୍‌ଇଏସ୍‌) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ଆର୍‌ଡି ରାସ୍ତାଗୁଡ଼ିକର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସାଇନ ବୋର୍ଡ ଲଗାଇବାକୁ ଚଳିତ ବର୍ଷ ୩ ଥର ବିଭାଗୀୟ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଏହି ନିର୍ଦ୍ଦେଶକୁ ରାଜ୍ୟର ୪୮ଜଣ ଆର୍‌ଡି ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅଣଦେଖା କରିଛନ୍ତି। ଗତ ୫ ତାରିଖ ସୁଦ୍ଧା ଏଥିପାଇଁ ଟେଣ୍ଡର ପ୍ରକ୍ରିୟା କିମ୍ବା ଚୁକ୍ତି ହୋଇ ପାରିନାହିଁ। ଏହାକୁ ନେଇ ଆରଡି ବିଭାଗ ଅଧୀନ ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବା ଦର୍ଶାଇ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜବାବ ତଲବ କରିଛନ୍ତି।
ଭାରତରେ ବାର୍ଷିକ ପ୍ରାୟ ୧.୫ ଲକ୍ଷ ଲୋକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବଂ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଦେଶରେ ପ୍ରତିବର୍ଷ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଆସୁଛି। ତଥାପି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ହେଉ ନଥିବାରୁ ଚଳିତ ବର୍ଷ ସପ୍ତାହ ସ୍ଥାନରେ ୧ ମାସ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ପାଳନ କରାଯାଇଛି। ତେବେ କ୍ରାଇମବ୍ରାଞ୍ଚ ଓ ସିଆଇଡି ରିପୋର୍ଟ ଅନୁସାରେ ଓଡ଼ିଶା ଦୁର୍ଘଟଣାଜନିତ ମୃତ୍ୟୁରେ ୧୨ ନମ୍ବର ସ୍ଥାନରେ ରହିଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୪ରେ ୩୯୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ରେ ମୃତ୍ୟୁ ସଂଖ୍ୟା ୪୭୩୮ରେ ପହଞ୍ଚିଥିଲା। ଅର୍ଥାତ୍‌ ମୃତ୍ୟୁ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ୨୦୨୦ ପ୍ରଥମ ୪ ମାସ(ଜାନୁୟାରୀ-ଏପ୍ରିଲ) ଅପେକ୍ଷା ୨୦୨୧ର ଜାନୁୟାରୀ-ଏପ୍ରିଲ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭.୬% ବୃଦ୍ଧି ଘଟିଛି। ଏଥିରେ ମାଲକାନଗିରି ଓ ଜଗତ୍‌ସିଂହପୁର ଜିଲା ପରେ ଯାଜପୁର ଜିଲା ତୃତୀୟ ସ୍ଥାନରେ ରହିଥିଲା। ଏଥିପାଇଁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ଚିନ୍ତାବ୍ୟକ୍ତ କରିଛି। ସମସ୍ତ ଜିଲାପାଳ, ଏସ୍‌ପି, ଭୁବନେଶ୍ୱର ଓ କଟକ ଡିସିପି ଏବଂ ଟ୍ରାଫିକ ଡିସିପି ଓ କମିଶନରେଟ ପୋଲିସକୁ ଡିଷ୍ଟ୍ରିକ୍ସ ରୋଡ୍‌ ସେଫ୍‌ଟି କମିଟି(ଡିଆର୍‌ଏସ୍‌ସି)ର ନିୟମିତ ବୈଠକ କରି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ପରିବହନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରି ମଧୁସୂଦନ ପାଢ଼ୀ ୧୬ା୭ା୨୦୨୧ରେ ନିର୍ଦ୍ଦେଶ ଜାରି କରିଥିଲେ। ଏହାସହ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୩୧ା୩ା୨୦୨୧, ୬ା୪ା୨୦୨୧ ଓ ୧୯ା୮ା୨୦୨୧ରେ ଆନନ୍ଦପୁର, ଅନୁଗୋଳ, ବାଲେଶ୍ୱର-୧ ଓ ୨, ବାରିପଦା, ଭଦ୍ରକ-୧ ଓ ୨, ଭଞ୍ଜନଗର, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଧର୍ମଗଡ଼, ଢେଙ୍କାନାଳ-୧ ଓ ୨, ଗଜପତି, ଗଞ୍ଜାମ-୧, ଗୁଣୁପୁର, ଜଗତ୍‌ସିଂହପୁର, ଯାଜପୁର-୧ ଓ ୨, ଜଳେଶ୍ୱର, ଜୟପୁର, ଝାରସୁଗୁଡ଼ା, କରଞ୍ଜିଆ, କେନ୍ଦ୍ରାପଡ଼ା-୧ ଓ ୨, କେନ୍ଦୁଝର-୧ ଓ ୨, କେଶିଙ୍ଗା, ଖରିଆର, କୋରାପୁଟ, କୁଚିଣ୍ଡା, ମୋହନା, ନବରଙ୍ଗପୁର-୧ ଓ ୨, ନୟାଗଡ଼-୧ ଓ ୨, ନିମାପଡ଼ା, ନୂଆପଡ଼ା, ପଦମପୁର, ପାଟଣାଗଡ଼, ପୁରୀ, ରାଇରଙ୍ଗପୁର, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼-୧ ଓ ୨ ଏବଂ ଟିଟିଲାଗଡ଼ ଡିଭିଜନ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସୂଚନା ଫଳକ ଆଦି ଲଗାଇବାକୁ କିଲୋମିଟର ପିଛା ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ୨୧ା୯ା୨୦୨୧ରେ ଆର୍‌ଡି ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କାର୍ଯ୍ୟର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ କର୍ତ୍ତବ୍ୟରେ ଏଭଳି ଅବହେଳା ଯୋଗୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେନେଇ ୫ା୧୦ା୨୦୨୧ରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri