କାର୍ଯ୍ୟରେ ଅବହେଳା: ୨ ତହସିଲ କର୍ମଚାରୀ ନିଲମ୍ବିତ

ପଦ୍ମପୁର, ୭।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ଓ ନଥିପତ୍ର ରକ୍ଷକଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପୂର୍ବତନ ରାଜସ୍ବ ନିରୀକ୍ଷକ ଦେବୀପ୍ରସନ୍ନ ବାରିକ ଏବଂ ନଥିପତ୍ର ରକ୍ଷକ ମାଧବାନନ୍ଦ ଦାସଙ୍କୁ ସରକାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତା ସହ ଅବହେଳା ପ୍ରଦର୍ଶନ ପାଇଁ ନିଲମ୍ବନ କରାଯାଇଥିବା ଜିଲାପାଳ ଡ. ଜ୍ଞାନରଞ୍ଜନ ଦାଶ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।